BusinessDIstrictEducationEntertainmentHealthKoraputNationOdisha

ପ୍ରସିଦ୍ଧ ତଥା ଐତିହାସିକ କେଲିଆ ଶୈବପିଠ ରେ ବୋଲବମ ଭକ୍ତଙ୍କ ଭିଡ଼

ନବରଙ୍ଗପୁର, ୦୪/୦୮: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଚଚରାଗୁଡା ପଂଚାୟତ ରେ ଥିବା ପ୍ରସିଦ୍ଧ ତଥା ଐତିହାସିକ ଶୈବ ପିଠ ହେଉଛି କେଲିଆ ଶୈବ ପିଠ। ଏହି ଶୈବ ପୀଠରେ ବର୍ଷ ତମାମ ଶିବଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ। କିନ୍ତୁ ଶ୍ରାବଣ ର କାଥାହିଁ କିଛି ନିଆରା ଅଟେ। ଚଳିତ ବର୍ଷା ଶ୍ରାବଣରେ କେଲିଆ ଶୈବପିଠ ରେ ବୋଲବମ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହେଲା। ପ୍ରତି ସୋମବାର ଅନ୍ନ ଭୋଗର ବ୍ୟବସ୍ଥା କରାଯାଇ ଥିଲା।

ପ୍ରଥମ ସୋମବାର ଦିନ ମନ୍ଦିରରେ ପ୍ରତିମାସ ସଂକ୍ରାନ୍ତି ପାଳନ କରୁଥିବା ସଂକ୍ରାନ୍ତି କମିଟି, ଦ୍ୱତୀୟ ସୋମବାର ଅଗ୍ନିପୁର ପଞ୍ଚାୟତର ଚକାଛପର ଗ୍ରାମର ନିବାସୀ ଶ୍ରୀ ସୁନାଧାର ଭତ୍ରା, ତୃତୀୟ ସୋମବାର ଡାବୁଗାଁ ବ୍ଲକ ପଞ୍ଚଯାତ ସମିତି ଅଧକ୍ଷା ବୀଣା ମାଝୀ ଏବଂ ସହଯୋଗୀ ସୁରେନ୍ଦ୍ର ମିଶ୍ର ଏବଂ ଆନ୍ୟ ମାନେ ଏବଂ ଆଜି ଶେଷ ସୋମବାର ଚଚରାଗୁଡା ପୂର୍ବତନ ସରପଞ୍ଚ ଓ ଆଖ ପାଖ ଗ୍ରାମର ବିଶିଷ୍ଟ ବ୍ୟକ୍ତି ସମ୍ମୁହ ଅନ୍ନ ଭୋଗ ର ବ୍ୟବସ୍ଥା କରିଥିଲେ। ସେଭଳି ଡାବୁଗାଁ ସଦର ମହକୁମା ସ୍ଥିତ କଲ୍ୟାଣୀ ମଣ୍ଡପରେ ବୋଲବମ ସେବାସମିତି ତରଫରୁ ଶ୍ରାବଣ ମାସର ପ୍ରତି ରବିବାର ରାତିରେ କେଲିଆ ଶୈବ ପିଠକୁ ଆସୁଥିବା ଭକ୍ତଙ୍କ ପାଇଁ ନିଃଶୁଳ୍କ ସେବା ଯୋଗାଇ ଦିଆଯାଇଛି।

ବୋଲବମ ଭକ୍ତଙ୍କ ପାଇଁ ଚା, ଟିଫିନ, ଖାଇବା ସହ ରାତ୍ରିରେ ବିଶ୍ରାମ ନେବା ପାଇଁ ସମସ୍ତ ବ୍ୟବସ୍ଥା କରା ଯାଇଥିଲା। ଏତଦ ବ୍ୟତୀତ ଦ୍ୱତୀୟ ପାଳିରୁ ଉକ୍ତଳ ରୋନିଆର ସମାଜ ତରଫରୁ ଚା ଟିଫିନ ବ୍ୟବସ୍ଥା କରାଯାଇଥିଲା। ଶ୍ରାବଣ ମାସରେ ସମସ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ ମନ୍ଦିର କମିଟି ର ସଭ୍ୟ ମାନଙ୍କୁ, ସ୍ବେଛାସେବୀ, ପୂଜକ, ପୁଲିସ ବିଭାଗ, ସ୍ୱାସ୍ଥ୍ୟବିଭାଗ, ତଥା ଯେଉଁମାନେ ସ୍ଵଇଚ୍ଛାରେ ଭାଗ ନେଇଥିଲେ ବୋଲବମ ଭକ୍ତଙ୍କୁ ସହଯୋଗ କରିବା ପାଇଁ ସମସ୍ତଙ୍କୁ ମନ୍ଦିର କମିଟି ସମ୍ପାଦକ ଶ୍ରୀ ଦେବରାଜ ପାତ୍ର, କୋଷାଧକ୍ଷ ଶ୍ରୀ ସାଇରାଜୁ ଏବଂ ଶ୍ରୀ ସୁରେନ୍ଦ୍ର ମିଶ୍ର ଧନ୍ୟବାଦ ଜଣାଇତଜିଲେ। ଏହି ବର୍ଷା ଶେଷ ସୋମବାର ରେ 15ହଜାରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଜଳାଭିଷେକ କରିଥିଲେ। ରିପଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button