DistrictEducationHealthKoraputNationOdisha

ଶିକ୍ଷକଙ୍କ ମାନବିକତା ଆହତଙ୍କୁ ପହ‌ଞ୍ଚାଇଲେ ମେଡିକାଲ୍

ବୈପାରିଗୁଡ଼ା, ୧୧| ୭ : ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡ଼ିଥିବା ପରିବାରକୁ ଉଦ୍ଧାର କରି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରି ମାନବିକତା ଦେଖାଇଛନ୍ତି ୭ ଜଣ ଶିକ୍ଷକ କୋରାପୁଟ ବ୍ଲକ କୋଲାବ ନିକଟସ୍ଥ ତେନ୍ତୁଳିଗୁଡ଼ା ଗ୍ରାମର ଧନୁର୍ଜୟ କିର୍ଷାନୀ (୩୫)

ତାଙ୍କ ପତ୍ନୀ ସଇତା କିର୍ଷାନୀ (୩୦) ଓ ଦୁଇ ସନ୍ତାନକୁ ଧରି ବୈପାରିଗୁଡ଼ା ବ୍ଲକର କୁଦାଲଯୋଡ଼ି ଗ୍ରାମରେ ରହୁଥିବା ସଂପର୍କୀୟ ଘରକୁ ଗତକାଲି ବୁଲିବାକୁ ଆସିଥିଲେ। ଆଜି ଖାଇ ସାରିବା ପରେ ଅପରାହ୍ନ ୪ଟା ବେଳେ ବାଇକରେ ନିଜ ଗାଁ ତେନ୍ତୁଳିଗୁଡ଼ା ଫେରୁଥିଲେ। ମାଟିକୁପୁଲି

ଦୋରାଗୁଡ଼ା ଛକରେ ନିୟନ୍ତ୍ରଣ ହରାଇବାରୁ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଧନୁର୍ଜୟ ଗୁରୁତର ଆହତ ହୋଇ ଅଚେତ ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ। ପତ୍ନୀ ସଇତା ମଧ୍ୟ ଆହତ ହୋଇ ରକ୍ତାକ୍ତ ର ଅବସ୍ଥାରେ ସ୍ବାମୀଙ୍କୁ ଧରି କାନ୍ଦୁଥିଲେ | ସେହି ରାସ୍ତା ଦେଇ ଶିକ୍ଷକ ସୌମ୍ୟରଞ୍ଜନ ପ୍ରଧାନ, ସୁଶୀଲ ମାହୁନ୍ତ, ପ୍ରକାଶ କୁମ୍ଭାର, ବାଳକୃଷ୍ଣ ତ୍ରିପାଠୀ, ଅନୁପ ରାଉତ, ନବୀନ ମେଲକା ଏବଂ ଭବାନୀ ବେହେରା ନିଜ ନିଜ ବିଦ୍ୟାଳୟରୁ ଫେରୁଥିବା ସମୟରେ ଦୁର୍ଘଟଣା ଦେଖି ତୁରନ୍ତ ଏକ ଅଟୋରେ ବୈପାରିଗୁଡ଼ା ମେଡିକାଲରେ ଭତ୍ତ କରିଥିଲେ। ଧନୁର୍ଜୟ କିର୍ଷାନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ | ପତ୍ନୀ ସଇତାଙ୍କ ମୁଣ୍ଡ ଫାଟିବା ସହ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଦୁଇଟି ସନ୍ତାନଙ୍କ କୌଣସି କ୍ଷତି ହୋଇନଥିଲା। ଶିକ୍ଷକଙ୍କ ଏଭଳି ମାନବିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button