DistrictEducationNationNawarangpurOdisha

ଶ୍ରୀ ଗୋପୀନାଥ ବିଦ୍ୟାପୀଠରେ ମା’ ପାଇଁ ଗଛ ଟିଏ

ବୁଗୁଡ଼ା, ୧୬/୦୭ : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ଅନ୍ତର୍ଗତ ଅନ୍ତର୍ଗତ ମୋଟାବାଡି ସ୍ଥିତ ଶ୍ରୀ ଗୋପୀନାଥ ବିଦ୍ୟାପୀଠରେ ୭୬ତମ ମା’ ପାଇଁ ଗଛ ଟିଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ଗଛଟିଏ ମୁଁ ଗଛ ଟିଏ ଏକ ସୁନ୍ଦର ଗୀତା ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ବନପାଳ କ୍ଷୀରୋଦ କୁମାର ଗୌଡ଼, ବନରକ୍ଷୀ ପ୍ରିୟଙ୍କା ବେହେରାଦଳାଇ, ଯସଶ୍ବିନି ସାହୁ, ମୂଖ୍ୟବକ୍ତା ଭାବେ ବରଗାଁ ହାଇସ୍କୁଲ ଶିକ୍ଷକ ବିଦେଶୀ ସାହୁ,

ସମ୍ମାନୀତ ଅତିଥି ଭାବେ ତାଳସାକର ହାଇସ୍କୁଲ ଶିକ୍ଷକ ଗୋପାଳ ପାତ୍ର, ପାତ୍ର, ରମେଣ୍ଡା କ୍ଲଷ୍ଟର ସି ଅର୍ ସି ସି ଶୁଶାନ୍ତ ସେଠୀ, ବେଲଗୁଣ୍ଠା ସ୍ଵାମୀ ବିବେକାନନ୍ଦ ଶିକ୍ଷା ନିକେତନ ର ଶିକ୍ଷକ କାଶୀନା ନାଥ ସାହୁ, ଏହି ବିଦ୍ୟାଳୟର ପୁରାତନ ଛାତ୍ର ତ‌ଥା ପଞ୍ଚସଖା ଶିକ୍ଷାସେତୁ ସଭାପତି ବାବୁଲି ମହାରଣା, ମୋଟାବାଡି ପଞ୍ଚାୟତର ସରପଞ୍ଚ ପିଣ୍ଡୁ କୁମାର ସେଠୀ, ସମିତି ସଭ୍ୟ ଶିବଶଙ୍କର ପ୍ରଧାନ, ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୃକ୍ଷ ବୃକ୍ଷରୋପଣର ମାହାତ୍ମ୍ୟ ସମ୍ପର୍କରେ ବୁଝାଇଥିଲେ। ସାରା ବିଶ୍ୱକୁ ରକ୍ଷା କରିବାର ଏକ ମାତ୍ର ମାଧ୍ୟମ ହେଉଛି ବ୍ୟାପକ ବୃକ୍ଷରୋପଣ। ଏହି ମତ ପ୍ରକାଶ ପାଇଥିଲା । ଯତି ଶେଷରେ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ସାମଲ ଧନ୍ୟବାଦ୍ ଦେଇଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button