DIstrictEducationNationOdishaPolitics

ଭଞ୍ଜନଗରରେ ଚାଷୀ ପଞ୍ଜୀକରଣ ନେଇ ପ୍ରଶିକ୍ଷଣ ଶିବିର

ଭଞ୍ଜନଗର,୧୮/୭: ଚଳିତ ବର୍ଷ ଖରିଫ ଚାଷ ନିମନ୍ତେ ଚାଷୀ ପଞ୍ଜୀକରଣ ସୁରୁଖୁରୁରେ ସମ୍ପାଦନା କରିବା ନିମନ୍ତେ ଆଜି ଉପଖଣ୍ଡ ପ୍ରଶାସନ ପକ୍ଷରୁ ଚାଷୀଙ୍କ ନାମ କିଭଳି ପଞ୍ଜୀକରଣ କରାଯିବ ସେ ସଂର୍ପକରେ ଏକ ପ୍ରଶିକ୍ଷଣ ଶିବିର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଉପଖଣ୍ଡ ଅଧିନରେ ଥିବା ୧୨୫ଟି ସମବାୟ ସମିତିର ସମ୍ପାଦକ,ଡିଇଓ ଏବଂ ୩୨ ଗୋଟି ସ୍ବୟଂ ସହାୟକ ଗୋଷ୍ଠି ଧାନକ୍ରୟ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ବେଳେ ସେମାନେ ଚାଷୀଙ୍କ ପଞ୍ଜୀକରଣ କିଭଳି କରିବେ ସେନେଇ ଆଲୋଚନା ହୋଇଥିଲା।

ଏଥିରେ ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଆରଏମସି ସମ୍ପାଦକ ସୁମନ୍ତ କୁମାର ସାହୁ, ଏଆରସିଏସ ବିଜୟ କୁମାର ସାହୁ,ଏସ୍ଆରସିଏସ କମଳ ଲୋଚନ ଆଚାର୍ଯ୍ୟ, ଏସିଏସ୍ଓ ପ୍ରତିମା ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି ପଞ୍ଜୀକରଣ ନେଇ ତାଲିମ ପ୍ରଦାନ କରିଥିଲେ। ଚଳିତ ବର୍ଷ ପଞ୍ଜୀକରଣ ପୂର୍ବରୁ ଚାଷୀ ମାନେ ଇ-କେୱାଇସି କରିବାକୁ ପଡିବ। ଏଥିପାଇଁ ଆଗୁଆ ସମସ୍ତ ଚାଷୀଙ୍କୁ ଅବଗତ କରିବା ସହ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିବେ। ଖରିଫ ଋତୁରେ ଚାଷୀ ନିଜର ବଳକା ଧାନକୁ ସରକାରଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିବାକୁ ହେଲେ ନିକଟସ୍ଥ ପ୍ରାଥମିକ ସେବା ସମବାୟ ସମିତି ଓ ମହିଳା ସୟଂ ସହାୟକ ଗୋଷ୍ଠୀଙ୍କ ନିକଟରେ ପଞ୍ଜିକରଣ ନିଶ୍ଚିତ ଭାବେ କରିବେ୍। ସମସ୍ତ ଗାଇଡଲାଇନ ପାଳନ କରି ନିର୍ଭୁଲ ପଞ୍ଜିକରଣ ଉପରେ ଗୁରୁତ୍ବ ଦିଆଯାଇଥିଲା। ପଞ୍ଜିକରଣରେ ଚାଷୀ ପଞ୍ଜିକରଣ ଫର୍ମ ସହ ଚାଷ କରିଥିବା ଜମି ପଟାର ନକଲ, ବ୍ୟାଙ୍କ୍ ପାସ ବହିର ପ୍ରଥମ ପୃଷ୍ଠାର ନକଲ ଓ ନିଜ ଆଧାର କାର୍ଡର ନକଲ ଦାଖଲ କରିବେ। ଏହାସହ ନିଜର କିମ୍ବା ପରିବାର ଲୋକଙ୍କ ମୋବାଇଲ ନମ୍ବର ଦେବା ବାଧ୍ୟତାମୂଳକ ହୋଇଛି। ଚାଷୀ କେତେ ଜମିରେ ଧାନ ଚାଷ କରିଛି ତାର ପ୍ରକୃତ ତଥ୍ୟ ବି ଫର୍ମରେ ଉଲ୍ଲେଖ କରିବାକୁ ପଡ଼ିବ। ଏହାସହ ଚାଷୀ ସରକାରଙ୍କୁ କେବେ ଧାନ ବିକିବେ ସେ ତଥ୍ୟ ମଧ୍ୟ ପଞ୍ଜିକରଣ ଫର୍ମରେ ଉଲ୍ଲେଖ କରିବେ।

ସେହିଭଳି ଭାଗ ଚାଷୀଙ୍କୁ ମଧ୍ୟ ପଞ୍ଜିକରଣ ଫର୍ମ ସହ ଜମି ମାଲିକଙ୍କର ସମ୍ମତି ପତ୍ର, ଆଧାର କାର୍ଡର ନକଲ ଓ ମୋବାଇଲ ନମ୍ବର ଦେବାକୁ ପଡ଼ିବ। ଜମି ମାଲିକଙ୍କ ସମ୍ମତି ପତ୍ର ବିନା ଭାଗ ଚାଷୀ ନାମ ପଞ୍ଜିକରଣ ହୋଇ ପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଅନେକ ସମୟରେ ପଞ୍ଜୀକରଣ ସମୟରେ ଯାଞ୍ଚ ପ୍ରକ୍ରିୟା ଠିକ ଭାବେ ହେଉନଥିବାରୁ ଅନେକ ସନ୍ଦିଗ୍ଧ ପ୍ଳଟ ଚିହ୍ନଟ ହେଉଛି ତେଣୁ ପଞ୍ଜୀକରଣ ସମୟରେ ହିଁ ଜମିର କିସମ ଠିକ ଭାକବେମ ଯାଞ୍ଚ କରି ନେବାକୁ ଆଲୋଚନା ହୋଇଛି।
ଏଥିରେ ଭଞ୍ଜନଗର,ବେଲଗୁଣ୍ଠା,ଜଗନ୍ନାଥପ୍ରସାଦ,ବୁଗୁଡା,ଆସିକା,ସୋରଡ଼ା,ଶେରଗଡ,ଧରାକୋଟ ବ୍ଳକର ଏମ୍ଆଇଙ୍କ ସମେତ ପାକ୍ସ୍ ସମ୍ପାଦକ ଓ ଡିଇଓ ମାନେ ଉପସ୍ଥିତ ରହିଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button