BusinessDistrictEntertainmentHealthMalkangiriNationOdisha

ଏମପିଭି-୮୩ ଗ୍ରାମ ପୋଖରୀରେ କୁମ୍ଭୀର,ଲୋକେ ଭୟଭୀତ

ମାଲକାନଗିରି ,୨/୮: ମୋଟୁ ବନାଞ୍ଚଳ ଅନ୍ତର୍ଗତ ଏମ୍ପିଭି-୮୩ ଗ୍ରାମ ରେ ଥିବା ଏକ ବଡ ପୋଖରୀ କୁମ୍ଭୀର ବୁଲୁଥିବାର ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇ ପଡିଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଏକ ପୋଷ୍ଟର ପୋଖରୀ ପାଖରେ ଲଗାଇ ପୋଖରୀରେ ସ୍ନାନ ନ କରିବା ପାଇଁ ଜନ ସଚେତନତା କରାଯାଇଛି। ଏହା ବ୍ୟତିତ ଡାକବାଜି ଯନ୍ତ୍ର ସହାୟତାରେ ଗ୍ରାମର ସର୍ବ ସାଧାରଣ ଜନତାଙ୍କୁ କୁମ୍ଭୀର ପୁଷ୍କରିଣୀ ରେ ଥିବା ସତର୍କ ସୂଚନା ପ୍ରଦାନ କରାଯାଇଛି। ଏହି କୁମ୍ଭୀର ଗତିବିଧିକୁ ଡ୍ରୋନ୍ କ୍ୟାମେରା ଦ୍ବାରା ଫୋଟୋ ଚିତ୍ର ଉତ୍ତୋଳନ କରାଯାଉଥିବା ଜଣା ପଡ଼ିଛି।

ମୋଟୁ ବନାଞ୍ଚଳ ଅଧିକାରୀ ରଶ୍ମୀରଂଜନ ସ୍ବାଇଁ କହିବା ଅନୁସାରେ ଏମପିଭି-୮୩ ଗ୍ରାମରେ ଥିବା ପୋଖରୀ ଟି ୨୦୦ ମିଟର ପ୍ରସ୍ଥ ଓ ଦୈର୍ଘ୍ୟ ୫୦୦
ମିଟର ବିଶିଷ୍ଟ ଅଟେ। ଏଠାରେ ଗୋଟିଏ ମାତ୍ର କୁମ୍ଭୀର ଆସି ରହିଯାଇଛି।ଗତ କାଲି ଠାରୁ କୁମ୍ଭୀର ଟିକୁ ଉଦ୍ଧାର ଲାଗି ପ୍ରୟାସ ଚାଲିଛି। ତେବେ ପୋଖରୀଟି ବଡ ଥିବାରୁ ତାକୁ ଜାଲରେ ଧରିବା ସହଜ ହୋଇ ପାରୁ ନାହିଁ। ଲୋକକୁ ଦେଖିବା

ପରେ କୁମ୍ଭୀରଟି ଜଳ ମଧ୍ୟରେ ଆତ୍ମ ଗୋପନ କରୁଛି। ପୂର୍ବରୁ ଚିତ୍ରକୋଣ୍ଡା ଜଳଭଣ୍ଡାରରେ କୁମ୍ଭୀର ରହିଥିଲା ବେଳେ ଗୋଟିଏ
ବାଳକକୁ କୁମ୍ଭୀର ଆକ୍ରମଣ କରି ମାରିଦେଇଥିବା ଚର୍ଚ୍ଚା ହୋଇଥିଲା। ସେହିପରି ସତୀଗୁଡା ଜଳ ଭଣ୍ଡାରରୁ ଉଠି ଏକ ବଡ କୁମ୍ଭୀର ନିକଟସ୍ଥ ଗ୍ରାମର ଜନୈକ ମାଛ ଧରାଳୀଙ୍କ ଘରେ ନିକଟରେ ରହିବା ନଜରକୁ ଆସିଥିଲା। ଏଣୁ କୁମ୍ଭୀର ଏହି ଦୁଇ ଗୋଟି ଜଳ ଭଣ୍ଡାରରେ ପୂର୍ବରୁ ଥିବା ସୂଚନା ରହିଛି। ସେହିପରି ସାବେରୀ ନଦୀରେ ଏକ ଜାଲ ଦେହରେ ମାଛ ବଦଳରେ କୁମ୍ଭୀର ଲାଗି ଥିବା ବେଳେ ପଡିଆ ଅଞ୍ଚଳରେ ଏହା କୁ ମାରି ଚମଡା ଉତ୍ତୁରା ଯାଇ ଥିବା ଗଣ ମାଧ୍ୟମ ଚର୍ଚ୍ଚା ହୋଇଥିଲା।

କୁମ୍ଭୀର ମାନେ ଜଳ ଏବଂ ସ୍ଥଳରେ ରହି ପାରନ୍ତି। ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ସପ୍ତାହ ବ୍ଯାପି ଲଗାଣ ବର୍ଷା ହେବା ଯୋଗୁଁ ଏହି କୁମ୍ଭୀର ନଦୀ ସ୍ରୋତରେ ଯେ କୌଣସି ସ୍ଥାନରୁ ଆସି ଏହି ବିସ୍ତୀର୍ଣ୍ଣ ଜଳରାଶି ରେ ଅଟକି ଯାଇଛି। ଏହାକୁ ଉଦ୍ଧାର ଲାଗି ମାଲକାନଗିରି, କାଲିମେଳା ଏବଂ ମୋଟୁ ର ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଥିବା ମୋଟୁ ବନାଞ୍ଚଳ ଅଧିକାରୀ ରଶ୍ମୀରଂଜନ ସ୍ବାଇଁ ପ୍ରକାଶ କରିଛନ୍ତି।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button