BusinessDistrictNationNawarangpurOdisha

ଅବକାରୀ ଚଢ଼ଉ, ୨୫ କୁଇଣ୍ଟାଲ ମହୁଲ ଜବତ

ଡାବୁଗାଁ,୧୨/୦୭: ଡାବୁଗାଁ ଅବକାରୀ ବିଭାଗ ପକ୍ଷରୁ ମହେନ୍ଦ୍ରୀ ଗ୍ରାମରେ ଚଢ଼ଉ କରାଯାଇ ଗୋଟିଏ ପରିତ୍ୟକ୍ତ ଗୃହରୁ ୨୫ କୁଇଣ୍ଟାଲ ମହୁଲ ଜବତ କରାଯାଇଛି। ଜବତ ମହୁଲ କାହାର ଜଣାପଡ଼ି ନ‌ଥିବା ବେଳେ ଅବକାରୀ ବିଭାଗ ତରଫରୁ କେସ୍ ନଂ-୯୯/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ନବରଙ୍ଗପୁର ଅବକାରୀ ଅଧୀକ୍ଷକ ପ୍ରତାପ ଦାସଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଅପରାହ୍ନରେ ଡାବୁଗାଁ ଅବକାରୀ ଥାନା ପକ୍ଷରୁ ମହେନ୍ଦ୍ରୀ ଗ୍ରାମରେ ଚଢ଼ଉ କରାଯାଇଥିଲା। ଏକ ପରିତ୍ୟକ୍ତ ଘରେ ବେଆଇନ ଭାବେ ମହୁଲ ରହିଥିବା ଖବର ପାଇ ଅବକାରୀ ଟିମ୍ ସେହି ଘରେ ଚଢ଼ଉ କରିଥିଲେ । ସେହି ସମୟରେ ଗ୍ରାମବାସୀଙ୍କ ସହ ଅବକାରୀ କର୍ମଚାରୀଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଅବକାରୀ କର୍ମଚାରୀ ମହୁଲ ଜବତ କରି ନପାରି ପ୍ରାୟ ୩ ଘଣ୍ଟା ସେହି ସ୍ଥାନରେ ରହିଥିଲେ । ଶେଷରେ ନବରଙ୍ଗପୁର ଏସଡିପିଓ ଶୁଭେନ୍ଦୁ ଶବର, ଡାବୁଗାଁ ଥାନା ଅଧିକାରୀ ଗୋପାଳକୃଷ୍ଣ ଆଗୁପାତ୍ର, ଏସଆଇ ଚନ୍ଦନ ସାହୁ ପହଞ୍ଚିବା ପରେ ଉତ୍ତେଜନା ହ୍ରାସ ପାଇଥିଲା। ଏହାପରେ ଅବକାରୀ କର୍ମଚାରୀ ପରିତ୍ୟକ୍ତ ଘରୁ ବେଆଇନ ଭାବେ ରଖା ଯାଇଥିବା ୮୦ ବସ୍ତା ମହୁଲ (୨୫ କୁଇଣ୍ଟାଲ ୬୦ କେଜି) ଜବତ କରିଥିଲେ । ଏହି ଚଢ଼ଉରେ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ଦିଲିପ କୁମାର ରଥ, ଡାବୁଗାଁ ଅବକାରୀ ଓଆଇସି ଉପସ୍ଥିତ ଥିଲେ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button