Education

ସରକାରୀ ଦରରେ ୟୁରିଆ ସାର ବଣ୍ଟନ

ସରକାରୀ ଦରରେ ୟୁରିଆ ସାର ବଣ୍ଟନ

ରାଇଘର,ତା:31/7

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ପ୍ରତି ବର୍ଷ ଚାଷ ସମୟରେ ଯେଉଁ ଭଳି ସାର ସଙ୍କଟ ଦେଖ‌ିବାକୁ ମିଳୁଥିଲା ଏହାର ଫାଇଦା ନେଇ କିଛି ଅସାଧୁ ବ୍ୟବସାୟୀ ମନଇଚ୍ଛା ଚଢ଼ା ଦରରେ ସାର ଓ ବିହନ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଗତ ବର୍ଷ ସାର ସମସ୍ୟା ନେଇ ରାସ୍ତା ରୋକ ଠାରୁ ଆରମ୍ଭ କରି ନାନା ସମସ୍ୟା ଦେଖିବାକୁ ମିଳୁଥିଲା । କିନ୍ତୁ ଚଳିତ ବର୍ଷ ମଧ୍ୟ ସାର ସମସ୍ୟା ଉତ୍କଟ ରୂପ ନେଇଛି । ଅସାଧୁ ବ୍ୟବସାୟୀଙ୍କ ଚଢ଼ା ଦରରେ ବିକ୍ରି ଯୋଗୁଁ ଚାଷୀ ଚିନ୍ତାରେ ରହିଛି। ଏ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଇଘର କୃଷି ବିଭାଗ ପକ୍ଷରୁ ଲ୍ୟାମ୍ପ

ତରଫରୁ ଚାଷୀଙ୍କୁ ସାର ସରକାରୀ ଦରରେ ବଣ୍ଟନ କରାଯାଇଛି। କୃଷି ବିଭାଗ ଅଧିକାରୀ ରଶ୍ମୀ ସାହୁଙ୍କ ନେତୃତ୍ବରେ ଚାଷ କାର୍ଯ୍ୟ ଆରମ୍ଭରୁ ସାର ବ୍ୟବସାୟୀଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନିଂ ସହ ବାରମ୍ବାର ୨୬ ଗୋଟି ପଞ୍ଚାୟତରେ ଚଢ଼ଉ ଜାରି ରଖୁଥୁବା ଯୋଗୁଁ ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ କୃଷି ବିଭାଗ କାର୍ଯ୍ୟାଳୟ ଠାରେ କର୍ମଚାରୀ ଅଭାବ ଯୋଗୁଁ ଶତ ପ୍ରତିଶତ ଗ୍ରାମାଞ୍ଚଳ ତଦାରଖ ନ ହେବା ଯୋଗୁଁ ଅସାଧୁ ବ୍ୟବସାୟୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ପତ୍ରକୋଟି ସ୍ଥିତ ଲ୍ୟାମ୍ପୁ ଗୋଦାମ ସମ୍ମୁଖରେ ର ସରକାରୀ ଦର ୨୭୦ ଟଙ୍କାରେ ରେ ୧୮୦ ଚାଷୀଙ୍କୁ ୩ ବସ୍ତା

ଲେଖାଏଁ ୟୁରିଆ ସାର ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ବଣ୍ଟନ ବ୍ୟବସ୍ଥା କରାଯାଇଥିଲା। ପ୍ରତ୍ୟେକ ହୋଲସେଲର ଡିଲର୍ ଦୋକାନରେ ମଧ୍ୟ ଅଧିକାରୀ ଉପସ୍ଥିତ ରହି ଗ୍ରାମାଞ୍ଚଳ ଚାଷୀଙ୍କୁ ସରକାରୀ ଦରରେ ସାର ବଣ୍ଟନ କଲେ ଚାଷୀ ଉପକୃତ ହେବେ ବୋଲି ଚାଷୀ ମହଲରେ ଦାବି ହୋଇଛି। ଯେଉଁ ସ୍ଥାନରେ ବେଆଇନ ଭାବେ ସାର ଗଚ୍ଛିତ କିମ୍ବା ଚଢ଼ା ଦରରେ ବିକ୍ରି କଲେ କୃଷି ବିଭାଗ କାର୍ଯ୍ୟାଳୟ ଠାରେ ଅଭିଯୋଗ କରିବାକୁ ଅଧିକାରୀ ସୂଚନା ଦେଇଛନ୍ତି। ସାର ବଣ୍ଟନ ସମୟରେ ବ୍ଳକ କୃଷି ଅଧିକାରୀ ରଶ୍ମୀ ସାହୁ, ଲ୍ୟାମ୍ପ ଏମଡି ଡି ମନୋରଞ୍ଜନ ୟକ, ଡିଇଓ ଜୟନ୍ତ ବିଶ୍ବାସ, ଡିଇଓ ପଟ୍ଟନାୟକ ପବିତ୍ର ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button