DIstrictEducationNationOdishaPolitics

ବୁଥସ୍ତରୀୟ ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭଞ୍ଜନଗର,୧୫/୭: ନିର୍ବାଚନ ସଂକ୍ରାନ୍ତୀୟ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ବୁଥସ୍ତରୀୟ ଅଧିକାରୀ ଓ ସୁପରଭାଇଜରଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଜାରି ରହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଥସ୍ତରୀୟ ଅଧିକାରୀ ଓ ସୁପରଭାଇଜରଙ୍କ ପାଇଁ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି। ଆଧୁନିକ ଡିଜିଟାଲ୍ ଉପକରଣ, ଇ-ଲଗିଂ ଟୁଲ୍ ଦ୍ବାରା ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ଭଞ୍ଜନଗର ବ୍ଳକରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ଳକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ତଥା ସଂଶୋଧନ ସଂର୍ପକରେ ମାଷ୍ଟର ଟ୍ରେନର ଭାବେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ,ଭଞ୍ଜନଗର ବ୍ଲକ ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଯୋଗ ଦେଇ ସମସ୍ତ ବୁଥସ୍ତରୀୟ ଅଧିକାରୀଙ୍କୁ ତାଲିମ ଦେଇଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button