Education

ସରକାରଙ୍କ ନିଦ୍ଦେର୍ଶ କୁ ମାନୁ ନାହାଁନ୍ତି ତେଲ ବ୍ୟବସାୟି

ସରକାର ନିର୍ଦ୍ଦେଶକୁ ମାନୁନାହାନ୍ତି ତେଲ ବ୍ୟବସାୟୀ

ଉମରକୋଟ, ତ।29/7: ଗତ କିଛି ଦିନ ତଳେ ବାଲେଶ୍ଵର ଜିଲ୍ଲାର ସୌମ୍ୟାଶ୍ରୀ ବିଶି ନାମକ ଛାତ୍ରୀ ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିଲେ । ଯାହାକି ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ରାଜ୍ୟ ସରକାରକୁ ବିରୋଧୀ ବିଜେଡି ଓ କଂଗ୍ରେସ ମିଳିତ ଭାବେ ଘେରି ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବା ସହ ଓଡିଶା ବନ୍ଦର ଡାକରା ଦେଇ ଓଡିଶା ବନ୍ଦ କରିଥିବା ଘଟଣା ପରେ ରାଜ୍ୟ ସରକାରଙ୍କ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପେଟ୍ରୋଲର ବିକ୍ଳୟ ଉପରେ କଟକଣା ଲଗେଇଥିଲେ । ବାହାରେ ପେଟ୍ରୋଲ ବିକିଲେ କଡା କାର୍ଯ୍ୟାନୁଷ୍ଠାନ ହଣ କରାଯିବ । ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ। ଏଣିକି କେହି ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ନେଇ ପାରିବେନି କି ବିକି ପାରିବେ ନାହିଁ । ରାସ୍ତା ଘାଟ ଏବଂ ବାହାରେ ପ୍ଲାଷ୍ଟିକ ବୋତଲରେ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ । ନଇ ଯାଞ୍ଚ କତାଳତି ହେବ । ପେଟ୍ରୋଲ ପମ୍ପରେ ମଧ୍ୟ ଯାଞ୍ଚ ହେବ। ଅତ୍ୟାବଶ୍ୟକ ସ୍ଥଳେ କାଚ ଓ ଟିଣ ବୋତଲରେ ପେଟ୍ରୋଲ ନେଇ ପାରିବେ। ଏଭଳି କିଛି ନିଷ୍ପରି ପେଟ୍ରୋଲ ପମ୍ପ ସଂଘଙ୍କ ବୈଠକ କରି ନିଆଯାଇଥୁଲା । କିନ୍ତୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ସରକାରଙ୍କ ନିର୍ଦ୍ଦେଶ ତଥା ନିଷ୍ପରିକୁ ବେଖାତିର କରି ପ୍ଲାଷ୍ଟିକ

ବୋତଲରେ ପେଟ୍ରୋଲ ବିକ୍ରୟ କରୁଥିବା ଦେଖୁବାକୁ ମିଳିଛି। ସରକାରଙ୍କ ଅଜୀବ ନିଷ୍ପରି ପେଟ୍ରୋଲ ପମ୍ପରୁ ପ୍ଲାଷ୍ଟିକ ଯାର୍‌ କି ନରେ ପେଟ୍ରୋଲ ନେଇ ଇ ଦୋକାନରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ ଚାଲିଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ ? ଏଥୁରୁ ସ୍ପଷ୍ଟ ହେଉଛି ଯେ ସରକାରଙ୍କ ନିଷ୍ପରିକୁ କିଛି ବ୍ୟବସାୟୀ ବେଖାତିର କରି ନିର୍ଭୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ

ବିକ୍ରୟ କରୁଛନ୍ତି କିନ୍ତୁ ପ୍ରଶାସନ ନିରବ, ସବୁ ଦେଖୁ ଆଖୁ ବନ୍ଦ କରି ରହିଛି ପ୍ରଶାସନ। ସରକାରଙ୍କ ନିଷ୍ପତିକୁ ପ୍ରହସନ ଭାବି ବେଧଡ଼କ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକୁଥୁବା ଦେଖିବାକୁ ମିଳିଛି। ବର୍ତମାନ ଦେଖୁବାକୁ ବାକି ରହିଲା ସାରକାର ନେଇଥିବା ନିଷ୍ପରି ଉପରେ ପ୍ରଶାସନ କେବେ ଏଭଳି ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ?

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button