ରାସାୟନିକ ନିଶା କାରବାର ବଢୁଛି
ରାସାୟନିକ ନିଶା କାରବାର ବଢୁଛି
ନବରଙ୍ଗପୁର,ତା:28/7
ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାର ପୁରପଲ୍ଲୀରେ ଅଧୁନିକତା ଛାପରେ ବନବାସୀ ପ୍ରକୃତିଦତ୍ତ ପାନୀୟରୁ ଲୋକେ ଦୁରେଇ ଯିବାସହ ରାସାୟନିକ ବିଷାକ୍ତ ପାନୀୟକୁ ଆପଣାଉଛନ୍ତି। ଫଳ ଫଳରେ ରାସାୟନିକ ନିଶା କାରବାର ବଢୁଥିବା ବେଳେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।
ବିଭିନ୍ନ ଯାନିଯାତ୍ରା, ପର୍ବପର୍ବାଣୀ ଓ ବିଭାପୁଆଣୀ ଭଳି ସାମାଜିକ ଓ ସାଂସ୍କୃତିକ ମହୋତ୍ସବ ସମୟରେ ବନବାସୀ ସମାଜ ସାମାନ୍ୟ ନିଶା ସେବନକୁ ଆପଣେଇଥାନ୍ତି। ତେବେ ଅତୀତରୁ ପ୍ରଚଳିତ ପ୍ରକୃତିଦତ୍ତ ସଲପ ରସ, ଖଜୁରୀ ରସ, ମାଣ୍ଡିଆ ଓ ଚାଉଳ ଆଦି ଶସ୍ୟରୁ ପ୍ରସ୍ତୁତ ପାନୀୟର ବହୁଳ ବ୍ୟବହାର ହେଉଥିଲା। ଏହି ପ୍ରକୃତିଦତ୍ତ ପାନୀୟ ସେବନ କରି ବନବାସୀମାନେ ସୁସ୍ଥ ନିରାମୟ ଜୀବନ ବିତାଉଥିଲେ। ହେଲେ ବନବାସୀ ସମାଜ ଏବେ ପ୍ରଚଳିତ ଆଧୁନିକତା ଛାପର ବଶବର୍ତ୍ତୀ ହୋଇ ପ୍ରକ୍ରିଦର ପାନୀୟରୁ ଦୁରେଇ ଯିବାସହ ରାସାୟନିକ ବିଷାକ୍ତ ପାନୀୟକୁ ଆପଣାଇଛନ୍ତି। ସରକାର ଅବକାରୀ ଟିକସ ନିଶାରେ କାରବାରକୁ ପ୍ରୋତ୍ସାହନ ଦେଉଥିବା ବେଳେ ଏବେ ବିଭିନ୍ନ ଅଞ୍ଚଳରେ କାୟା ବିସ୍ତାର କରିଲାଣି ରାସାୟନିକ ନିଶା କାରବାର । ନବରଙ୍ଗପୁର ଭଳି ପଛୁଆ ଗରୀବ ଜିଲ୍ଲାପାଇଁ ସରକାରଙ୍କ ପକ୍ଷରୁ ୨୦୨୫ -୨୬ ବର୍ଷ ପାଇଁ ପ୍ରାୟ ୨୬ କୋଟି ୪୦ ଲକ୍ଷ ଟଙ୍କାର ରାଜସ୍ୱ ଧାର୍ଯ୍ୟ କରାଯାଇଛି I ତେବେ ଧାର୍ଯ୍ୟ ଟିକସ ସହ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଜସ୍ବ ଆମଦାନୀ ପୂରଣ ପାଇଁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଅତିରିକ୍ତ ମଦ କାରବାର ସୁଯୋଗ ସୃଷ୍ଟି କରାଯାଉଥିବା ବେଳେ ପରୋକ୍ଷରେ ବେଆଇନ ନିଶା କାରବାର ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଉପାନ୍ତ ଅଞ୍ଚଳରେ ପ୍ରତି ଗାଁରେ ମାଫିଆ ମାନେ ମଦ ଉତ୍ପାଦନକୁ କୁଟୀର ଶିଳ୍ପରେ ପରିଣତ କରିବାଭଳି ଅଭାବନୀୟ ସମସ୍ୟା ଉପୁଜୁଛି । ଅଧିକ ମୁନାଫା ଆଶାରେ ମନ ପସନ୍ଦର ମଦ ପ୍ରସ୍ତୁତ ସମୟରେ ବିଭିନ୍ନ ରାସାୟନିକ ବିଷାକ୍ତ ଦ୍ରବ୍ୟ ଯଥା ଆମୋନିଆ ସାର ଆଦି ମିଶ୍ରଣ କରାଯାଉଥିବା ଅଭିଯୋଗ ବିଭିନ୍ନ ସମୟରେ ହେଉଛି । ବିଷାକ୍ତ ରାସାଯନିକ ମଦ ବ୍ୟବହାର କାରଣରୁ ଯୁବ ବୟସରେ
ବନବାସୀ ପ୍ରକୃତିଦତ୍ତ ପାନୀୟରୁ ଦୂରେଇ ଯାଉଛନ୍ତି
ବ୍ୟାଗସ୍ତ ହେବା ସହ ଅକାଳରେ ଚାଲିଯାଉଛି ଅମୁଲ୍ୟ ଜୀବନ। ତେବେ ଗୋଟିଏ ପଟେ ଧାର୍ଯ୍ୟ ଟିକସ ଆଦାୟ ଲକ୍ଷ ଓ ଅନ୍ୟପଟେ ନିଜସ୍ଵ ରୋଜଗାର ନିଶାରେ ଅବକାରୀ ବିଭାଗ ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା କାଠି କରପାଠ ହୋଇଯାଇଛି । ଅପରପକ୍ଷେ ବିଷାକ୍ତ ପାନୀୟ ବ୍ୟବହାରରୁ ଶାନ୍ତ ଗ୍ରାମାଞ୍ଚଳ ଅଶାନ୍ତ ହେଉଥିବାବେଳେ ବିଭିନ୍ନ ପ୍ରକାର ସାମାଜିକ ଓ ଘରୋଇ ହିଂସାକୁ ଆପଣାଇବା ଭଳି ପରିସ୍ଥିତି ଉପୁଜିଛି। ବିଶେଷ ଭାବରେ ଯୁବପିଢୀ ନିଶା ପ୍ରତି ଆକୃଷ୍ଟ ହେଉଥିବାବେଳେ ଆର୍ଥିକ ଓ ସାମାଜିକ ସ୍ଥିତି ଭୁଶୁଡିବା ସହ ଭବିଷ୍ୟତ ଅନ୍ଧାରୀ ମୁଲକ ଆଡକୁ ଠେଲି ହୋଇଯାଉଛି । ନିଶା ବହୁଳ ବ୍ୟବହାର ପାଇଁ ଆର୍ଥିକ ମାନଦଣ୍ଡ ସୂଦୃଢ଼ ହୋଇପାରୁନି । ତେବେ ପରିବର୍ତ୍ତିତ ସମୟରେ ପଛୁଆ ଅଞ୍ଚଳରେ ବେଧଡ଼କ ନିଶା କାରବାର ଉପରେ ରୋକ ଲଗାଯାଇପାରିଲେ ଆଦିବାସୀ ଜିଲ୍ଲାର ଆର୍ଥିକ ବିକାଶ ସମ୍ଭବ ହୋଇପାରିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।