
ପାରଳାଖେମୁଣ୍ଡି,୧୧/୮: ଗଜପତି ଜିଲ୍ଲାରେ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି. ସାମାନ୍ୟ ଘରୋଇ କଳି ଯୋଗୁଁ ଅନ୍ତିମ ପରିଣତିରେ ସ୍ତ୍ରୀକୁ ସ୍ୱାମୀ ଏକ ଧାରୁଆ କଟୁରୀରେ ହତ୍ୟା କରିଥିବା ସୂଚନା ମିଳିଛି.
ଗଜପତି ଜିଲ୍ଲାର ମୋହନା ବ୍ଲକର କୁଙ୍କୁଣି ଗ୍ରାମରେ ଏହି ହତ୍ୟା ଘଟଣା ଗତକାଲି ରାତିରେ ଘଟିଥିବା ଖବର ମିଳିଛି. କୌଣସି କାରଣରୁ ସ୍ୱାମୀ -ସ୍ତ୍ରୀ ମଧରେ ଗତକାଲି ରାତ୍ରରେ ବଚସା ହୋଇଥିଲା.
ଏଥିରେ ସ୍ୱାମୀ ଅନନ୍ତ ବାକସିଂ ଅତ୍ୟନ୍ତ କ୍ରୋଧାନ୍ବିତ ହୋଇ ସ୍ତ୍ରୀ ରେଶମା ବାକସିଂ ଧାରୁଆ କଟୁରୀରେ ଆକ୍ରମଣ କରିଥିଲା. ଏଥିରେ ରେଶମାର ବେକ ଓ ମୁହଁରେ ଶକ୍ତ ଆଘାତ ହୋଇଥିଲା. ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାରଲୋକେ ଓ ଗ୍ରାମବାସୀ ମୋହନା ସରକାରୀ ଡାକ୍ତରଖାନାକୁ ନେଇଥିଲେ.
ଦାୟିତ୍ୱରେ ଥିବା ଡାକ୍ତର ରେଶମାଙ୍କ ଶରୀରକୁ ପରୀକ୍ଷା ବେଳେ ମୃତ ହୋଇଯାଇଥିବା ଜଣାଇଥିଲେ. ଏହି ଘଟଣାରେ ମୋହନା ପୋଲିସ ଅଭିଯୋଗ ପାଇବା ପରେ ସମସ୍ତ ତଦନ୍ତ କରି ହାତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରିବା ସହ ସ୍ୱାମୀ ଅନନ୍ତକୁ ଆଜି ଗିରଫ କରିଥିବା ସୂଚନା ମିଳିଛି.