
ଭଞ୍ଜନଗର,୨୬/୦୭ : ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୨ ତମ ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଯୋଗ ଦେଇ ଛାତ୍ର ସମାଜ ଗୁଣାତ୍ମକ ଶିକ୍ଷା ପ୍ରତି ମନୋନିବେଶ କରିବାକୁ ପରମର୍ଶ ଦେଇଥିଲେ I
ମୁଖ୍ୟ ବକ୍ତା ରୂପେ ଅନୁଷ୍ଠାନର ପ୍ରଥମ ଅଧ୍ୟକ୍ଷ ଅଶୋକ କୁମାର ତ୍ରିପାଠୀ ଯୋଗ ଦେଇ ସ୍ୱର୍ଗତ ଅଧ୍ୟକ୍ଷ ଅମୂଲ୍ୟ ଦାସ ଏବଂ ସ୍ଵର୍ଗତ ଅଧ୍ୟାପକ ପ୍ରଦୀପ କୁମାର ତ୍ରୀପାଠିଙ୍କ କଥା ମନେ ପକାଇ ଭାବ ବିହ୍ୱଳ ହୋଇପଡ଼ିଥିଲେ I ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରେରଣା ଦାୟକ ହେବା ଉଚିତ୍ ବୋଲି ସେ ପ୍ରକାଶ କରିଥିଲେ। ସେହିପରି ସମ୍ମାନୀତ ଅତିଥି ରୂପେ ବେଲଗୁଣ୍ଠା ଏବଂ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ ଯୋଗ ଦେଇ ସଫଳତା ପାଇଁ ନିଜକୁ ସ୍ଵତନ୍ତ୍ର କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ I ଅନ୍ୟତମ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ ମଞ୍ଚାସିନ ଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ଏବଂ ବି.ଗୋବିନ୍ଦ ରାଓ ଅନୁଷ୍ଠାନର ୪୨ ବର୍ଷର ସ୍ମୃତି ଚାରଣ କରିଥିଲେ I
ଏହି ଅବସରରେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ବିଜ୍ଞାନରେ ସର୍ବୋଚ୍ଚ ନମ୍ବର ରଖିଥିବା ଶ୍ରୀତମ୍ ନାୟକ,କଳା ବିଭାଗରେ କେ ନିକିତା ପାତ୍ର,ଶ୍ରେଷ୍ଠ ଯୁବ ରେଡ଼କ୍ରସ୍ ସ୍ଵେଚ୍ଛାସେବୀ ଶିବାନି ଗୌଡ଼ ,ଗୁରୁକୃଷ୍ଣ ପୋଲାଇ,ଶ୍ରେଷ୍ଠ ଜାତୀୟ ସେବା ଯୋଜନା ସ୍ଵେଚ୍ଛାସେବୀ ଡମ୍ବରୁ ଧର ସ୍ୱାଇଁ,ରମ୍ଭା ରାଉତ ଶ୍ରେଷ୍ଠ ସ୍କାଉଟ୍ ରୋଭର୍ ସଙ୍କେତ ଶେଖର୍ ପ୍ରଧାନ ଏବଂ ଶ୍ରେଷ୍ଠ ସ୍କାଉଟ୍ ରେଞ୍ଜର୍ ରୂପେ ଇତିଶ୍ରୀ ସ୍ୱାଇଁ ଅତିଥି ମାନଙ୍କ ଦ୍ୱାରା ସମ୍ମାନୀତ ହୋଇଥିଲେ I କାର୍ଯ୍ୟକ୍ରମକୁ ସାଂସ୍କୃତିକ ପରିଷଦ ଉପସଭାପତି ଦେବେଶ ଚନ୍ଦ୍ର ମହାପାତ୍ର ସଂଯୋଜନା କରିଥିବା ବେଳେ ଅଧ୍ୟାପକ ତ୍ରିନାଥ ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ କାର୍ଗିଲ୍ ବିଜୟ ସ୍ମାରକୀ ରୂପେ ଅତିଥି ମାନେ ଚାରା ରୋପଣ କରିଥିଲେ I ସ୍ୱର୍ଗତ ଅଧ୍ୟକ୍ଷ ଅମୂଲ୍ୟ ଦାସ ଏବଂ ସ୍ଵର୍ଗତ ଅଧ୍ୟାପକ ପ୍ରଦୀପ କୁମାର ତ୍ରିପାଠୀଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଉଭୟ ସ୍ଵର୍ଗୀୟ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା I
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଆଳତିଆ,କେଏସୟୂବି କଲେଜ୍ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ଅଧ୍ୟାପିକା ଅନିତା ପଟ୍ଟନାୟକ, ସମାଜସେବୀ ଶୂଳପାଣି ଶତପଥୀ,ପୁରାତନ ଛାତ୍ର ସଂସଦ ସଭାପତି ଗୋରାଚାନ୍ଦ ସ୍ୱାଇଁ, ପୁରାତନ ଛାତ୍ରଛାତ୍ରୀ , ଅବସରପ୍ରାପ୍ତ ଅଧ୍ୟାପକ,କର୍ମଚାରୀ ,ଅଞ୍ଚଳର ଜନ ପ୍ରତିନିଧି,ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟାପିକା ରୁନିବାଳା ତ୍ରିପାଠୀ,ଅଧ୍ୟାପକ ତ୍ରିନାଥ ବେହେରା, ଗାଙ୍ଗୁଲି ପାଲଟାସିଂ,ସୌମେନ୍ଦୁ ପଣ୍ଡା,ଆଶୁତୋଷ ପ୍ରଧାନ, କିରନ୍ କହଁର, ବିକ୍ରମକେଶରୀ ରାଉତ, ମନୋଜ କହଁର, ଅର୍କଧ୍ୱଜ ପଣ୍ଡା, ଜଗତ ରଞ୍ଜନ ବିଶ୍ୱାଳ, ଭବାନୀ ଶଙ୍କର ରା, ଜୟଶ୍ରୀ ସେଠୀ, ସ୍ୱରୂପା ରାଣୀ ବିଶ୍ୱାଳ, ସୁନିତା ଦଳବେହେରା,ପି ଦୀପକ ରାଓ ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ସାଂସ୍କୃତିକ ପରିଷଦ ସହ ଉପସଭାପତି ସୁଶାନ୍ତ କୁମାର ଲେଙ୍କା ଧନ୍ୟବାଦ ଜ୍ଞାପନ କରିଥିଲେ ।