Education

ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

୩୫ ଘଣ୍ଟା ପରେ ମୁକୁଳିଲେ କର୍ତ୍ତୃପକ୍ଷ

ଜୟପୁର,29/7: ବକେୟା ଦରମା ଦାବିରେ ପେପର୍ ମିଲ୍‌ରେ ଦୁଇଦିନ ଧରି ଚାଲିଥିବା ଠିକା ଶ୍ରମିକଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଅଗଷ୍ଟ ୧ ତାରିଖରେ ଗୋଟିଏ ମାସର ଏବଂ ସେହି ମାସରେ ଆଉ ଗୋଟିଏ ମାସର ଦରମା ଦେବା ଲାଗି ଚେଷ୍ଟା କରା‌ଯିବ। କର୍ତ୍ତୃପକ୍ଷଙ୍କ ଏଭଳି ପ୍ରତିଶ୍ରୁ ତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ଯାହାର । କରାଯାଇଛି। ବନ୍ଦ କରାଯାଇଥିବା ମୁଖ୍ୟ ଫାଟକ ଖୋଲାଯାଇଛି। ୩୫ ଘଣ୍ଟା ଧରି ରି ନଜରବନ୍ଦୀ ଥିବା ପେପରମିଲ୍ କର୍ତ୍ତୃପକ୍ଷ ମୁକୁଳିଛନ୍ତି। ପ୍ରତିଶ୍ରୁତି ଅନୁସାରେ ବକେୟା ଦରମା ପ୍ରଦାନ କରାନଗଲେ ପୁଣିଥରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଠିକା କର୍ମଚାରୀ।

ବକେୟା ଦରମା ଦାବିରେ ଗତ ବୁଧବାର ମିର ଠିକାକର୍ମ ଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ମିଲ କର୍ତ୍ତୃପକ୍ଷ ଓ କର୍ମଚାରୀମାନେ ଭିତରକୁ ଯିବା ପରେ ପୂର୍ବାହ୍ନ ୯ଟାରେ ମୁଖ୍ୟଗେଟ୍ ବନ୍ଦ କରି ଆନ୍ଦୋଳନ କରିଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ

ଗେଟ୍ ଖୋଲାଯିବ ନାହିଁ ବୋଲି ରୋକଠୋକ କହିଥିଲେ । ମୁଖ୍ୟ ଗେଟ ବନ୍ଦ ଥିବାରୁ କର୍ତ୍ତୃପକ୍ଷ ମିଲ୍ ପରିସରରେ ଏକପ୍ରକାର ନଜରବନ୍ଦୀ ହୋଇ ରହିଥିଲେ। ସମସ୍ୟାର ସମାଧାନ ଲାଗି ଆଜି ବିଭିନ୍ନ ପର୍ଯ୍ୟାୟରେ ଠିକା କର୍ମଚାରୀ ନେତା ଏବଂ ପେପରମିଲ୍‌ର ୩ ଓ ୪ ନମ୍ବର ୟୁନିୟର କର୍ମକର୍ତ୍ତାଙ୍କ ସହ କର୍ତ୍ତୃପକ୍ଷଙ୍କ ଆଲୋଚନା ହୋଇଥିଲା। ଅଗଷ୍ଟ ପହି ଲାରେ ଗୋଟିଏ ମାସର ଦରମା ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଥିଲେ। ଅଥଚ ଦୁଇମାସର ଦରମା ଦେବାକୁ ଅଡି ବସିଥିଲେ ଆନ୍ଦୋଳନକାରୀ । ଏହାକୁ ନେଇ ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିଲା। ଶେଷରେ ରାତି ୭ଟାରେ ପୁଣିଥରେ ଆଲୋଚନା ହୋଇଥିଲା। ଅଗଷ୍ଟ୧

ତାରିଖରେ ଗୋଟିଏ ମାସର ଦରମା ଦିଆଯିବ। ଆଉ ଏକ ଦରମା ସେହିମାସର କୌଣସି ଏକ ଦିନରେ ଦେବାକୁ ଚେଷ୍ଟା କରାଯିବ। ଏଭଳି ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛତି କର୍ମଚାରୀ। ମିଲ୍‌ର ମାନବସମ୍ବଳ ମୁଖ୍ୟ ରମେଶ ଯାଦବଙ୍କ ସହ ଠିକା ମଜଦୁର ସଂଘର ସଭାପତି ଭୀମ ରାଓ, ଧର୍ମେନ୍ଦ୍ର ରାୟ, ପୀତବାସ ପାଣିଗ୍ରାହୀ, ତିନି ନମ୍ବର ୟୁନିୟନର ସଭାପତି ଆମନ୍ ଉଚ୍ଚଦିନ ନାଇକ, ଉମା ପାଣିଗ୍ରାହୀ, ଭଗବାନ୍ ଚୌଧୁରୀ, ସୁଦର୍ଶନ ସେଠୀ, ରବି ସେଠୀ, ଚାରି ନମ୍ବର ୟୁନିୟନର ପ୍ରଦୀପ କୁମାର ରାୟ, ଉପେନ୍ଦ୍ର ଜେନା, ବୁଲୁ ପରିଛା, ସଞ୍ଜୀବ ମାଦଳା, ସୁନୀଲ ସାହୁ, ବେଦ ରଣା, ଚିତ୍ତ ପାତ୍ର ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button