
କୋରାପୁଟ, 27/07: କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରାମତୀ ମିଲାନି ମିତ୍ରଙ୍କ ସମ୍ମାନୀୟ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ବହୁ ସଂଖକ ଅଭିଭାବକ, ବିଦ୍ୟାଳୟର ଶିକ୍ଷକ ଏବଂ କମଚାରୀ ଯୋଗ ଦେଇଥିଲେ । ଏ ଥିରେ ଛାତ୍ର ଛାତ୍ରୀ ଶୈକ୍ଷିକ ଏବଂ ସାମଗ୍ରିକ ବିକାଶ ପ୍ରତି ସାମୂହିକ ଦାୟିତ୍ୱ ଉପେର ଆେଲାକପାତ କରିଥିଲେ । ଅଧିବେଶନର ଆରମ୍ଭ ସଭାର ସଂଯୋଜକଙ୍କ ସ୍ୱାଗତ ଭାଷଣ ସହତ ହୋଇଥିଲା ।
ସେ ପିଲାମାନଙ୍କର ଶିକ୍ଷାଗତ ଯାତ୍ରାରେ ପିତାମାତାଙ୍କ ମୂଲ୍ୟବାନ ଭୂମିକାକୁ ସ୍ୱୀକାର କରିଥିଲେ ଏବଂ ଶିକ୍ଷକ – ପିତାମାତାଙ୍କ ନିରନ୍ତର ସହେଯାଗ ଉପେର ଗୁରୁତ୍ୱାରୋପ କରିଥିଲେ । ବଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମିଲାନି ମିତ୍ର, ଛାତ୍ର ଛାତ୍ରୀଙ୍କ ଶିକ୍ଷା ଏବଂ ସହ-ପାଠ୍ୟକ୍ରମ କ୍ଷେତ୍ରରେ ପ୍ରଦର୍ଶନର ସମୀକ୍ଷା କରିଥିଲେ । ଛାତ୍ର ଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଦ୍ୟାଳୟ ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପକୁ ନେଇ ଅଭିଭାବକମାେନ ସନ୍ତୋଷ ପ୍ରକାଶ କରିଥିଲେ । ବିଦ୍ୟାଳୟ ଏବଂ ରାଷ୍ଟ୍ରୀୟ ରାଜପଥ ମଧ୍ୟରେ ରହିଥିବା ସଂଯୋଜକ ମାର୍ଗର ବିପଦଜନକ ସ୍ଥିତିକୁ ନେଇ ସମସ୍ତେ ଚିନ୍ତା ପ୍ରକାଶ କରିଥିଲେ ।
ଏହି ମାର୍ଗଟିର ତ୍ୱରିତ ମରାମତି ନିମନ୍ତେ ସ୍ଥାନୀୟ ପ୍ରସାସନଙ୍କ ସହାୟତା ନେବା ନିମନ୍ତେ ସ୍ଥିର କରାଯାଇଲା । ବଦାଳୟର ଅଧ୍ୟକ୍ଷା ଶ୍ରୀମତୀ ମିତ୍ର, ବିଗତ ବର୍ଷମାନଙ୍କରେ ଅଭିଭାବକ-ଶିକ୍ଷକ ପରିଷଦର ସଦସ୍ୟମାନ ନେଇଥିବା ପଦକ୍ଷେପର ବେଶ୍ ପ୍ରସଂଶା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସଭାର ଶେଷରେ ଅଭିଭାବକ-ଶିକ୍ଷକ ପରିଷଦର ନୂତନ ସଦସ୍ୟମାନଙ୍କୁ ମୋନନୀତ କରାଯାଇଥିଲା । ସମସ୍ତ ନବ ମୋନନୀତ ସଦସ୍ୟମାନେ ଚଳିତ ବର୍ଷ ବିଦ୍ୟାଳୟ ଏବଂ ଛାତ୍ର ଛାତ୍ରୀଙ୍କ ଉତ୍ତରୋତ୍ତର ଉନ୍ନତି ନିମନ୍ତେ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ ହୋଇଥିଲା ।