
ନବରଙ୍ଗପୁର, ୧୬/୦୭ : ଦିର୍ଘ ଦିନର ବ୍ୟବଧାନ ପରେ ସଫଳତା ନବରଙ୍ଗପୁର ଜିଲ୍ଲା ରାଇଘର ଅବକାର ବକାରୀ ବିଭାଗ । କୁ ମିଳିଛି ଏକ ବଡ଼ ତା।ନବରଙ୍ଗପୁର ଜିଲ୍ଲା ଜିଲ୍ଲ ଆରକ୍ଷୀ ଅଧିକ୍ଷକ ନିର୍ଦ୍ଦଶ କ୍ରମେ ରାଇଘର ଅବକାରୀ ବିଭାଗ ର ଏକ ଟିମ୍ ଅଚାନକ ପେଟ୍ରୋଲିଙ୍ଗ କରି ନଅ କିଲୋ ଏକ ଶହ ଗ୍ରାମ ଗଞ୍ଜେଇ ସହ ଜଣ କୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ୪୦ ନମ୍ବର ରାଜ୍ୟ ରାଜପଥ ଦେଇ ଗଞ୍ଜେଇ ଚାଲାଣ କରାଯାଉଥିବା ବିଶେଷ ସୂତ୍ରରୁ ଖବର ପାଇ ରାଇଘର ଅବକାର କାରୀ ବିଭାଗ ସବ୍ ଇନ୍ସପେକ୍ଟର ସୁଶୀଲ କୁମାର କୁମାର ଭୋଇ ଏ. ଏ. ଏସ.ଆଇ ରାମ ବଡ଼ନାଇ ଇକ, ଅନନ୍ତ ମଲ୍ଲିକଙ୍କ ସହ ଅବକାରୀ ବିଭାଗ ଟିମ ମିଳିତ ଭାବେ ପେଟ୍ରୋଲିଙ୍ଗ କରି ଜଣେ ଗଞ୍ଜେଇ ଚାଲାଣ କାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି ।
ସୂଚନାନୁଯାୟୀ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପ ପାଇ ରାଇଘର ମହୁଭଟା ଛକ ଠାରେ ଏକ ଟି.ଭି.ଏସ ଜୁପିଟର ସ୍କୁଟି ଯାହାର ନମ୍ବର ଓ.ଡି ୧୦ ଭି ୨୫୨୬ କୁ ଅଟକାଇ ପାଂଚ କରିବା ବେଳେ ନଅ କିଲୋ ଏକ ଶହ ଗ୍ରାମ ଗଞ୍ଜେଇ ଧରା ପଡିଥିଲା। ଚାଲାଣ କାରି କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଗୋଇଜଡି ଗ୍ରାମର ଧନପତି ଖିଲ ବୋଲି ଜଣାପଡିଛି।ଆସାମୀ ଧନପତି ଖିଲ କୁ ଗଞ୍ଜେଇ ସହ ଧରି କେସ ନମ୍ବର ୮୮/୨୫-୨୬ ଅବକାରୀ ଧାରା ଅନୁସାରେ ରାଇଘର ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରେ ଏକ ମାମଲା ରୁଜୁ କରି ଉମରକୋଟ ଏ ଡି ଜେ ଅଦାଲତ ରେ ହଜାର କରିବା ପରେ କୋର୍ଟ ଚାଲାଣ କରିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।