DIstrictEntertainmentNationOdisha

ଶିମିଳିପାଳରେ ମା’ ହେବ ମରାଠା ବାଘୁଣୀ ଜିନ୍ନ‌ତ

ବାରିପଦା, ୧୨/୦୭:ପ୍ରେମରେ ପଡ଼ିଲା ମରାଠା ବାଘୁଣୀ ଜିନ୍ନ‌ତ। ଆଉ ଏବେ ମା ହେବାକୁ ଯାଉଛି। ଶିମିଳିପାଳ ଅଭୟାରଣ୍ୟ ଏବଂ ପରିବେଶବିତ ମାନଙ୍କ ପାଇଁ ଏହା ଏବେ ଖୁସିର ଖବର ପାଲଟିଛି । ଶିମିଳିପାଳରେ ଜିନଗତ ପରିବର୍ତ୍ତନ କାରଣରୁ ମେଲାନିଷ୍ଟିକ କଳା ବାଘ ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଥ‌ିବାରୁ ଏହାକୁ ରୋକିବା ପାଇଁ ମହାରାଷ୍ଟ୍ର ତଡ଼ବା ଅନ୍ଧାରି ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ଅଭୟାରଣ୍ୟକୁ ଯମୁନା ଏବଂ ଜିନ୍ନ‌ତ ଦୁଇ ବାଘୁଣୀଙ୍କୁ ଅଣାଯାଇଥିଲା।

ତେବେ ତିନି ବର୍ଷୀୟା ଜିନ୍ନ‌ତ ଗତ ୨୦98 ନଭେମ୍ବର ୧୫ ତାରିଖରେ ଶିମିଳିପାଳରେ ପହଞ୍ଚିବା ପରେ ଏନକ୍ଲୋଜରରେ ରହିଥିଲା। ତେବେ ଏନକ୍ଲୋଜରରୁ ମୁକ୍ତ ହେବା ପରେ ବାଘୁଣୀ ଜିନ୍ନ‌ତ ଶିମିଳିପାଳରେ ରହିବାକୁ ଅମଙ୍ଗ ଥିଲା ଶିମିଳିପାଳ ପରିବେଶ ସହ ଖାପ ଖୁଆଇ ନପାରି ବାରମ୍ବାର ଅସୁସ୍ଥ ହେଲା। ଏପରିକି ବାଘୁଣୀ ଜିନ୍ନ‌ତ ସୀମାପାର କରି ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟକୁ ଯାଇ ବନ ବିଭାଗର ନିଦ ହଜାଇ ଦେଇଥିଲା। ତେବେ ଦୀର୍ଘ ୨୧ଦିନ ପରେ ପୁଣି ପଶ୍ଚିମବଙ୍ଗ ବାଙ୍କୁରା ଅଞ୍ଚଳରୁ ଜିନ୍ନ‌ତକୁ ଟ୍ରାଙ୍କୁଲାଇଜ କରି ଶିମିଳିପାଳକୁ ଆଣି ରଖଯାଇଥିଲା । କିନ୍ତୁ ମାସ କେଇଟା ଭିତରେ ଜିନ୍ନ‌ତର ମନ ବଦଳିଯାଇଛି। ଶିମିଳିପାଳର ମିଲାନିଷ୍ଟିକ ଟାଇଗର ରାଜା ଟି-୧୨ ମହାବଳ କଳାବାଘ ସହ ଭେଟଘାଟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯମୁନାଗଡରୁ ଗୁଡଗୁଡିଆ ଯାଏଁ ନିଜର ଏରିଆ ବନାଇଥିଲେ ଜିନ୍ନ‌ତ ଓ ଟି-୧୨ ଯୋଡି ।

ଏହା ଭିତରେ ଜିନ୍ନ‌ତ ଖୁସିଖବର ଦେବାକୁ ଯାଉଛି। ଗର୍ଭବତୀ ଥିବା ଜିନ୍ନ‌ତ ଆସନ୍ତା ସେପ୍ଟେମ୍ବରରେ ମା ହେବ ବୋଲି କୁହାଯାଉଛି । ବାଘୁଣୀ ଜିନ୍ନ‌ତ ଗର୍ଭବତୀ

ଥିବା ଜଣାପଡିବା ପରେ ବନବିଭାଗ ସତର୍କ ହୋଇଛି। ଜିନ୍ନ‌ତର ପ୍ରତିଟି ଗତିବିଧ‌ି ଉପରେ ନଜର ରଖୁବାକୁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ରେଡିଓ କଲର ଜରିଆରେ ଜିନ୍ନ‌ତକୁ ଟ୍ରାକ କରାଯାଉଛି। ସେହିଭଳି ଭିଏଚଏପ ଜରିଆରେ ୧ କିମି ଦୂରରୁ ଜିନ୍ନ‌ତକୁ ଜଗି ରହୁଛି ଟିମ। ଗର୍ଭଧାରଣ କରିବା ପରେ ବେଶ ଅୟସ ଆରାମରେ ଜିନ୍ନ‌ତ ବୁଲୁଛି। ନିୟମିତ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ ମହଜୁଦ ରହିଛି । କାରଣ ସୁରକ୍ଷିତ ଭାବେ ଜିନ୍ନ‌ତ କିପରି ନୂଆ ଶାବକକୁ ଜନ୍ମ ଦେବ ତାହା ବନବିଭାଗ ପାଇଁ ବଡ ଚ୍ୟାଲେଞ୍ଜ। ଜିନ୍ନ‌ତ ନୂଆ ଶାବକକୁ ଜନ୍ମ ଦେଲେ ଶିମିଳିପାଳରେ ବ୍ୟାଘ୍ର ବଂଶ ବୃଦ୍ଧି ହେବ। ନୂଆ ଶାବକ ଟି-୧୨ କଳାବାଘ ଭଳି ନହୋଇ ଜିନ୍ନ‌ତ ଭଳି ହେବ ବୋଲି ବିଶେଷଜ୍ଞଙ୍କ ମତ। ତେଣୁ ସରକାର ଯେଉଁ ଉଦ୍ଦେଶ୍ୟ ରଖ୍ ଜିନ୍ନ‌ତକୁ ଓଡ଼ିଶା ଆଣିଥିଲେ ତାହା ସେପ୍ଟେମ୍ବରରେ ସଫଳ ହେବ ବୋଲି ଆଶା କରାଯାଉଛି ବୋଲି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button