BusinessDIstrictEducationHealthMalkangiriNationOdishaPolitics

ମାଲକାନଗିରି ସଦର ମହକୁମାର ସାପ୍ତାହିକ ହାଟର ଦୁରବସ୍ଥା

ବର୍ଷାରେ ହାଟ କାଦୁଆ ପଚ୍ ପଚ୍,୩୦ ବର୍ଷରେ ଟଙ୍କାଏ ଖର୍ଚ୍ଚ ନାହିଁ

ମାଲକାନଗିରି,୨୯/୭: ମାଲକାନଗିରି ସଦରମହକୁମାର ସାପ୍ତାହିକ ହାଟ ପ୍ରତି ମଙ୍ଗଳବାର ଦିନ ଆରମ୍ଭ ହୋଇଥାଏ। ଏହି ସାପ୍ତାହିକ ହାଟି ବାଲିସାଗର ପୋଖରୀ ସଂଲଗ୍ନ ଅଞ୍ଚଳରେ ଅର୍ଥାତ୍ ମାଲକାନଗିରି -କୋରୁକୋଣ୍ଡା ରାଜ୍ୟ ରାଜପଥର ଉଭୟ ପାର୍ଶ୍ବରେ ଅନୁଷ୍ଠିତ ହୋଇଥାଏ। ମାଲକାନଗିରି ପୌରାଞ୍ଚଳରେ କୌଣସି ସ୍ଥାନ ନଥିବାରୁ ଜଙ୍ଗଲ ବିଭାଗର ଅଧିନରେ ଥିବା ଗ୍ରାମ୍ୟ ଜଙ୍ଗଲ ଜମିରେ ୧.୧୧.୧୯୯୫ ମସିହାରୁ ଏହି ସାପ୍ତାହିକ ହାଟଟି
କାର୍ଯ୍ୟକାରୀ ହୋଇ ଆସୁଛି। ଏଠାରେ ଏକ ସରକାରୀ କୋଠା
ରହିଛି, ଯାହାକି ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ ରହଣୀ ପାଇଁ ଜିଲ୍ଲା ପ୍ରଶାସନ ପ୍ରଦାନ କରି ଆସୁଛି। ଏହି ଅଞ୍ଚଳରେ ସାପ୍ତାହିକ ହାଟ
ପ୍ରତି ମଙ୍ଗଳବାର ଦିନ ହେବା ଯୋଗୁଁ କିଛି ଏକର ଜମିକୁ ଅଧିଗ୍ରହଣ କରାଯାଇ ଶୈବପୀଠ ଗଢି ଉଠିଛି, ଯାହା କି ସାପ୍ତାହିକ ହାଟ ପାଇଁ ଜମି ପର୍ଯ୍ୟାପ୍ତ ନୁହେଁ। ଫଳରେ ହାଟୁଆମାନେ ରାଜ୍ୟ ରାଜପଥ ପଥର ଦୁଇ ପାର୍ଶ୍ଵରେ ହାଟ ବସାଇ ପଥ ଅବରୋଧ କରିଥାନ୍ତି । ଏଣୁ ମାଲକାନଗିରି ସଦର
ମହକୁମାକୁ ବାଲିମେଳା ଓ କୋରୁକୋଣ୍ଡା ଅଞ୍ଚଳରୁ ଆସୁଥିବା
ଯାତ୍ରା ବା ମାଲକାନଗିରି ସଦର ମହକୁମାରୁ ବାଲିମେଳା ଅଭିମୁଖେ ଯାଉଥିବା ଯାତ୍ରୀ ଓ ଯାନବାହାନଗୁଡିକ ଅତିକ୍ରମ
କରିବାରେ ଅହେତୁକ ବିଳମ୍ବ ଘଟିଥାଏ। ଏହା ବ୍ୟତିତ ଏଠାରେ ଲକ୍ଷ୍ମଣ ନାୟକ ହଷ୍ଟେଲ,ବୁଟିଗୁଡା ଉଚ୍ଚ ପ୍ରାଥମିକ , ମାଲକାନଗିରି ଉଚ୍ଚ ବିଦ୍ୟାଳୟ ଏବଂ
ଯୁକ୍ତ ଦୁଇ କନିଷ୍ଠ ବିଜ୍ଞାନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଇକେଲ ଯୋଗେ ଯାତାୟାତ କରିବାରେ ବିଶେଷ ପ୍ରତିବନ୍ଧକ
ହୋଇଥାଏ ଏହି ସାପ୍ତାହିକ ହାଟ। ରାସ୍ତାକୁ ଅବରୋଧ କରି ହାଟୁଆମେନେ ନିଜର ନିଜର ପସରା ମେଲାଇ ବସିବା ଫଳରେ
ଯାତାୟତର ନାହିଁ ନଥିବା ଅସୁବିଧା ହୋଇ ଅନେକ ଥର ଛୋଟ ବଡ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଦେଶ କେବେ ମଧ୍ୟ ଉଚିତ ପଦକ୍ଷେପ ଗ୍ରହଣ କରି ନଥିବା ଜଣା ପଡ଼ିଛି। ଏହି ସମସ୍ୟା
ପ୍ରତ୍ୟେକ ମଙ୍ଗଳବାର ଦିନ ଲାଗି ରହିଛି। ତଥାପି ଜିଲ୍ଲା ପ୍ରଶାସନ ଦୁଇ ପାର୍ଶ୍ବରେ ପସରା ପକାଳୀମାନଙ୍କୁ ରାସ୍ତାର ଦୁଇ
କଡ଼ରୁ ଅପସାରଣ ଲାଗି ଆଜି ପର୍ଯ୍ୟନ୍ତ ପ୍ରୟାସ କରି ନାହିଁ।
ଅନ୍ୟ ପକ୍ଷରେ ୧୯୯୫ ମସିହାରୁ ଏହି ସାପ୍ତାହିକ ହାଟ ଟି
ଗଢି ଉଠିଥିଲେ ମଧ୍ୟ ହାଟରର ଉନ୍ନତି ପାଇଁ କେବେ ମଧ୍ୟ
ମାଲକାନଗିରି ପୌରପରିଷଦ ବା ମାଲକାନଗିରି ଆରଏମସି ଏକ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରି ନାହିଁ। ମାତ୍ର ଆରଏମସି ତରଫରୁ ପ୍ରତି ପସରା ପିଛା ୨୦ ଟଙ୍କା ପାନୁ ସଂଗ୍ରହ କରାଯାଉଛି।ବର୍ତ୍ତମାନ ଏହି ପାନୁ ସଂଗ୍ରହ କରିବା ଲାଗି ବେସରକାରୀ ଭାବେ ୩ ଜଣ ଯୁବକ ଦାୟିତ୍ଵରେ
ରହିଥିବା ବେଳେ ମାସକୁ ଆରଏମସିକୁ ୧୨,୦୦୦ ଟଙ୍କା ପୈଠ କରିବାକୁ ଚୁକ୍ତି ହୋଇଛି।
ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷାରେ ସାପ୍ତାହିକ ହାଟ
ସଂପୂର୍ଣ୍ଣ କାଦୁଅ। ହାଟୋଇମାନେ ହାଟ ବସାଇବାରେ ଯେପରି
ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେହିପରି
ପନିପରିବା କିଣିବାକୁ ଯାଉଥିବା ଲୋକମାନଙ୍କ ଅବସ୍ଥା ନ କହିଲେ ଭଲ। ହାଟରେ ସମଗ୍ରୀ ବିକ୍ରୟ ପାଇଁ ଆଣିଥିବା
ଦୁଃଇ ଚକିଆ ଓ ଚାରି ଚକିଆ ଯାନବାହନ ଗୁଡିକ ସବୁ
ରାଜ୍ୟ ରାଜପଥ ଉଭୟ ପାର୍ଶ୍ବରେ ଦଣ୍ଡାୟମାନ। ଏଠାରେ
ଗାଡି ରଖିବା ପାଇଁ ପାର୍କିଂ ର କୌଣସି ବ୍ୟବସ୍ଥା ନାହିଁ।
ଅନ୍ୟ ପକ୍ଷରେ ପସରା ବସାଇବା ପାଇଁ କୌଣସି ପିଣ୍ଡ ମଧ୍ୟ ନାହିଁ। ଫଳରେ ବର୍ଷା ଋତୁରେ କିଏ ଜରି ଟାଣି ବେପାର
କଲାଣିତ କିଏ ବର୍ଷାରେ ଓଦା ସରସର ହୋଇ ବ୍ୟବସାୟ
କରିବାକୁ ବାଧ୍ୟ ହେଲାଣି। ତେବେ ଏହି ହାଟକୁ ବର୍ତ୍ତମାନ ଏହି
ହାଟକୁ ୩୦ ବର୍ଷ ପୂର୍ତ୍ତି ହେଉଥିବା ବେଳେ ମାଲକାନଗିରି ଜିଲ୍ଲାକୁ ୩୩ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ତେବେ ମାଲକାନଗିରି
ସଦରର ମହକୁମାର ସାପ୍ତାହିକ ହାଟ କେବେ ବିକାଶ ହେବ କହିବା ଅସମ୍ଭବ। ଏହି ସାପ୍ତାହିକ ହାଟରୁ ଯାହା ପାନକୁ ସଂଗ୍ରହ
ହେଉଛି ମାଲକାନଗିରି ମୁନସିପାଲଟି ବାର୍ଷିକ ୨୦ ପ୍ରତିଶତ ଅଂଶଧନ ଆରଏମସି ଠାରୁ ପାଉଥିଲେ ମଧ୍ୟ ହାଟର ବିକାଶ ଦିଗରେ ସ୍ଥାଣୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ନିୟମ ଦୃଷ୍ଟିରୁ
ଯେଉଁ ହାଟରୁ ବିକ୍ରେତାଙ୍କ ଠାରୁ ପାନକୁ ସଂଗ୍ରହ କରାଯାଉଛି
ସେହି ଅର୍ଥକୁ ସେହି ହାଟର ଉନ୍ନତି ଲାଗି ଖର୍ଚ୍ଚ ହେବା ଆବଶ୍ୟକ। ଅତ୍ୟନ୍ତ ପକ୍ଷେ ବ୍ୟବସାୟୀଙ୍କ ପାଇଁ ପିଣ୍ଡି ନିର୍ମାଣ
ସହ ରାସ୍ତା ନିର୍ମାଣ, ପାନୀୟ ଜଳ ଏବଂ ଯାନବାହାନ
ପାଇଁ ପାର୍କିଂ ବ୍ୟବସ୍ଥା। ଏସବୁ ଏଠାରେ ବିରଳ କହିଲେ ଚଳେ।ଉଭୟ ବିଭାଗ ପରସ୍ପର ଦୋଷାରୋପ କରି ମୁଖ୍ୟ ମୁଦ୍ଦାରରୁ ହଟିଯିବାରେ ବ୍ଯସ୍ତ ଥିବା ବେଳେ ବର୍ଷା ଦିନର ଦୁର୍ଦ୍ଦଶାକୁ ନକହିଲେ ଭଲ। ଏଥି ପ୍ରତି ଜିଲ୍ଲା ପ୍ରଶାସନ ସ୍ତରରେ ବିହିତ ପଦକ୍ଷେପ ଗ୍ରହଣ ନ କରାଗଲେ, ସେମାନେ ସାପ୍ତାହିକ ହାଟ ଦୀପ ତଳ ଅନ୍ଧାର ହୋଇ ରହିଯିବ।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button