Education

ଅମରଙ୍କ ଚିକିତ୍ସା ପ। ଇ ଅଥ ବାଧକ ଓ ସହାୟତା ଲ।ଗି ନିବେଦନ

ଅମରଙ୍କ ଚିକିତ୍ସାରେ ଅର୍ଥ ବାଧକ

ତେନ୍ତୁଳିଖୁଣ୍ଟି,ତା-6/8

ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଲମତାଗୁଡ଼ା ପଞ୍ଚାୟତ ଫଟାଗୁଡ଼ା ଗ୍ରାମର ନୂଆସାହିରେ ବସବାସ କରୁଥିବା ଜଗନ୍ନାଥ ଜାନିଙ୍କ ଏକ ମାତ୍ର ପୁଅ ଅମର ଜାନି ବୟସ (୨୧) ରୋଗଶଯ୍ୟାରେ । ପଡିଥ‌ିବା ବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି।

ଅମର ନବରଙ୍ଗପୁର ମଡେଲ ଡିଗ୍ରୀ କଲେଜରେ +୩ ପାଠ ପଢ଼ୁଥିଲେ । ଗତ ୬ ମାସତଳେ ଅମର ଜଣେ ରୋଗୀଙ୍କୁ ରକ୍ତ ଦେଇ ସହଯୋଗ କରିଥିଲେ।

ସହାୟତା ଲାଗି ନିବେଦନ

ଆଜି ନିଜେ ରୋଗୀ ହୋଇପଡି ରହିଛି। ଚିକିତ୍ସା ପାଇଁ ପ୍ରଥମେ ତେନ୍ତୁଳୀଖୁଣ୍ଟି ମେଡିକାଲରେ ଚିକିତ୍ସା କରିଥିଲେ। ସେଠାରେ ଭଲ ନହେବା ବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ। ଆଉ ଅଧୂକ ଚିକିତ୍ସା ପାଇଁ ପାଇଁ ଅର୍ଥ ଅଭାବରୁ ଘରକୁ ପଳେଇ ଆସିଥିଲେ। ଏବେ ଅର୍ଥ ଅଭାବରୁ ଚିନ୍ତାରେ ପରିବାର ର ଲୋକେ ଉନ୍ନ‌ତ ଚିକିତ୍ସା କରାଇପାରୁନାହ ନାହାନ୍ତି। ବର୍ତ୍ତମାନ ଅର୍ଥ ନଥୁବାରୁ? ଅମର ଘରେ ରେ ରହି ଜୀବନ ସହ ଲଢେଇ କରୁଛନ୍ତି। ଜିଲ୍ଲା ପ୍ରଶାସନ ଏହି ରୋଗୀର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ପାଇଁ ତୁରନ୍ତ ପଦକ୍ଷେପ ନେବା

ସହ ରେଡ଼କ୍ରସ ତରଫରୁ କିଛି ଆର୍ଥି ଆର୍ଥିକ ସାହାଯ୍ୟ ଯୋଗାଇବା ପାଇଁ ପ୍ରଶାସନକୁ ପରିବାର ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଏହାକୁ ନେଇ ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରୁ ବ୍ଲକ ପ୍ରଶାସନ ଦ୍ବାରା ଯାହା ସମ୍ଭବ ସମସ୍ତ ସୁବିଧା ଯୋଗାଇଦେବା ବ୍ୟବସ୍ଥା କରାଯିବ ଯିବ ବୋଲି କହିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button