
ଭଞ୍ଜନଗର,୨/୮: ଭାରତୀୟ ଡାକ ବିଭାଗ ପକ୍ଷରୁ ଗ୍ରାହକ ମାନଙ୍କୁ ଅଧିକ ତଥା ଉତ୍କୃଷ୍ଟ ସେବା ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏନେଇ ବିଭାଗ ପକ୍ଷରୁ ଏକ ନୂତନ ବୈଷୟିକ ପ୍ଳାଟଫର୍ମ ଆରମ୍ଭ କରିବା ନେଇ ଯୋଜନା ରହିଛି। ଏହି ପରିପ୍ରେକ୍ଷିରେ ଆସନ୍ତା ୪ ତାରିଖ ଦିନ ନୂତନ ସଫ୍ଟୱେବର୍ ପ୍ରଚଳିତ କରାଯିବା ସହ ଏଥିରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ ବୋଲି ଜଣାପଡିଛି।
ଏହାକୁ ଦୃଷ୍ଟିରେ ରଖି ଆସିକା ମଣ୍ଡଳ ଅଧିନରେ ଥିବା ଆସିକା ଓ ଭଞ୍ଜନଗର ପ୍ରଧାନ ଡାକଘର ସମେତ ଏହାର ଅର୍ନ୍ତଗତ ୪୫ ଟି ଉପ ଡାକଘର, ୨୮୬ ଟି ଶାଖା ଡାକ ଘରେ ଏହା କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଏନେଇ ଆଜି ପ୍ରସ୍ତୁତି ପ୍ରକ୍ରିୟା ତଥା ଆଡ୍ଭାନ୍ସ୍ ପୋଷ୍ଟାଲ ଟେକ୍ନୋକଲୋଜି ୨.୦ ସଫ୍ଟୱେର ପ୍ରଚଳନ ସଂର୍ପକରେ କାର୍ଯ୍ୟ ପାଇଁ ଡାକସେବା ଓ କାରବାର ବନ୍ଦ ରହିଥିବା ବେଳେ ଆସନ୍ତା ୪ ତାରିଖରୁ ସ୍ବାଭାବିକ ଭାବେ କାର୍ଯ୍ୟ କରିବ ବୋଲି ଜଣାପଡିଛି।
ସମସ୍ତ ଡାକଘରେ କର୍ମଚାରୀ ମାନେ ଆଜି ଉପସ୍ଥିତ ରହି ଉକ୍ତ ସଫ୍ଟୱେର ସଂର୍ପକରେ ଅବଗତ ହେବା ସହ ଏହା ଦ୍ବାରା ଆଗାମୀ ଦିନରେ ଡାକସେବା ଆହୁରି ତ୍ବରାନ୍ବିତ ହେବା ସହ ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଆଶା କରାଯାଉଛି।