DIstrictEducationHealthKoraputNationOdishaPolitics

ସେମିଳିଗୁଡ଼ା ଟାଉନ୍ କ୍ଲବ୍ ତରଫରୁ ସ୍ୱର୍ଗତଃ ସୈାମ୍ୟାଶ୍ରିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇଲେ।

ସେମିଳିଗୁଡ଼ା, ୧୭/୦୭: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଠାରେ ଆଜି ବାଲେଶ୍ୱର ଜିଲ୍ଲାର ଫକୀର ମୋହନ ମହାବିଦ୍ୟାଳୟର ଅଧ୍ୟୟନରତ ଛାତ୍ରୀ ସ୍ୱର୍ଗତଃ ସୈାମ୍ୟାଶ୍ରି ବିଶିଙ୍କ ଅକାଳ ଦେହାନ୍ତରେ ଶୋକ ଅବସ୍ଥାରେ ସେମିଳିଗୁଡ଼ା ଟାଉନ୍ କ୍ଲବ୍ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ଦିୟାଯାଇଛି।

ସ୍ୱର୍ଗତଃ ସୈାମ୍ୟାଶ୍ରିଙ୍କ ଆତ୍ମାର ଶାନ୍ତି, ଦୁଃଖିତ ପରିବାରର ମାନସିକ ସାନ୍ତ୍ୱନା ଓ ନ୍ୟାୟ ଦାବିରେ ଏକ କ୍ୟାଣ୍ଡଲ୍ ର୍ୟାଲି ଆୟୋଜିତ କରାଯାଇଥିଲା।

ଏହି ର୍ୟାଲି ସେମିଳିଗୁଡ଼ା ଗାଙ୍ଗାମନ୍ଦିର ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆୟୋଜିତ ହୋଇ, ସ୍ଥାନୀୟ ନାଗରିକ, କ୍ଲବ୍ ସଦସ୍ୟ ଓ ଯୁବ ସମାଜର ଉପସ୍ଥିତି ଦ୍ୱାରା ଏହି ଦୁଃଖଦ ଅବସରକୁ ସମ୍ମାନ ଦିଆଯାଇଛି।

ଟାଉନ୍ କ୍ଲବ ପକ୍ଷରୁ କୁହାଯାଇଛି ଯେ, ସୈାମ୍ୟାଶ୍ରିଙ୍କ ନିଧନ ତାଙ୍କ ପରିବାର ପାଇଁ ଏକ ଅପୂରଣୀୟ ଛାତି, ଏବଂ ଏହି ଘଟଣା ଉପରେ ନ୍ୟାୟ ମିଳିବା ଜରୁରୀ ବୋଲି ଟାଉନ୍ କ୍ଲବ ଯୁବ ପିଡି ଦାବି କରିଛନ୍ତି ।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button