BusinessDistrictEducationHealthNationNawarangpurOdishaPolitics

ଭେଣ୍ଡିଆ ପୁଅ ଶଯ୍ୟାଶାୟୀ, ସହାୟତା ଲୋଡ଼ିଲେ ବାପା

ମୋରଡ଼ା, 19/7: ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତ ଡାକୋଇ ଗ୍ରାମର ଜଣେ ଯୁବକ ରୋଗାକ୍ରାନ୍ତ ଅବସ୍ଥାରେ ଶଯ୍ୟାଶାୟୀ ଅଛନ୍ତି। ଚିକତ୍ସା ପାଇଁ ଅର୍ଥ ଅଭାବ ହେଉଥିବାରୁ ତାଙ୍କ ବାପା ସହାୟତା ନିବେଦନ କରିଛନ୍ତି।

ଶଯ୍ୟାଶାୟୀ ଯୁବକ ହେଉଛନ୍ତି ତ୍ରିଲୋଚନ ବେହେରା ଏବଂ ତସ୍ମିତା ବେହେରାଙ୍କ ବଡ଼ ପୁଅ ରାଜେନ୍ଦ୍ର(୨୯)। ସେ ଘରର ଏକମାତ୍ର ରୋଜଗାରିଆ ପୁଅ। କିଛି ଦିନ ତଳେ ରାଜେନ୍ଦ୍ର ବାରମାଇଲ ହାଟରେ ଏକ ଦୋକାନରେ କାମ କରୁଥିବା ସମୟରେ ଦେହ ଅସୁସ୍ଥ ହେବାରୁ ବାରିପଦାସ୍ଥିତ ପିଆର୍‌ଏମ୍ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହା ମରେ କୁଟନ ବଡ଼ ମେଡିକାଲ ଏବଂ ଧରତ ପରେ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଭର୍ରି ହୋଇଥିଲେ । ତାଙ୍କ ହାତରେ ଏକ ଛିଦ୍ର ଚିକିତ୍ସା ହେଉଥ‌ିବା ସମୟରେ ତାଙ୍କୁ ଏକ ଭଲ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦିଆଯାଇଥିଲା ବୋଲି କହିଛନ୍ତି ରାଜେନ୍ଦ୍ରଙ୍କ ବାପା ତ୍ରିଲୋଚନ। ଏହାପରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଅପରେଶନ ନିମନ୍ତେ ସ୍ବାସ୍ଥ୍ୟକାର୍ଡରେ ଥିବା ସହାୟତା ଟଙ୍କା ବାଦ୍ ଆଉ ୩ରୁ ୫ଲକ୍ଷ ଟଙ୍କା ଦରକାର ବୋଲି କହିଛନ୍ତି ପରିବାରର ସଦସ୍ୟ। ତେବେ ତ୍ରିଲୋଚନ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ଅସମ୍ଭବ। ତେଣୁ ସହୃଦୟ ବ୍ୟକ୍ତିଙ୍କ ଆର୍ଥିକ ସହାୟତା ଲୋଡିଛନ୍ତି। ଫୋନ୍‌ପ-୬୩୭୧୬୭୬୩୯୧ରେ ଏବଂ ଆକାଉଣ୍ଟ ନ ମ୍ବ ର – ୩୯୦୩୫ ୧୦୬୦୯୯, ଆଇଏଫଏସସି କୋଡ୍- ଏସବିଆଇ– ଏନ୍-୦୦୧୩୫୭୯ରେ ସହାୟତା ପ୍ରଦାନ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button