BusinessDistrictEducationHealthNationOdishaPolitics

ଦୀର୍ଘବର୍ଷରୁ ରାସ୍ତାର ଅବସ୍ଥା କଦର୍ଯ୍ୟ, ନିର୍ବାଚନ ସମୟରେ ଦିଅନ୍ତି ପ୍ରତିଶ୍ରୁତି ପରେ ଯାଆନ୍ତି ଭୁଲି

ତୁଷୁରା, ୧୨/୦୭ : ଏ ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲ୍ଲା ତୁଷୁରା ଏନଏସି ର ବୁରୋମାଲ ରାସ୍ତା। ଏହି ରାସ୍ତା ଦେଇ ସଇଁତଳା ରୁ ଟିଟିଲାଗଡ଼ ଏବଂ କଳାହାଣ୍ଡି କୁ ଲୋକେ ଯିବାଆସିବା କରିଥାନ୍ତି। ଏବଂ ପ୍ରତ୍ୟେକ ଦିନ ଛାତ୍ରଛାତ୍ରୀମାନେ ତୁଷୁରା ର ସ୍କୁଲ କଲେଜ ମାନଙ୍କୁ ସାଇକେଲ ରେ ପା ପାଠ ପଢ଼ିବାକୁ ଆସିଥାନ୍ତି। ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ବୁଢ଼ା ବୁଢ଼ୀ ମାନେ ଚାଲି ଚାଲି ଯାଉଥିବା ବେଳେ ପଡିଯାଇଥାନ୍ତି । ଦୀର୍ଘ ବର୍ଷ ହେଲା ଏ ରାସ୍ତାର ଅବସ୍ଥା କଦର୍ଯ୍ୟ ହୋଇଥିବା ବେଳେ ନିର୍ବାଚନ ସମୟରେ ନେତା ମାନେ ରାସ୍ତା ଠିକ କରିବାପାଇଁ ପ୍ରତିଶ୍ରୁତି ଦେଇଥାନ୍ତି ଏବଂ ନିର୍ବାଚନରେ ପାରି ହୋଇସାରିବା ପରେ ଭୁଲି ଯାଉଛନ୍ତି।

ଅପର ପରପକ୍ଷରେ ଜିଲ୍ଲା ପ୍ରଶାସନ ମଧ୍ୟ ଅଣଦେଖା କରୁଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ତୁରନ୍ତ ପ୍ରଶାସନ ରାସ୍ତା ଠିକ କରିବାପାଇଁ ଦାବି ହେଉଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button