BusinessDistrictNationNawarangpurOdisha

ସିମିଳି କାଠଗଣ୍ଡି ଜବତ, ଜଣେ ଗିରଫ

ବୈପାରିଗୁଡା,୧୯/୦୭: ଜଙ୍ଗଲରୁ ସିମିଳି କାଠ ଚୋରାଚାଲାଣ ବେଳେ ମିନି ଟ୍ରକ ସିଜି ୦୭ ସିଜେ୯୨୫୫ ସହ ୨୫ ଖଣ୍ଡ କାଠ ଗଣ୍ଡି ଓ ଗୋଟି ଓ ଶାଗୁଆନ ଜବତ କରିଛି ବୈପାରିଗୁଡା ବନ ବିଭାଗ। ବୈପାରିଗୁଡା ବନଖଣ୍ଡ ଅନ୍ତର୍ଗତ ମାଲାଗୁଡା ଆଡୁ କାଠଗଣ୍ଡି ଚୋରାଚାଲାଣ । ହେଉଥିବା ଖବର ପାଇ ଦଶମନ୍ତପୁର ବନପାଳ ବୈପାରିଗୁଡା ରେଞ୍ଜର ଦୀପନ୍ଦ କୁମାର ପାଣିଗ୍ରାହୀକୁ ଖବର ଦେଇଥିଲେ। ରେଞ୍ଜର ଏକ ଟିମ୍ ଗଠନ କରି ବନ । କର୍ମଚାରୀ ମାନେ ରାତ୍ରୀକାଳୀନ ପଇଁତରା ଜାରି ରଖୁଥ‌ିବା ବେଳେ ସେହି ରାସ୍ତାରେ ଗାଡି ଆସୁଥବା ଦେଖୁ ଗାଡିକୁ ଅଟକାଇବା ସହ

ଗାଡି ଯାଞ୍ଚ କରିଥିଲେ। ଗାଡି ଭିତରେ କାଠଗଣ୍ଡି ରହିଥ‌ିବା ବେଳେ ବାହାର ପଟରୁ ପାଲା ଘୋଡାଇ ଥ‌ିବାରୁ ବନାଞ୍ଚଳ କାର୍ଯ୍ୟାଳୟକୁ ଗାଡି ଆଣିବା ସହିତ ଗାଡି ଭିତରୁ କାଠଗଣ୍ଡି ରହିଥ‌ିବା ଦେଖୂ ତଦନ୍ତ ଆରମ୍ଭ କରିଛି ବିଭାଗ। ଏହି ଚଢ଼ାଉ ବେଳେ ବନପାଳ ରଞ୍ଜିତା ନାୟକ, ବନରକ୍ଷୀ ରମେଶ ପାଣ୍ଡି, ପାରା କର୍ମଚାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button