Education

ଛାତ୍ର ଙ୍କୁ ଶିକ୍ଷୟିତ୍ରୀ ଙ୍କ ମାଡ ମ।ରିବ। ଅଭିଯୋଗ

ନବରଙ୍ଗପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଶିକ୍ଷୟତ୍ରୀଙ୍କ ମାଡ଼ ମାରିବ। ଅଭିଯୋଗ

ନବରଙ୍ଗପୁର, ୦୮/୦୮/୨୦୨୫

ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଶିକ୍ଷୟତ୍ରୀଙ୍କ ମାଡ଼ ମାରିବା ଅଭିଯୋଗ । ଜିଲ୍ଲା ଶିକ୍ଷା ଅଧିକାରି ଙ୍କ ନିର୍ଦେଶରେ ତଦନ୍ତ କଲେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ବ୍ଲକ କୋଲାନି ସରକାରି ପ୍ରାଥମିକ ବିଦ୍ୟାଳୟ ଠାରେ ଏପରି ଘଟଣା ଦେଖିବାକୁ ମିଳିଛି। ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ ଗୁରୁବାର ଦିନ କେହି ନ‌ଥିବା ସମୟରେ ତୃତୀୟ ତୀୟ ଶ୍ରେଣୀର ଛାତ୍ର କୁ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁନିତ ନିତା ଖୋସାଲା ମାଡ଼ ମାରିଥିଲେ । ଛାତ୍ର ର ଆଣ୍ଠୁ ତଳେ ମାଡ଼ ମାରିଥିବା ଯୋଗୁ ଛାତ୍ରର ଆଣ୍ଠୁ ତଳେ ନାଳ ବସିଯାଇଥିଲା । ଏନେଇ ଛାତ୍ର ଜଣକ ବିଦ୍ୟାଳୟ ରୁ ଫେରିବା ପରେ ଘରେ ମାକୁ ମାଡ଼ ମାରିଥିବା ନେଇ କହି କହିଥିଲେ । ମା ତୁରନ୍ତ ପ୍ରଧାନ ଶିକ୍ଷୟତ୍ରୀ କନକଲତା ପାତ୍ରକୁ ଫୋନ ଯୋଗେ ଅଭିଯୋଗ କରିଥିଲେ । ପ୍ରଧାନଶିକ୍ଷୟତ୍ରୀ ବିଦ୍ୟାଳଯ ଚୟ ବନ୍ଦ ହୋଇଥିବା ଯୋଗୁଁ ଏ ବିଷୟ ରେ ଅବଗତ ନୁହେଁ ଶୁକ୍ରବାର ସମସ୍ୟାର ସମଧାନ କରିବା ବୋଲି ପ୍ରତିଶୃତି ଦେଇଥିଲେ । ଶୁକ୍ରବାର ଛାତ୍ରଙ୍କ ମା ବିଦ୍ୟାଳୟ ପହଁଚି ପ୍ରଧାନ ଶିକ୍ଷୟତ୍ରୀ କୁ ଅଭିଯୋଗ କରିବା ପରେ ଶିକ୍ଷୟତ୍ରୀ ସୁନିତା ଖୋସାଲା ଛାତ୍ରଙ୍କ ମା କୁ ଦୁବ୍ୟବହାର କରିଥିଲେ । ଏହା ପରେ ଛାତ୍ରଙ୍କ ପିତା ପ୍ରଶାନ୍ତ ସାହୁ ବିଦ୍ୟାଳୟ ପହଞ୍ଚିବାରୁ ଦୁହିଁ କୁ ଶିକ୍ଷୟତ୍ରୀ ଦୁବ୍ୟବହାର କରିଥିଲେ ବୋଲି ଦୁହେଁ ଅଭିଯୋଗ କରିଛନ୍ତି । ଏହା ପରେ ପ୍ରଶାନ୍ତ ସାହୁ ବିଦ୍ୟାଳୟ ର ଟୋଲଫ୍ରି ନମ୍ବର ରେ ଫୋନ କରିଥିଲେ । ଏହା ପରେ ଜିଲ୍ଲା ଶିକ୍ଷା ଅଧୂକାରୀ ଅଧିକାରୀ ପାପଡାହାଣ୍ଡି ଣ୍ଡି ବିଚ୍ଚ ବିଇଓ ସୁଦୀପ୍ତ କୁମାର ଦାସଙ୍କୁ ତଦନ୍ତ କରିବାକୁ ନିର୍ଦେଶ କରିଥିଲେ । ଏହାପରେ ଏବିଇଓ ବାଲକ ଦାସ ରନ୍ଧାରୀ, ଏବିଇଓ ପୁର୍ଣଚନ୍ଦ୍ର ପୂଜାରୀ, ସିଆରସୀ ମନୋଜ ମାଝୀ, ସିଆରସୀ ଜଗନ୍ନାଥ ଶାସମଲ ପହଁଚି ବିଦ୍ୟାଳୟ ତଦନ୍ତ କରିଥିଲେ । ଅଭିଭ ଅଭିଭାବକ, ପ୍ରଧାନଶିକ୍ଷ ଧାନଶିକ୍ଷୟତ୍ରୀ, ଓ ଶିକ୍ଷୟତ୍ରୀ ଲିଖୂତ ରିପୋର୍ଟ ମାଗିଥିଲେ । ତଦନ୍ତ ରିପୋର୍ଟ ବିଇଓ କୁ ଦିଆଯିବ ବୋଲି ଉଭୟ ଏବିଇଓ ସୂଚନା ଦେଇଥିଲେ । ଏନେଇ ଶିକ୍ଷୟତ୍ରୀ ସୁନିତା ଖୋସାଲା କହିଥିଲେ ଏହା ସମ୍ପୂର୍ଣ ମିଛ ମୁ ଯଦି ବିଦ୍ୟାଳୟ ରେ ଛାତ୍ର କୁ ମାରିଥାନ୍ତି ତାହା ହେଲା ବିଦ୍ୟାଳୟ କେହି ମଧ୍ୟ ଦେଖୁଥାନ୍ତେ ଓ ଛାତ୍ର ଟି କାନ୍ଦୀ ଥାନ୍ତା । ମୁଁ ଅଭିଭାବକ କୁ ଦୁବ୍ୟବହାର କରି ନାହିଁ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button