
ଭଞ୍ଜନଗର,୦୨/୮ : ଭଞ୍ଜନଗର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୟୁନିଫାଇଡ ଅଟୋମେସନ ସିଷ୍ଟମ (ୟୁଏଏସ୍)କୁ ବିରୋଧ ପ୍ରଦର୍ଶନ କରି ସଂଘ ପକ୍ଷରୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘ ସଭାପତିଙ୍କ ନେତୃତ୍ୱରେ ଦିଆଯାଇଥିବା ଦାବିପତ୍ରରେ ପ୍ରତ୍ୟେକ ବିଦ୍ୟାଳୟରେ ବ୍ୟବହୃତ ଟାଵଲେଟ୍ ପାଇଁ ସିମ ଏବଂ ଇଣ୍ଟରନେଟ ସୁଚାରୁରୂପେ ଯୋଗେଇଦେବା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସୁବିଧା ନିମନ୍ତେ ଅନ୍ୟ ପନ୍ଥା ବାହାର କରିବା,ଡାଟା ଏଣ୍ଟ୍ରି ଅପରେଟରଙ୍କ ଆବଶ୍ୟକତାକୁ ପୂରଣ କରିବା ସମେତ ଅନ୍ୟ ଦାବୀ କରାଯାଇଛି ।
ୟୁନିଫାଇଡ ଅଟୋମେସନ ସିଷ୍ଟମ ଲାଗୁକରି ଶିକ୍ଷକ ସମାଜକୁ ମାନସିକ ନିର୍ଯାତନା ଦିଆଯାଇଛି। ୨୨ ଟି ରାଜ୍ୟରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ୪୨୦୦- ଗ୍ରେଡ଼ପେ ପ୍ରଦାନ କରୁଥିବା ସ୍ଥଳେ ରାଜ୍ୟ ସରକାର ସେଥିପ୍ରତି ଗୁରୁତ୍ୱ ନଦେଇ ହଠାତ ୟୁନିଫାଇଡ ଅଟୋମେସନ ସିଷ୍ଟମକୁ ଲାଗୁ କରିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ମନରେ ଏକ କଠୋର ଆଘାତ ସୃଷ୍ଟି କରୁଛି ବୋଲି ସଂଘ ତରଫରୁ ଦାବୀ କରାଯାଇଛି । ସଂଘ ସଭାପତି ଜଗଦୀଶ ନାୟକ,ଶିଶିରକାନ୍ତ ପତିଙ୍କ ସମେତ ଅନ୍ୟ ଶିକ୍ଷକ ମାନେ ଉପସ୍ଥିତ ଥିଲେ|