
କୁନ୍ଦୁଲି, ୨୭/୦୭: ଆଦିମ ଗୁରୁକୂଳ ଆଶ୍ରମ, କୁନ୍ଦୁଲି ପରିସରରେ ଆନନ୍ଦ ମଉଳି ପଟ୍ଟନାୟକ ଓ ସ୍ନେହ ପଟ୍ଟନାୟକ ତାଙ୍କ ନାତି ଅଶ୍ଵିନୀ ଓ ଶ୍ରେୟସର ପ୍ରଥମ ଜନ୍ମ ଦିନ ଏକ ଭିନ୍ନ ଢ଼ଙ୍ଗରେ ପାଳନ କରିଛନ୍ତି। ତାଙ୍କ ବଳିଷ୍ଠ ଉଦ୍ୟମ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର କୁ ନିଜେ ମଉଳି ଓ ତାଙ୍କ ପୁଅ ଆଶିଷ ପଟ୍ଟନାୟଙ୍କ ପ୍ରଥମେ ରକ୍ତଦାନ କରି ଉଦଘାଟନ କରିଥିଲେ। ଉକ୍ତ ଶିବିରରେ ନିମନ୍ତ୍ରିତ ଅତିଥିଭାବେ ଡଃ ଚିତ୍ତରଂଜନ ମିଶ୍ର,ସ୍ନିଗ୍ଧମିଶ୍ର, ଡଃ ନରେଶ ଚନ୍ଦ୍ର ସାହୁ, ଗଣେଶ ପ୍ରତିମ ସାହୁ,ଚିନ୍ତାମଣି ପୃଷ୍ଟି, ଅଜୟ କୁମାର ସାହୁ ଓ ବିଜୟ ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଶ୍ରେୟସ ଓ ଆଶ୍ୱିନଙ୍କୁ ଆଶୀର୍ବାଦ କରିଥିଲେ। ଏହି ଶିବିରକୁ ଏ ଏମ ପଟ୍ଟନାୟକ,ପ୍ରଦୀପ କୁମାର ତ୍ରିପାଠୀ, ଜୟ ବlଡିତ୍ୟା , ଗଣେଶ ସାହୁ, ସ୍ନିଗ୍ଧା ମିଶ୍ର, ଜଳେନ୍ଦ୍ର ତ୍ରିପାଠୀ ଓ ଜ୍ୟୋସ୍ତ୍ନl ବାଡିତ୍ୟl ପରିଚାଳନା କରିଥଲେ। ଓଡିଶା ବ୍ଲଡ ସେଣ୍ଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟର ରକ୍ତଭଣ୍ଡାର କର୍ମଚାରୀ ଦେବବ୍ରତ , ରବୀନ୍ଦ୍ର ମିଶ୍ର ଓ ଡ଼l ଶୈଳଜl ଷ୍ଟିଲା ରକ୍ତ ସଂଗ୍ରହ କରିଥିଲେ। ଖରାପ ପାଗ ସତ୍ତ୍ୱେ ଉକ୍ତ ରକ୍ତଦାନ ଶିବିରରୁ ୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଉକ୍ତ ଶିବିରରେ ଆଶିଷ ଓ ହେମାଙ୍କ ସମେତ ପଟ୍ଟନାୟକ ଫାମିଲି ସୁନାବେଡ଼ାର ପ୍ରତ୍ୟେକ ମେମ୍ବର ଏଥିରେ ସ୍ଵେଚ୍ଛାକୃତ ସେବା ଯୋଗାଇ ଥିଲେ।