ଆୟୁଷ୍ମାନ କାର୍ଡ ମନ।କଲା ଘରୋଇ ହସ୍ପିଟାଲ

ଆଇସିୟୁରେ ମରଣ ସହ ଯୁଝୁଛନ୍ତି ରୋଗୀ
ଆୟୁଷ୍ମାନ କାର୍ଡ ମନାକଲା ଘରୋଇ ହସ୍ପିଟାଲ
ଲାଞ୍ଜିଗଡ଼, 26/7: ଆଇସିୟୁ ଭିତରେ ରୋଜଗାରିଆ ପୁଅ ଆୟୁଷ୍ମାନ କାର୍ଡକୁ ମନା କରିଦେଲା ଘରୋଇ ଡାକ୍ତରଖାନା ଚିକିତ୍ସା ଖର୍ଚ୍ଚକୁ ନେଇ ଏବେ ଅଡୁଆରେ ପଡ଼ିଛନ୍ତି ବୃଦ୍ଧ ବାପାମା’
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବାତେଲିମା ଗାଁର ବିକ୍ରମ ହରିଜନଙ୍କ ପୁଅ ମିଥୁନ ହରିଜନ କାମ କରି ପରିବାର ଚଳାଉଥିଲେ। କିନ୍ତୁ କେଜାଣି କାହିଁକି ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ପରେ ଗୁରୁତର ହେବାରୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ସମ୍ଭବ ହେଲା ନାହିଁ ଶେଷରେ ଅନ୍ୟ ଉପାୟ ନପାଇ ନିଜର ସମ୍ପର୍କୀୟଙ୍କ ସହାୟତାରେ ପରିବାର ଲୋକ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ସେଭେନ ହିଲସ ହସ୍ପିଟାଲକୁ ନେଲେ। ସେଠାରେ ଆଇସିୟୁରେ ଭର୍ତ୍ତି କରାଗଲା। ତେବେ ପାଖରେ ଆୟୁଷ୍ମାନ ଭାରତ କାର୍ଡ ଥିଲେ ହେଁ ହସ୍ପିଟାଲ କର୍ତ୍ତୃପକ୍ଷ ସଫା ସଫା ମନା କରିଦେଲେ। ଦୈନିକ ୫୦ ଟଙ୍କା ଧାରକରଜ ଓ ଜମି ବନ୍ଧକ କରି ପେଠ କଲେଣି ହସ୍ପିଟାଲ କର୍ତ୍ତୃପକ୍ଷ ଏବେ ଗଚ୍ଛା ମାଗୁଥିବା ବେଳେ ଦୋ ଭୋ ହୋଇ ଜାନ୍ଦୁଛନ୍ତି ବୃଢ଼ା ବାପ ଓ ମାଆ। ଏ ସମ୍ପର୍କରେ ଲାଞ୍ଜିଗଡ଼ ପ୍ରେସ୍ କ୍ଳବର ସଭାପତି ସୁଶାଲ ବାଗ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, କେନ୍ଦ୍ର
ଦିନକୁ ଖର୍ଚ ହେଉଛି ୫୦ ହଜାର, ସର୍ବସ୍ବାନ୍ତ ହେଲେଣି ବୃଦ୍ଧ ବାପମା’
ବିଧାୟକ, ମୁଖ୍ୟମନ୍ତ୍ର ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟ୍ଵିଟ୍ କରିଛନ୍ତି । ଏଥିସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଚିକିତ୍ସା ସହାୟତା ପାଇଁ ଗୁହାରି କଲେ।