
ଜୟପୁର, ୧୨/୦୭ : ସାରା ରାଜ୍ୟରେ ଡ୍ରାଇଭରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ଆଜିଠାରୁ ଟେଙ୍କର ଚାଳକମାନେ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ପେଟ୍ରୋଲ ଓ ଡିଜେଲ ଟେଙ୍କର ଗୁଡିକ ଯାତାୟାତ ବନ୍ଦ କରିଦେଇଛନ୍ତି। ଫଳରେ ଜୟପୁର ସହର ଏବଂ ଆଖପାଖ ଅଞ୍ଚଳର ପେଟ୍ରୋଲ ପମ୍ପ ଗୁଡ଼ିକରେ ତେଲର ଅଭା ଅଭାବ ଯୋଗୁଁ କେବନ ସରକ କାରଙ୍କ ଜରୁରୀକାଳିନ ସେବା ପାଇଁ ଡିଜେଲ ଓ ପେଟ୍ରୋଲ ଗଚ୍ଛିତ ରଖାଯାଇଥିବା ସାଧାରଣ ଗ୍ରାହକଙ୍କୁ ସଂଧ୍ୟାରେ ତେଲ ପ୍ରଦାନ ବନ୍ଦ କରାଯାଇଛି। ଫଳରେ ସହର ସଂଧ୍ୟାରେ ७ ଆଖପାଖ ପେଟ୍ରୋଲ ପମ୍ପରେ ବାଇକ ଓ ଚାରିଚକିଆ ଯାନ ଗୁଡିକ ଗାଡିରେ ତେଲ ପକାଇବା ନେଇ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଅନ୍ୟ ପକ୍ଷରେ ପେଟ୍ରୋଲ ପମ୍ପ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତ୍ୟେକ ବାଇକ ପିଛା ୨ରୁ
୪ଲିଟର, ଚାରିଚକିଆ ପାଇଁ ୧୦ଲିଟର ପ୍ରଦନା ପାଇଁ ଧାର୍ଯ୍ୟ କରିଛନ୍ତି । ସେହିପରି ରାତି ୮ଟା ପରେ ପେଟ୍ରୋଲ ଓ ଡିଜେଲ ପ୍ରଦାନ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା | ଫଳରେ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରକାଶ ଥାଉଯେ, କୋରାପୁଟ ଜିଲ୍ଲାକୁ ପେଟ୍ରୋଲ ଓ
ଡିଜେଲ ପାରଦ୍ଵୀପ ଓ ଜଟଣୀ ଡିପୋରୁ ଆସୁଥିବା ବେଳେ ଟେଙ୍କର ଗୁଡିକରୁ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ ଟେଙ୍କର ଡ୍ରାଇଭର ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି।