କୋଟି କୋଟି ଟଙ୍କା ର ନିର୍ମିତ ପୋଲ ଦବିଲା

ନବରଙ୍ଗପୁର, 3/8 : ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ଅନ୍ତର୍ଗତ ବଡ ଗୁମୁଡା ଗ୍ରାମ ନଦୀ ଉପରେ ନିର୍ମିତ କୋଟି କୋଟି ଟଙ୍କାର ପୋଲ ଦବି ଯାଇଥୁବା ଦେଖୁବାକୁ ମିଳିଛି । ସୂଚନା ଯୋଗ୍ୟ ଯେ ଆଜକୁ ପ୍ରାୟ ୮/୯ ବର୍ଷ ହେବ ପୋଲଟି ୪ କୋଟି ବ୍ୟୟରେ ତତକାଳୀନ ଠିକାଦାର ସୁଭାଷ ଚନ୍ଦ୍ର ମୁଣ୍ଡ କାମ ପାଇ ପୋଲଟିକୁ ନିର୍ମାଣ କରିଥିଲେ । କିନ୍ତୁ ବର୍ତମାନ ପୋଲଟି ସମ୍ପୂଣ୍ଣ ଦବି ଯାଇ ବିପଦ ସଂକୁଳ ଅବସ୍ଥାରେ ରହିଛି । ଯାହାଦ୍ୱାରା ଦୁଇ ପଟରୁ ଯାତାୟାତ କରୁଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖା ଯାଇଛି। ଏ ସମ୍ବନ୍ଧରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ପୋଲର ପିଲାର ଏକ ଫୁଟ ତଳେ ଖୋଳା ହୋଇଥିଲା ଏବଂ ବାଲି ମାଫିଆ ମାନେ ବାଲି ଖାଳି ନେଉଥିବାରୁ ଆଉ ଲଗାତାର ବର୍ଷା ହେଉଥିବା ଯୋଗୁଁ ପିଲାର ସହ ପୋଲଟି ଦବି ଗଲା ବୋଲି କୁହନ୍ତି l
ସରକାରଙ୍କ ଟଙ୍କା ପାଣିରେ ଗଲା
ଯନ୍ତ୍ରୀ ତନ୍ତ୍ରୀ ଫାଇଲ ଲୁଚାଇ ରଖୁଛନ୍ତି କି ?
ଧନୁଭଳି ବଙ୍କା ହୋଇ ଯାଉଛି ?
ମଧ୍ୟ ଦବି ଯାଇଥିବା ସୂଚନା ଦେଇଥିଲେ । ଭୁବନେଶ୍ୱର ଏକ ଟିମ ମାର୍ଚ୍ଚ ୧୧ଓ ୧୯ ରେ ଆସି ପୋଲକୁ ନିରୀକ୍ଷ ଓ ମରାମତି ଦିଗରେ ଦେଖା ଚାହାଁ କରି ଯାଇଥିବା କହିଛନ୍ତି ସେହି ସମୟରେ ଠିକାଦାରକୁ କାମ ଦେଇ ଖାମଖୁଆ ନୀତିରେ ଏଇ, ଜେଇ ମାନେ ଚୁପ ରହିଥିଲେ ନା ଏସ ପିସି ର କରାମତି । ଫଳରେ ପୋଲଟି ଘୁଷୁଡିବା ଅବସ୍ଥାରେ ଅଛି । କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିଜ ବିଭାଗର ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ରାଜସ୍ୱ ବିଭାଗ ଉପରେ ଦୋଷ ଲଦୁଥ ଜଣାପଡ଼ୁଛି। ତେବେ କିଛି ଅଘଟଣ ଘଟିବା ପୂର୍ବରୁ ପ୍ରଶାସ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ପୋଲଟିର ରକ୍ଷଣାବେକ୍ଷ କଲେ ଗ୍ରାମବାସୀ ମାନେ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଚାଲିଛି ।