BusinessDIstrictEducationEntertainmentHealthMalkangiriNationOdishaPolitics

ମାଲକାନଗିରିରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ

ମାଲକାନଗିରି, ୧/୮: ମାଲକାନଗିରି ର ନୂତନ ଜିଲ୍ଲାପାଳ ଭାବେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି ସୋମେଶ ଉପାଧ୍ୟାୟ। ନୂତନ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ସ୍ୱାଗତ କରିଥିଲେ।

ପରେ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ନିଜ ପ୍ରତିକ୍ରିୟାରେ ଜିଲ୍ଲାକୁ ଆଗକୁ ନେବାକୁ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ଏହା ପୂର୍ବରୁ ଶ୍ରୀ ଉପାଧ୍ୟାୟ ଢେଙ୍କାନାଳର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ମାଲକାନଗିରି ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ଆଶିଷ ଈଶ୍ୱର ପାଟିଲ ଙ୍କର ଢେଙ୍କାନାଳ ଜିଲ୍ଲାପାଳ ଭାବେ ବଦଳି ହୋଇଛି।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button