ନିର୍ବାଚନ କମିଶନଙ୍କ ବଡ ଘୋଷଣ।
ନିର୍ବାଚନ କମିଶନଙ୍କ ବଡ ଘୋଷଣା
ଦେଶବ୍ୟାପୀ ହେବ ଏସଆଇଆର
ନୂଆଦିଲ୍ଲୀ, 27/7: ବିହାରରେ ଭୋଟର
ତାଲିକାର ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ସଂଶୋଧନକୁ ନେଇ ବିବାଦ ସମାପନ ହୋଇନଥିବା ବେଳେ ନିର୍ବାଚନ କମିଶନ ସାରା ଦେଶରେ ଏୱ୍ଆଇଆର୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିରୋଧୀ ଦଳ ଦୁଇ ଦିନ ଧରି ଏଇଆର୍ ଉପରେ ସଂସଦରେ ହଙ୍ଗାମା କରୁଥିବା ବେଳେ ଏପରି ସ୍ଥିତିରେ ନିର୍ବାଚନ କମିଶନଙ୍କ ଏପରି ନିଷ୍ପରି ଆଶ୍ଚର୍ଯ୍ୟଜନକ ହୋଇଛି । ତେବେ କମିଶନ କହିଛନ୍ତି ଯେ ଦେଶର ଅନ୍ୟ ଭାଗରେ ଏଇଆର ପାଇଁ କାର୍ଯ୍ୟଖସଡା ଯଥାଶୀଘ୍ର ପ୍ରକାଶ କରାଯିବ । ନିର୍ବାଚନ କମିଶନ କହିଛନ୍ତି ଯେ ଭୋଟର ପଞ୍ଜିକରଣ ନିୟମ ୧୯୬୦ ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ବାଚନ ଯନ୍ତ୍ରପାତି, ଯୋଗ୍ୟତା
ସର୍ଭାବଳୀ, ପଦ୍ଧତି ଏବଂ ପ୍ରକ୍ରିୟା ବର୍ଶନା କରାଯାଇଛି। ସମ୍ବିଧାନର ଧାରା ୩୨୪ ଏବଂ ଜନପ୍ରତିନିଧ୍ୟ ଆଇନ ୧୯୫୦ ସଂସଦ ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଭୋଟର
ତାଲିକା ପ୍ରସ୍ତୁତି ଏବଂ ପରିଚାଳନାର ତଦାରଖ, ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ନିର୍ବାଚନ କମିଶନଙ୍କୁ ପ୍ରଦାନ କରେ | ଜନପ୍ରତିନିଧୁଅଇନ ୧୯୫୦ର ଧାରା ୨୧ ଅନୁଯାୟୀ କମିଶନଙ୍କ ଭୋଟର ତାଲିକାର ଏକ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ସଂଶୋଧନକୁ
ବିହାରରେ ‘ସାର’ ୯୯.୮୬% ସମ୍ପନ୍ନ
ନିର୍ଦ୍ଦେଶ ଦେବାର ଅଧୂକାର ରହିଛି। ଏଥରେ କମିଶନ ଏକ ନୂତନ ଭୋଟର ତାଲିକା ପ୍ରସ୍ତୁତ କରିପାରିବେ। ଭୋଟର ତାଲିକାର ଶେଷ ସଂଶୋଧନ ୨୦୦୪ ମସିହାରେ କରାଯାଇଥିଲା । କମିଶନ କହିଛନ୍ତି ଯେ ପୂର୍ବରୁ ବିହାରରେ ୨୦୦୩ରେ ସଂଶୋଧନ ହୋଇଥିଲା।