
ମାଲକାନଗିରି, 29/07: ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ଜଣେ ନାବାଳିକା ଦୁଷ୍କର୍ମ ର ଶିକାର ହୋଇଥିବା ନେଇ ଶନିବାର ଏକ ମାମଲା ରୁଜୁ ହୋଇଥିବା ବେଳେ ଓରକେଲ ପୋଲିସ ୨୪ ଘଣ୍ଟା ମଧ୍ୟରେ ତତ୍ପରତା ଦେଖାଇ ଫେରାର ଥିବା ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି। ଦୁଷ୍କର୍ମକାରୀ ଜଣଙ୍କ ଗତ ଗୁରୁବାର ଠାରୁ ଫେରାର ରହିଥିବା ବେଳେ ସେ ମାଲକାନଗିରି ଥାନା ଅନ୍ତର୍ଗତ ମାଛିଆମ୍ବ ଅଞ୍ଚଳରେ ଲୁଚି ରହିଥିବା ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ବିଶେଷ ସୂତ୍ରରୁ ଖବର ପାଇଥିଲେ। ଏହାପରେ ସେ ନିଜେ ଏକ ଟିମ ନେଇ ଦୁଷ୍କର୍ମକାରୀକୁ ଉକ୍ତ ମାଛିଆମ୍ବ ଅଞ୍ଚଳରୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଅଛି ।ଗିରଫ ବ୍ୟକ୍ତି ହେଲେ କୁଡୁମୁଲୁଗୁମ୍ମା ଫାଣ୍ଡି ଅନ୍ତର୍ଗତ ସିରିପେଟା ଗ୍ରାମର ଦୟାନିଧି ମାଢ଼ି(୫୦) । ତେବେ ନାବାଳିକା ଜଣକ ଗତ ବର୍ଷ ଦଶମ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ନିଜ ମାମୁଁ ଘର କୁଡୁମୁଲୁଗୁମ୍ମା ଫାଣ୍ଡି ଅଞ୍ଚଳରେ ରହୁଥିଲେ। ସୂଚନା ମୁତାବକ ନାବାଳିକା ଜଣଙ୍କ ନିଜ ଘର ତାଙ୍କ ମାମୁଁ ଘର ଠାରୁ ୨୫ କିମି ଦୂରତା ହୋଇଥିବା ବେଳେ ସେ ନିଜ ଗ୍ରାମରୁ ଫେରିବା ବାଟରେ ଜଣେ ବାଇକ ଚାଳକ ତାଙ୍କ ମାମୁଁ ଘର ଗ୍ରାମ ଅଞ୍ଚଳର ହୋଇଥିବା ଦେଖି ସେ ତାଙ୍କ ବାଇକ ରେ ବସିଥିଲେ। ତେବେ ବାଇକ ଚାଳକ ଜଣକ ତାଙ୍କ ମାମୁଁ ଘର ଗ୍ରାମ କୁ ନ ନେଇ ତାଙ୍କୁ ପ୍ରବର୍ତ୍ତାଇ ଚିତ୍ରକୋଣ୍ଡା ଡ୍ୟାମ ବୁଲିବାକୁ ଉକ୍ତ ନାବାଳିକା ଙ୍କୁ ନେଇଥିଲେ। ପରେ ସନ୍ଧ୍ୟା ହେବାରୁ ସେ ଅନ୍ଧାର ର ସୁଯୋଗ ନେଇ ନାବାଳିକାଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏହାପରେ ବାଇକ ଚାଳକ ଜଣଙ୍କ ଅତି ଚାଲାକ ର ସହ ରାତ୍ର ସମୟରେ ଉକ୍ତ ନାବାଳିକା ଙ୍କୁ ନେଇ ତାଙ୍କ ମାମୁଁ ଘର ଗ୍ରାମର ଶେଷ ମୁଣ୍ଡ ରେ ଛାଡି ଦେଇଥିଲେ। ପରେ ସକାଳେ ନାବାଳିକା ଜଣଙ୍କ ତାଙ୍କ ସହ ଉକ୍ତ ବାଇକ ଚାଳକ ଲିଫ୍ଟ ଦେବା ବାହାନାରେ ଗତ ୨୦ ତାରିଖରେ ଦୁଷ୍କର୍ମ କରିଥିବା ସମସ୍ତ ଘଟଣା ବିଷୟରେ ମାମୁଁ ଘର ଲୋକଙ୍କୁ ଜଣାଇଥିଲେ । ଏହାପରେ ନାବାଳିକା ଙ୍କ ମାମୁଁ ଗ୍ରାମର ସବୁ ଭଦ୍ର ଲୋକମାନଙ୍କୁ ନେଇ ଏକ ପ୍ରଜାକୋର୍ଟ ବସାଇବା ଖବର ଶୁଣି ଅଭିଯୁକ୍ତ ଜଣଙ୍କ ଉକ୍ତ ବୈଠକକୁ ନ ଯାଇ ଅନ୍ୟତ୍ର ଫେରାର ହୋଇ ଯାଇଥିଲେ। ପରେ ପୀଡିତା ର ମାମୁଁ ବାଧ୍ୟହୋଇ ଶନିବାର ଓରକେଲ ଥାନା ର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏନେଇ ଥାନାରେ କେସ ନଂ ୨୦୦/୨୫ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦୁଷ୍କର୍ମକାରୀ ରୁ ଗିରଫ ନିମନ୍ତେ ଖୋଜିବା ଆରମ୍ଭ କରିଥିବା ବେଳେ ମାମଲା ରୁଜୁ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଓରକେଲ ପୋଲିସ ଆକ୍ସନ ମୁଡ଼ କୁ ଆସି ନାବାଳିକା ଙ୍କୁ ନ୍ୟାୟ ଦେବା ସ୍ୱରୂପ ଉକ୍ତ ଦୁଷ୍କର୍ମକାରୀ ଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।