
‘କାହାକୁ ଡରନି, ଲଢ଼େଇ କର’
ସରକାର ବଦଳାଇବାକୁ ଆହ୍ବାନ ଦେଲେ ରାହୁଲ
ଗରିବ, ଆଦିବାସୀଙ୍କ କଥା ନୁହେଁ, ସରକାର ଆଦାନୀ-ଅମ୍ବାନି କଥା ଚିନ୍ତା କରୁଛି
ଆଦାନୀ ପରିବାର ପାଇଁ ରଥ ଅଟକିଥିଲା
ଜଳ-ଜଙ୍ଗଲ-ଜମି ପାଇଁ ଜାରି ରହିବ ଲଢ଼େଇ
ଜାତି ଜନଗଣନା ହେଲେ ଓଡ଼ିଶାର ବିକାଶ ହେବ
ମୋଦୀ ସରକାରର ଇଡି, ସିବିଆଇ ଧମକକୁ ଡରନି: ଖଙ୍ଗେ
ଆଜିଠୁ ଲଢ଼େଇ, ବର୍ଷକରେ ୧୦ଟି ସମାବେଶ ହେବ: ଭକ୍ତ
ଭୁବନେଶ୍ୱର,୧୧/୭: ଓଡ଼ିଶା ସରକାରର କାମ ହେଉଛି ଓଡ଼ିଶାର ଧନକୁ ଗରିବ ଲୋକଙ୍କଠାରୁ ଚୋରି କରିବା ବିଜେଡି ୨୪ ବର୍ଷ ଧରି ଏହା କରୁଥିଲା, ଏବେ ବିଜେପି କରୁଛି। ଏ ସରକାର ଆପଣଙ୍କ ରକ୍ତ ଶୋଷୁଛି ଆପଣଙ୍କର କ’ଣ ହେଲା, କ’ଣ ନାହିଁ ; ସେମାନଙ୍କର କିଛି ଯାଏ ଆସେ ନାହିଁ। ଏମାନେ ଗରିବ, ଦଳିତ, ଆଦିବାସୀଙ୍କ କଥା ଚିନ୍ତା କରୁନାହାନ୍ତି। କେବଳ ଆଦାନୀ, ଅମ୍ବାନି ଭଳି ୫/୬ ଜଣ ଅରବପତିଙ୍କ କଥା ଚିନ୍ତା କରୁଛନ୍ତି। ଏ ସରକାର ହଟିବା ଦରକାର
ଆପଣମାନେ ଗୋଟିଏ ଗୋଟିଏ ବାଘ କାହାକୁ ତରିବା ଦରକାର ନାହିଁ। ଆଗକୁ ବଢ଼ନ୍ତୁ ଆପଣଙ୍କ ରକ୍ତରେ, ଡିଏନ୍ସରେ କଂଗ୍ରେସ ଦଳର ବିଚାରଧାରା, ଗାନ୍ଧୀଜୀଙ୍କର ଓ ସମ୍ବିଧାନର ବିଚାରଧାରା ଅଛି| ଯାଅ ଲଢ଼େଇ କର। ଏ ସରକାରକୁ ବଦଳାଇ ଦିଆ ଆଜି ଏମିତି ଢଙ୍ଗରେ କହି ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଲକ୍ଷାଧିକ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିଛନ୍ତି। ବରମୁଣ୍ଡା ପଡ଼ିଆରେ ଓଡ଼ିଶା କଂଗ୍ରେସ ପକ୍ଷରୁ
ଆୟୋଜିତ ‘ସମ୍ବିଧାନ ବଞ୍ଚାଅ’ ସମାବେଶରେ ରାହୁଲ ଗାନ୍ଧୀ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ଓଡ଼ିଶା ସମେତ ସାରା ଦେଶରେ କିପରି ଅରାଜକତା ଚାଲିଛି, ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ସରକାର ଗରିବ, ଆଦିବାସୀ ଓ ଦଳିତଙ୍କୁ ଅତ୍ୟାଚାର କରୁଛନ୍ତି, ସେ ସମ୍ପର୍କରେ ବଖାଣିଥିଲେ। ସେମାନଙ୍କ ଜଙ୍ଗଲ, ଜମି ଓ ଜଳକୁ ଛଡ଼ାଇ ନେଇ ଆଦାନୀ, ଅମ୍ବାନି ସମେତ କେତେକ ପୁଞ୍ଜିପତିଙ୍କର ବିକାଶ କରୁଛନ୍ତି ବୋଲି ଅଭିଯୋଗ ଆଣି ରାହୁଲ କହିଛନ୍ତି, ଓଡ଼ିଶାରେ
ଜଳ, ଜଙ୍ଗଲ ଓ ଜମି ଆଦିବାସୀଙ୍କର ଥିଲା ଓ ରହିବ କିନ୍ତୁ ପେସା ଆଇନ ଲାଗୁ ନକରି, ଆଦିବାସୀଙ୍କୁ ନ ପଚାରି ସେମାନଙ୍କୁ ତାଙ୍କ ଜମିରୁ ହଟାଇ ଦିଆଯାଉଛି! ବିକାଶ କେବଳ ଦୁଇ ତିନି ପ୍ରତିଶତ ଲୋକ କିମ୍ବା ଅରବପତିଙ୍କ ପାଇଁ ହୁଏନି ଗରିବ ଓ କୃଷକଙ୍କୁ ନେଇ ହେବା ଉଚିତା କେନ୍ଦ୍ର ସରକାରଙ୍କ ଫସଲବୀମା ଯୋଜନାକୁ ସମାଲୋଚନା କରି ସେ କହିଥିଲେ, ମୋଦୀଜୀ ଗରିବ ଓ ସରକାରଙ୍କ ଟଙ୍କାକୁ ୪ଟି ବଡ଼ କମ୍ପାନିକୁ ଦେଉଛନ୍ତି। କିନ୍ତୁ ବାତ୍ୟାବନ୍ୟା ଆଦି ପ୍ରାକୃତିକ