DIstrictHealthMalkangiriNationOdisha
ଅଜଣା ଗାଡ଼ି ଧକ୍କାରେ ୬ ଗୋରୁଙ୍କ ମୃତ୍ୟୁ

କାଲିମେଳା, ୧୨/୦୭: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳର 326 ନମ୍ବର ଜାତୀୟ ରାଜପଥର ଏମଭି 66 ଛକ ଉପରେ ଶୁକ୍ରବାର ରାତି ପ୍ରାୟ ଦୁଇଟା ସମୟରେ ଅଜଣା ଗାଡ଼ି ଧକ୍କାରେ 6 ଗୋରୁଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଏମଭି 66 ଗ୍ରାମର ସମ୍ଭୂ ଢାଲୀ, ବିଶ୍ୱଜିତ ପାତ୍ର, ସୁବାଷ ଶର୍କରା, ଦୀପଙ୍କର ମଣ୍ଡଳ, ସମୀର ମଜୁମଦାର ଙ୍କ ଗାଈ ଗରୁ ହୋଇଥିବା ବେଳେ ସେତିରେ 3 ଟି ଗାଈ,ଗୋଟିଏ ବାଛୁରି ଏବଂ ଦୁଇଟି ବଳଦ ଥିବା ଜଣାପଡିଛି । ରାଜପଥ ଉପରେ ଗାଇ ଗୋରୁଗୁଡ଼ିକ ରାତିରେ ଶୋଇଥିବା ବେଳେ କୌଣସି ଟ୍ରକ୍ କୁହାଯାଉଥିବା ଅଜଣା ଗାତି ଧକ୍କା ଦେଇ ଘଟଣା ସ୍ଥଳରୁ ପଳେଇ ଯାଇଚି । ଗୋରୁ ମାନଙ୍କ ମୃତଦେହ ଗୁଡିକ ରାସ୍ତା ଉପରେ ପଡିରହିଥିବା ଦେଖିବାକୁ ମିଳିଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l