Education

ରୋଗୀଣା ପତ୍ନୀ ଙ୍କୁ କାନ୍ଧରେ ବୋହିଲା ସ୍ଵାମୀ

ରୋଗଣା ପତ୍ନୀଙ୍କୁ କାନ୍ଧରେ ବୋହିଲେ ସ୍ବାମୀ

କାଦୁଅ ପଚପଚ ରାସ୍ତାରେ ଧାନତଳି ରୋଇ ପ୍ରତିବାଦ

ମୈଦଲପୁର, ୨୮/୭ : ରାସ୍ତା କାଦୁଅ ପଚପଚ ହୋଇଥିବାରୁ ଗାଁଠାରୁ ୧କିମି ଦୂରରେ ଅଟକିଗଲା ଆମ୍ବୁଲାଵା ଫଳରେ ଜ୍ଵରରେ ଆକ୍ରାନ୍ତ ଜଣେ ମହିଳାଙ୍କୁ ସ୍ବାମୀ କାନ୍ଧରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଥିସହ ଅନ୍ୟ ଜଣେ ମହିଳାଙ୍କୁ ଜ୍ଵର ହୋଇଥିବାରୁ ଟ୍ରାକ୍ଟରରେ କାଦୁଅ ରାସ୍ତା ପାର କରାଯାଇ ଅଟୋ ଯୋଗେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବାରମ୍ବାର ଦାବି ପରେ ମଧ୍ୟ ପ୍ରଶାସନ ପକ୍କା ରାସ୍ତା ନିର୍ମାଣ କରୁନଥିବାରୁ ଏହାର ପ୍ରତିବାଦରେ କାଦୁଅ ପଚପଚ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି ପାପଡ଼ାହାଣ୍ଡି ବ୍ଲକ ଗାଦବାକତରା ପଞ୍ଚାୟତର ଆଦିବାସୀଗୁଡ଼ା ଗ୍ରାମବାସୀ ।

ସୂଚନା ଅନୁଯାୟୀ, ଗାଁର କମଳା ଗାଦବା(୫୦) ଜ୍ଵରରେ ଆକ୍ରାନ୍ତ ହୋଇଥିବା ବେଳେ ରବିବାର ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । କିନ୍ତୁ ରାସ୍ତା କାଦୁଅ ପଚପଚ ହୋଇଥିବାରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିବନି ଜାଣି ପରିବାର ଲୋକ କମଳାଙ୍କୁ ଟ୍ରାକ୍ଟରରେ ୧କିମି ଦୂର ଗାଦବାକାରା ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ।

ପରେ ଅଟୋ ଯୋଗେ କମଳାଙ୍କୁ ମୈଦଲପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏହାର କିଛି ସମୟ ପରେ ଜ୍ଵରରେ ଆକ୍ରାନ୍ତ ନୀଳା ହରିଜନ(୬୦) ସ୍ଵାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା।

ନୀଳାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ନିମନ୍ତେ ସ୍ବାମୀ ଘାସି ହରିଜନ ୧କିମି ଦୂର କାନ୍ଧରେ ବୋହି ନେବା ପରେ ପୂର୍ବରୁ ଅପେକ୍ଷା କରି ରହିଥିବା ଆମ୍ବୁଲାନ୍ସ ଯୋଗେ ମୈଦଲପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଅନ୍ୟପଟେ ବହୁ ବର୍ଷ ହେଲା ଗ୍ରାମବାସୀ ପକ୍କା ରାସ୍ତା ପାଇଁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି

ଦେଉନଥିବାରୁ ଗ୍ରାମର ମହିଳାମାନେ ସୋମବାର କାଦୁଅ ପଚପଚ ରାସ୍ତାରେ ଧାନ ତଳି ରୋଇ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ। ସୂଚନାଯୋଗ୍ୟ, ଆଦିବାସୀଗୁଡ଼ା ଗାଁକୁ ପକ୍କା

ରାସ୍ତା ନଥିବାରୁ ବିଭିନ୍ନ ସମୟରେ ଗର୍ଭବତୀ ଓ ରୋଗୀଙ୍କୁ ସ୍ଵାସ୍ଥ୍ୟକେନ୍ଦ୍ର ନେବା ସମୟରେ ସମସ୍ୟା ହେଉଛି। ଏଥିସହ ପିଡିଏସ୍ ସାମଗ୍ରୀ, ଭତ୍ତା ଆଣିବା ସମୟରେ ହିତାଧିକାରୀ ହଇରାଣ ହେଉଛନ୍ତି। ତେଣୁ ତୁରନ୍ତ ଗାଁକୁ ପକ୍କା ରାସ୍ତା ନିର୍ମାଣ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button