DistrictEducationHealthNationNawarangpurOdishaPolitics

ଭତ୍ତା ଟଙ୍କା ପାଇଁ ଯିବାକୁ ପଡ଼ୁଛି ୧୮ କି.ମି. ଦୂର

ତେନ୍ତୁଳଖୁଣ୍ଟି, ୨୪/୭: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଗୌଡ଼ଦେଓପାଲି ପଞ୍ଚାୟତ ସର୍ଗଗୁଡ଼ା ଗାଁର ଚିଙ୍ଗୁଡୁ ଗୌଡ଼ (୫୩)। ଚିଙ୍ଗୁଡୁ ଶତ ପ୍ରତିଶତ ଦିବ୍ୟାଙ୍ଗ। ତାଙ୍କର ୨ଟି ଯାକ ଆଖକୁ ଆଦୌ ଦେଖାଯାଉନାହିଁ I ପ୍ରଶାସନ ପକ୍ଷରୁ ତାଙ୍କୁ ୧ ହଜାର ଟଙ୍କା ଭତ୍ତା ଦିଆଯାଉଛି। ଏହି ଭତ୍ତା ଟଙ୍କା ଆଣିବା ପାଇଁ ସେ ପ୍ରତି ମାସରେ ୧୮ କି.ମି. ଦୂର ଖାତିଗୁଡ଼ାସ୍ଥିତ ଷ୍ଟେଟ ବ୍ୟାଙ୍କକୁ ଯାଉଛନ୍ତି, ଯେଉଁଥ୍ ପାଇଁ ତାଙ୍କୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିବା ସହ ଖର୍ଗନ୍ତ ହେଉଛନ୍ତି । ଏ ଦିଗରେ ଦୃଷ୍ଟି ଦେଇ ଭତ୍ତା ଟଙ୍କା ପାଖରେ ଦେବାକୁ ସେ ଦାବି କରିଛନ୍ତି।

ଚିଙ୍ଗୁଡୁ ଜନ୍ମରୁ ଦିବ୍ୟାଙ୍ଗ ନ ଥିଲେ। ୨୦୦୧ରେ କୌଣସି କାରଣରୁ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେବା ସତ୍ତ୍ୱେ ନ ଥିଲା । ଏହା ସତ୍ତ୍ୱେ ହାରି ନ ଯାଇ ଚିଙ୍ଗୁଡୁ ନିଜେ ନିଜେ ବଞ୍ଚୁବା

ସଂଗ୍ରାମ ଜାରି କରିଛନ୍ତି । ବାରଶ ବାଡ଼ ଖଣ୍ଡେ । ଧରି ଯିବା ଆସିବା କଲେ । ସେ ନିଜ କାର୍ଯ୍ୟ ତୁଲାଇବା ସହ ବିଲରେ କାମ କରୁଛନ୍ତି । ଚିଙ୍ଗୁଡୁଙ୍କୁ ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ ବୋଲି ସେଥିରେ ଉଲ୍ଲେଖ ରହିଛି ଚିଙ୍ଗୁଡୁଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର।

ସରକାରୀ ନିୟମାନୁଯାୟୀ ୮୦ରୁ ଉର୍ଦ୍ଧ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ୩୫୦୦ ଟଙ୍କା ଭତ୍ତା ମିଳିବା କଥା। କିନ୍ତୁ ସେ ସେଥ୍ରୁ ବଞ୍ଚିତ। ବହୁବାର ସରପଞ୍ଚ, ବ୍ଲକ୍‌ସ୍ତରରେ ଭତ୍ତା ଦାୟିତ୍ଵରେ ଥିବା ଅଧିକାରୀଙ୍କୁ କହିଥିଲେ ମଧ୍ୟ ଚିଙ୍ଗୁଡୁଙ୍କୁ ଏହି ସୁବିଧା ମିଳୁନାହିଁ। ସରକାର ଭୂମିହୀନଙ୍କୁ ଜମି ଦେବା ବ୍ୟବସ୍ଥା ରହିଛି। ସେଥିରୁ ମଧ୍ୟ ଚିଙ୍ଗୁଡୁ ବଞ୍ଚୁତ। ସେ ଗ୍ରାମ ନିକଟରେ ଥ‌ିବା କିଛି ଅନାବାଦୀ ଜମିରେ ମକାଚାଷ କରୁଛନ୍ତି I କାହା ଉପରେ ନିର୍ଭର ନ କରି ଜୀବନ ଜୀବିକା ଚଳାଉଛନ୍ତି। ଗୌଡ଼ ଦେଓପାଲି ପଞ୍ଚାୟତରେ ଚିଙ୍ଗୁଡୁଙ୍କ ଭଳି ପ୍ରାୟ ୧୮ଜଣ ଦିବ୍ୟାଙ୍ଗ ଅଛନ୍ତି, ଯେଉଁମାନେ ବ୍ୟାଙ୍କକୁ ଯାଇ ଭତ୍ତା ଟଙ୍କା ଉଠାଇବା ପାଇଁ ସକ୍ଷମ ନୁହନ୍ତି I ସେମାନଙ୍କୁ ଭତ୍ତା ଟଙ୍କା ହାତରେ ପ୍ରତି ମାସରେ ହାତରେ ଦେବା ବ୍ୟବସ୍ଥା ଏବଂ ଚିଗୁରୁଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବାକୁ ସରପଞ୍ଚ ପ୍ରମିଳା ମୁଦୁଲି ଦାବି କରିଛନ୍ତି । ପଞ୍ଚାୟତରେ ଚିଗୁଡୁଙ୍କ ଭଳି ଆହୁରି ପ୍ରାୟ ୧୦ଜଣ ୮୦ ପ୍ରତିଶତ ଦିବ୍ୟାଙ୍ଗ। ସେମାନେ ମଧ୍ଯ ବଦ୍ଧିତ

ଜମି ପାଇବାକୁ ମଧ୍ୟ ସେ ହଜଦାର। ଏନେଇ

ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ଚିଙ୍ଗୁଡୁଙ୍କ ଅଭିଯୋଗ ସମ୍ପର୍କରେ ଅବଗତ ନ ଥୁଲି I ତାଙ୍କ ଦିବ୍ୟାଙ୍ଗ Send ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button