BusinessEducationEntertainmentHealthNationOdishaPoliticsSports

ବନ୍ଧୁତ୍ୱପୂର୍ଣ୍ଣ ବ୍ୟାଟମିଣ୍ଟନ୍ ପ୍ରତିଯୋଗୀତା

ଭଞ୍ଜନଗର,୦୬/୭ : ଭଞ୍ଜନଗର ରୋଟାରୀ କ୍ଳବ ପକ୍ଷରୁ ବନ୍ଧୁତ୍ବ ଦିବସ ପାଳନ ଅବସରରେ ଏକ ବ୍ୟାଟମିଣ୍ଟନ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଇନ୍ଡୋର ଷ୍ଟାଡିୟମରେ ହୋଇଥିବା ଏହି ବନ୍ଧୁତ୍ବପୂର୍ଣ୍ଣ ପ୍ରତିଯୋଗୀତାରେ ରୋଟାରୀ କ୍ଳବ ସମେତ ବିପଦର ବନ୍ଧୁ ଓ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ମାନେ ସାମିଲ ହୋଇଥିଲେ।

ଉଦଘାଟନୀ କାର୍ଯ୍ୟକ୍ରମରେ ରୋଟାରୀ କ୍ଳବ ସଭାପତି ରଞ୍ଜିତ କୁମାର ବାରିକଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ,ସମ୍ମାନିତ ଅତିଥି ଭାବେ ଏଲଏଣ୍ଡଟି କମ୍ପାନିର ବୈଷୟିକ ଅଧିକାରୀ ଐଶ୍ୱରୀୟl ଦାସ,ଅବସରପ୍ରାପ୍ତ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ,ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି,ଜାଭିଆର ସ୍କୁଲର ଅଧକ୍ଷା ସୁନନ୍ଦିନୀ ସାହୁ,ଶାନ୍ତିସ୍ରୋତ ଭବନର ମୁଖ୍ୟ ବିକେ.ସନ୍ତୋଷିନୀ,ଗୋପବନ୍ଧୁ ଚାରିଟେବୁଲ କ୍ଳବର ସନ୍ତୋଷ ଦଳବେହେରା,ବିପଦର ବନ୍ଧୁ ସଙ୍ଗଠନର ସଭାପତି ବାଦଲ ତ୍ରିପାଠୀ,ପ୍ରଶିକ୍ଷକ ବିଶ୍ୱ ମୋହନ ଅଚାରୀ ଓ କ୍ଳବ ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି ମଞ୍ଚାସୀନ ରହି ବନ୍ଧୁତ୍ୱ ଦିବସରେ କ୍ରୀଡାର ଭୂମିକା ସହ ଭାଇଚାରାର ସମ୍ପର୍କ ଉପରେ ବକ୍ତବ୍ୟ ରଖିଥିଲେ।

ଅନ୍ତିମ ପର୍ଯ୍ୟାୟରେ ରୋଟାରୀ କ୍ଳବର ଜିଲ୍ଲା ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ,କୋଷାଧ୍ୟକ୍ଷ ଶୁଭ୍ରାଂଶୁ ତ୍ରିପାଠୀ,ଭୂବନେଶ୍ବର ଇନ୍ପୋସିଟି ରୋଟାରୀ କ୍ଳବର ସଭାପତି ଅକ୍ଷୟ କୁମାର ପ୍ରଧାନ ଅତିଥି ଭାବେ ଦେଇ ବିଭିନ୍ନ ବର୍ଗରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ।

କୃତୀ ପ୍ରତିଯୋଗୀ ଦଳକୁ ପ୍ରଶଂସା ପତ୍ର ସହ ଆକର୍ଷଣୀୟ ପୁରସ୍କାର ରଖାଯାଇଥିଲା। ଶେଷରେ ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଶୂଳପାଣି ଶତପଥୀ ଶପଥପାଠ କରାଇଥିଲେ। କାର୍ଯ୍ୟକ୍ରମକୁ ରୋଟାରୀ କ୍ଳବର ସମସ୍ତ ପ୍ରାକ୍ତନ କର୍ମକର୍ତା, ସଦସ୍ୟ ସହଯୋଗ ସହ ପରିଚାଳନା କରିଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button