EducationEntertainmentNationOdisha

ବର୍ଲିନ୍‌ରେ ପ୍ରଦର୍ଶିତ ହେଲା ‘ଅନୁଭବ’ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କ ନିର୍ଦ୍ଦେଶିତ ପ୍ରଥମ କ୍ଷୁଦ୍ର ଓଡ଼ିଆ ଫିଲ୍ମ

ଭୁବନେଶ୍ବର,12/7: ନିର୍ଦ୍ଦେଶନା ଦୁନିଅରେ ପ୍ରବେଶ କଲେ ପ୍ରତିଷ୍ଠିତ ଓଡ଼ିଆ ଅଭିନେତ୍ରୀ ପିଙ୍କି ପ୍ରଧାନ । ପିରତ୍ କ୍ରିଏସନ୍ସ ନିବେଦିତ ତାଙ୍କ ପ୍ରଥମ ନିର୍ଦ୍ଦେଶିତ କ୍ଷୁଦ୍ର ଓଡ଼ିଆ ଚଳଚ୍ଚିତ୍ର ‘ଅନୁଭବ-ଏ ଟେଲ୍‌ ଅଫ୍ ଲଭ୍ ଆଣ୍ଡ୍ ସକ୍ରିଫାଇନ୍’ ଇଂରାଜୀ ସବ୍‌ଗଇଟଲ୍‌ ସହ ବର୍ଲିନ୍‌ରେ ଅନୁଷ୍ଠିତ ମର୍ଯ୍ୟାଦାଜନକ ଇଣ୍ଡୋ-ଜର୍ମାନ ଫିଲ୍ମ ୱିକ୍‌ରେ ୱାର୍ଲ ପ୍ରିମିୟର ହୋଇ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିଛି। ଜୁଲାଇ ୫ରୁ ଆରମ୍ଭ ହୋଇଥିବା ଏହି ଫିଲ୍ମ ଫେଷ୍ଟିଭଲ୍‌ର ୧୩ତମ ଉତ୍ସବ ଅବସରରେ ଜୁଲାଇ ୯ରେ ଆଇକନିକ୍ ବେବିଲନ୍ ଥିଏଟର୍‌ରେ ଚଳଚ୍ଚିତ୍ରକୁ ଦର୍ଶକ ଦେଖିବାକୁ ପାଇଥିଲେ । ଏହାର ଦ୍ଵିତୀୟ ପ୍ରଦର୍ଶନୀ ପୁଣି ଜୁଲାଇ ୧୪ରେ ଅନୁଷ୍ଠିତ ହେବାର ସୂଚନା ରହିଛି।

‘ଅନୁଭବ’ରେ ଗୋଟିଏ ମଧ୍ୟବିତ୍ତ ପରିବାରରେ ବାପ-ମା ଓ ପୁଅର କାହାଣୀକୁ ଦେଖାଯାଇଛି। ପ୍ରେମ, ସ୍ନେହ, ତ୍ୟାଗ, ପରିବାର, ବନ୍ଧନ ଓ ସମ୍ପର୍କର କଥା କୁହାଯାଇଛି। ଅଭାବ, ଅସୁବିଧା ଭିତରେ ଛୋଟ ଛୋଟ ଖୁସିରେ ବିଶାଳ ଅନୁଭୂତି ପାଇବାର ଚିତ୍ରକୁ ଚମତ୍କାର ଢଙ୍ଗରେ ଚିତ୍ରିତ କରାଯାଇଛି । ଯାହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଭାବଦ୍ଦୀପକ । ଯେଉଁଥିରେ ଦର୍ଶକ ପ୍ରେରଣା ଓ ପ୍ରତିଫଳନର ଭିନ୍ନ ଏକ ଦୃଶ୍ୟକୁ ପାଇବେ। ଫିଲ୍ମର ଅବଧି ୧୮ ମିନିଟ୍ କିନ୍ତୁ ତା’ର ସାରମର୍ମ ବହୁତ କିଛି କହିଛି। ବିଶେଷକରି ଭକ୍ତକବି

ମଧୁସୂଦନ ରାଓଙ୍କ ‘ବୈକୁଣ୍ଠ ସମାନ ଆହା ଅଟେ ସେହି ଘର… ’ରୁ ପ୍ରେରିତ ହୋଇ ଫିଲ୍ମର ନିର୍ମାଣ କରଯାଇଛି। ଯାହାକୁ ଦେଖିଲା ପରେ ହିଁ ଜଣେ ଜାଣିପାରିବ। ‘ଅନୁଭବ’ରୁ ଭିନ୍ନ ଅନୁଭୂତି ସାଉଁଟିବ ଦର୍ଶକ ବୋଲି ନିର୍ଦ୍ଦେଶିକା, ପ୍ରଯୋଜିକା ପିଙ୍କି ପ୍ରଧାନ କହିଛନ୍ତି।

ଫିଲ୍ମର ମୁଖ୍ୟ ବାପା ଭୂମିକାରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ବରିଷ୍ଠ ଅଭିନେତା ଚୌଧୁରୀ ଜୟପ୍ରକାଶ ଥିବାବେଳେ ମା’ ଭୂମିକାରେ ଡି-ଗ୍ରାମ୍ ଲୁଜ୍‌ରେ ନିଜେ ପିଙ୍କି ପ୍ରଧାନ ଏବଂ ପୁଅ ଚରିତ୍ର ସଂସିତ

ପ୍ରମୁଖ ଅଭିନୟକୁ ଅତି ସୁନ୍ଦର ବାସ୍ତବଧର୍ମୀ କରିଛନ୍ତି । ବିଭିନ୍ନ ବି କରିବା ପାଇଁ କାହାଣୀ, ନିର୍ଦ୍ଦେଶନା, ନେଇ ସିଙ୍କ୍ ସାଉଣ୍ଡ୍ ପର୍ଯ୍ୟନ୍ତ କୌଣସି କ୍ଷେତ୍ରରେ ସାଲିସ କରାଯାଇନି। ସିନେମାର ପ୍ରଯୋଜନା, ଚିତ୍ରନାଟ୍ୟ, ନିର୍ଦ୍ଦେଶନା ସାଙ୍ଗକୁ ଅଭିନୟରେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି ପିଙ୍କି ପ୍ରଧାନ। ସହ ନିର୍ଦ୍ଦେଶକ ଭାବରେ କେରଳର ଲେଖକ, ନିର୍ଦ୍ଦେଶକ ଜିନ୍ହଳୀ ଡାନିଏଲ୍ ରହିଛନ୍ତି। କାହାଣୀ ଲେଖିଛନ୍ତି ପବିତ୍ର କୁମାର ଗୌଡ଼। ସଙ୍ଗୀତ ସହ କଣ୍ଠଦାନ କରିଛନ୍ତି ଦୀପ୍ତିମାନ। ଗୀତ ଲେଖିଛତି ବିଶିଷ୍ଟ ଗୀତିକାର ଦେବଦାସ ଛୋଟରାୟ। ଅନ୍ୟାନ୍ୟ କ୍ଷେତ୍ରରେ ଅନ୍ୟମାନଙ୍କ ସହଯୋଗ ବି ରହିଛି।

ପୂର୍ବରୁ ପିଙ୍କି ପ୍ରଧାନ ଶିଶୁ ନାଟକ ‘ବାଜି ରାଉତ’ ସହ ବିଭିନ୍ନ ଗୀତ କରିଛନ୍ତି କିନ୍ତୁ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଯୋଜନା ଓ ନିର୍ଦ୍ଦେଶନା କରିବାରେ ପ୍ରଥମ। ଏଥିପାଇଁ ତାଙ୍କୁ ବିଭିନ୍ନ ସ୍ତରରୁ ପ୍ରଶଂସା ସହ ଶୁଭେଚ୍ଛାର ସୁଅ ଛୁଟିଛି।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button