BusinessDistrictEducationNationNawarangpurOdishaPolitics

କଲିବେଡ଼ା ଗ୍ରାମରେ ମଦ ବିକ୍ରିକୁ ବିରୋଧ ଦୋକାନରେ ପଶିଲେ, ମଦ ରାସ୍ତାରେ ଫିଙ୍ଗିଲେ

ଉମରକୋଟ, 15/7: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ବେନୋରା ପଞ୍ଚାୟତର କଲିବେଢ଼ା ଗ୍ରାମରେ ପାନ ଦୋକାନ, କିରାନା ଦୋକାନ ଓ ଘରେ ଘରେ ବିଦେଶୀ ମଦ ବିକ୍ରି ହେଉଛି। ଫଳରେ ଗାଁର ପୁରୁଷ ଓ ଯୁବକମାନେ ମଦ୍ୟପାନ କରି ଗାଁରେ ଓ ଘରେ ଗଣ୍ଡଗୋଳ କରୁଛନ୍ତି। ଏନେଇ ଅବକାରୀ ବିଭାଗକୁ ଅବଗତ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ୍ ରହିଛି । ଗାଁରେ ନିତିଦିନ ବିଶୃଙ୍ଖଳା ସୃଷ୍ଟି ହେଉଥିବାରୁ ମହିଳାମାନଙ୍କୁ ଘର ଚଳେଇବା କଷ୍ଟକର ହୋଇପଡ଼ିଥିଲା। ଏହାକୁ ଗାଁର ଆଦିବାସୀ ମହିଳାମାନେ ଆଉ ସହ୍ୟ କରିପାରିଲେ ନାହିଁ। ଏଣିକି ଗାଁରେ ଆଉ ମଦ ବିକ୍ରି କରିବା ପାଇଁ ଦେବା ନାହିଁ ବୋଲି ଶପଥ ନେଇଥିଲେ ।

ଆଜି ଗ୍ରାମରେ ସାପ୍ତାହିକ ହାଟ ବସିଥିବା ବେଳେ କିଛି ଦୋକାନ ଓ ଘରେ ବିଦେଶୀ ଓ ଦେଶୀ ମଦ ବିକ୍ରି ହେଉଥିଲା। ଏହା ଦେଖି ଶତାଧିକ ମହିଳାମାନେ ଏକତ୍ରିତ ହୋଇ ବିଦେଶୀ ମଦ ବିକ୍ରି କରୁଥିବା ଦୋକାନ ଓ ଘର ଗୁଡ଼ିକରେ ପଶି ବିଦେଶୀ ମଦ ବୋତଲ ଗୁଡ଼ିକ ଆଣି ରାସ୍ତା ଉପରେ ଭାଙ୍ଗି ଦେଇଥିଲେ | ବିଗତ ଚାରିରୁ ପାଞ୍ଚ ବର୍ଷ ହେଲା ମଦ ବ୍ୟବସାୟ କରି ମୋଟା ଅଙ୍କର ଟଙ୍କା ରୋଜଗାର କରିବା ସହ ଅବକାରୀ ବିଭାଗର କର୍ମଚାରୀମାନଙ୍କ ଥିଲା ଆଗକୁ ଆଉ ଏଭଳି ହେବ ନାହିଁ ବୋଲି ଚେତାଚନା ଦେଇଥିଲେ। ଆଦିବାସି ମହିଳା ମାନଙ୍କର ଉଗ୍ର ରୂପ ଦେଖି ମଦ ବେପାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା। ମହିଳାମାନଙ୍କ ଏହି ମଦକ୍ଷେପକୁ ସମର୍ଥନ କରି ଅନ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇ ମଦ ବୋତଲ ଗୁଡ଼ିକ ଭାଙ୍ଗିଥିଲେ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button