Education

ବା ଇ ପାସ ରାସ୍ତା ପ୍ରକଳ୍ପ କୁ ଅନୁମୋଦନ ଦ।ବି

ବାଇପାସ୍ ରାସ୍ତା ପ୍ରକଳ୍ପକୁ ଅନୁମୋଦନ ଦାବି

କୋରାପୁଟ,29/7 : କୋରାପୁଟ ବାଇପାସ୍‌ ରାସ୍ତା ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ ପାଇଁ ଦାବି ରଖୁଛତି ବିଧାୟକ ରଘୁରାମ ମାଛ। ଦିଲ୍ଲୀଠାରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଜୟରାମ ଗଡ଼କରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି। ବାଇପାସ୍‌ ରାସ୍ତା ନିର୍ମାଣ ଦିଗରେ

୨ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ

ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ୨୬ ନମ୍ବର ଜାତୀୟ ରାଜପଥର କୋରାପୁଟ ସହର ଉପକଣ୍ଠ ମେଣ୍ଡାଗୁଡ଼ାରୁ ଖରାଗୁଡ଼ା ଛକ ପର୍ଯ୍ୟନ୍ତ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ କୋରାପୁଟବାସୀ ଦୀର୍ଘ ୨୫ ବର୍ଷ ହେଲା ଦାବି କରିଆସୁଛନ୍ତି। ତଥାପି ଏ ଦିଗରେ ଗୁରୁତ୍ଵ

ଦିଆଯାଉନି। ଫଳରେ ଭାରୀଯାନ ଯାତାୟାତ ସମୟରେ ୨ ପୌରପାଳିକା ଅଞ୍ଚଳ ଏବଂ ଜିଲ୍ଲା ମୁଖ୍ୟାଳୟ ପ୍ରଭାବିତ ହେଉଛି। ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷୀତ ଦାବିକୁ ସମାଧାନ କରିବାକୁ ଶ୍ରୀ ମାଛ ଉଭୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କୋରାପୁଟ ବାଇପାସ୍‌ ରାସ୍ତାର ନକ୍ସାକୁ ସଂଲଗ୍ନ

କରି ସେ ଚିଠି ପ୍ରଦାନ କରିଛନ୍ତି। ଏହି ବାଇପାସ ରାସ୍ତା ନିର୍ମାଣ ହେଲେ ଅଞ୍ଚଳର ବିକାଶ ତ୍ୱରାନ୍ବିତ ହେବ ବୋଲି ସେ କହିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ବିଧାୟକ ଶ୍ରୀ ମାଛଙ୍କ ସହ ବିଜେପି ବରିଷ୍ଠ ନେତା କାଳୀରାମ ମାଝୀ ଉପସ୍ଥିତ ଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button