Education

ବର୍ଷା ଦିନେ କାଦୁଅ ପଚପଚ ଝରିଗାଁ ରାସ୍ତା

ବର୍ଷାଦିନରେ କାଦୁଅ ପଚପଚ ରାସ୍ତା ପାଇଁ ହଟହଟା ହେଉଛନ୍ତି ୪ ଗୋଟି ଗାଁର ଗ୍ରାମବାସୀ

ଝରିଗାଁ 27/7–ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଅନେକ ଗାଁକୁ ଆଜି ଯାଏ ପକ୍କା ରାସ୍ତା ଖଣ୍ଡେ ଯାଇନି ।ଫଳରେ ବର୍ଷା ଦିନ ଆସିଲେ ଉକ୍ତ ଗ୍ରାମ ଗୁଡିକର ଗ୍ରାମବାସୀ ହଟହଟା ହେଉଥିବା ଦେଖ‌ିବାକୁ ମିଳୁଛି ।ଅନେକ ଗାଁର ଗର୍ଭବତୀ, ପ୍ରସୂତି, ଗୁରୁତର ରୋଗୀ ଆଦିଙ୍କୁ ଖଟିଆରେ ବୋହି ମେଡିକାଲ ନିଆଯାଉଥିବା ମଧ୍ୟ ଦୃଷ୍ଟାନ୍ତ ରହିଛି ତ କିଛି ଗାଁରେ ଛାତ୍ରଛାତ୍ରୀ ମାନେ କାଦୁଅ ରାସ୍ତାରେ ବିପଦ ସଂକୁଳ ଭାବେ ବିଦ୍ୟାଳୟକୁ ଯାତାୟାତ କରୁଥିବା ବି ନଜରକୁ ଆସୁଛି ।ଝରିଗାଁ ବ୍ଲକ ଏକାମ୍ବା ପଂଚାୟତ ଅନ୍ତର୍ଗତ ଧନପୁର, ଜାମଝଳା, ଶିଆଳି ଡଙ୍ଗରୀ ଓ ଝାରବନ୍ଦ ଗ୍ରାମର ଗ୍ରାମବାସୀ ମଧ୍ଯ ବର୍ଷା ଦିନ ଆସିଲେ ସମାନ ଦୁର୍ଦଶା ଭୋଗୁଥିବା ଅଭିଯୋଗ ହୋଇଛି ।ଆଦିବାସୀ ଶିବ ମନ୍ଦିର ଠାରୁ ଝାରବନ୍ଦ ପର୍ଯ୍ୟନ୍ତ

ପ୍ରାୟ ପାଞ୍ଚ କିଲୋମିଟର ରାସ୍ତା ବର୍ଷା ଦିନେ ପାଣି କାଦୁଅରେ ଭର୍ତି ରହୁଛି ରାସ୍ତାରେ ମଟର ସାଇକେଲ ଟେ ମଧ୍ୟ ଚାଲିବା ଅସମ୍ଭବ ।ରାସ୍ତା ଉପରେ ଚିକିଟା ମାଟି ପଡି ଥୁବାରୁ ଅନେକ ସମୟରେ ଭାରସାମ୍ୟ ହରେଇ ଖସି ପଡ଼ିଥାନ୍ତି ବାଇକ ଚାଲକ ଓ ପଦାଚାରି । ଏପରି ସ୍ଥଳେ ଉକ୍ତ ରାସ୍ତା ଉପରେ ଚଳ ପ୍ରଚଳ କରିବା କାଠିକର ପାଠ ।ଅଞ୍ଚଳବାସୀ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତାଟି ନିର୍ମାଣ ହୋଇ ପାରିନି ।ଏ ସମ୍ପର୍କରେ ଏସଡିଓ ଙ୍କୁ ପଚାରିବାରୁ ରାସ୍ତା ପାଇଁ ପ୍ଲାନ ହୋଇ ସାରିଛି, ଏପ୍ରୋଭ ହେବା ପରେ କାମ ଆରମ୍ଭ କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟପଟେ ରାସ୍ତାର ଯଥାଶୀଘ୍ର ମରାମତି ପାଇଁ ଗ୍ରାମର ଦେବ ଗଣ୍ଡ, ସନପଥ ହରିଜନ,ଶିବ ଗଣ୍ଡ, ଶ୍ରାବଣ କଲକ୍ଷର, ରାଜେନ୍ଦ୍ର ଗଣ୍ଡ ରାମସିଂ ଗଣ୍ଡ, ଗଣପତି ଗଣ୍ଡ, ବୁଲୁ ହରିଜନ,ଗ୍ରାମ ବାସୀ ଦାବୀ କରିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button