
ଭଞ୍ଜନଗର,୨୦/୭ : ଭଞ୍ଜନଗର କଲେଜ ରୋଡ ତଥା ବାଇପାସ୍ ଛକ ଠାରେ ଥିବା ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଏହାକୁ ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ନଗରପାଳ ଗୋପବନ୍ଧୁ ମହାପାତ୍ର,ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ,ଡ.ଶୁଭଶ୍ରୀ ଲେଙ୍କା,କାର୍ଯ୍ୟ ନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡା,କନିଷ୍ଠ ଯନ୍ତ୍ରୀ ଇଂଦିଲ୍ଲିପ କୁମାର ମିଶ୍ରଙ୍କ ସମେତ ସମସ୍ତ କାଉନସିଲର,ଏନ୍ଏସି କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ।
ପ୍ରଥମେ ଚକରା ବିଷୋୟଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ପଟ୍ଟନାୟକ ମାଲ୍ୟାର୍ପଣ କରିବା ପରେ ଉକ୍ତ ସୌନ୍ଦର୍ଯ୍ୟ କରଣର ଉଦଘାଟନ କରିଥିଲେ। ପିପିଲି ଚାନ୍ଦୁଆ ସଦୃଶ ଏହି ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ ସହରର ସୁନ୍ଦରତା ବଢାଇବା ସହ ଏଠାରେ ଚିତୋବିନୋଦନ ପାଇଁ ସମୟ ବିତାଇ ପାରିବେ। ଆଗାମୀ ଦିନରେ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।
ଏଥିସହ ଏକ ଜଳ ଫୁଆରକୁ ମଧ୍ୟ ଶ୍ରୀ ପଟ୍ଟନାୟକ ସୁଇଚ୍ ଚିପି ଶୁଭାରମ୍ଭ କରିଥିଲେ। ଏହାପରେ ସେଠାରେ ବିଭିନ୍ନ ପ୍ରକାରର ଚାରା ରୋପଣ ଅତିଥି ମାନେ କରିଥିଲେ।
ଏଥିରେ ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି,ରବୀନ୍ଦ୍ର ଗୌଡ,ଶିବ ଶଙ୍କର ପ୍ରଧାନ,ଧୋବା ଗୌଡ,ବିପ୍ରଚରଣ ବାରିକ,ମାନସ ଜେନା,କୁବେର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହାପରେ ଉପସ୍ଥିତ ଜନସାଧାରଣ ଏକ ବାଇକ ଶୋଭାଯାତ୍ରାରେ ଅତିଥି ମାନଙ୍କୁ ଟାଉନ୍ ହଲ ଠାରେ ହେଉଥିବା ସାରସ୍ବତ ସମାବେଶ ନିକଟରେ ପହଞ୍ଚିଥିଲେ।