DIstrictEntertainmentNationOdishaPolitics

ଗୋଟିଏ ବଂଶର ବୋଲି ମହଙ୍ଗା ପଡିଲ। ପ୍ରେମ କରିବା

ଗୋଟିଏ ବଂଶର ବୋଲି ମହଙ୍ଗା ପଡ଼ିଲା ପ୍ରେମ କରିବା

ବିଲରେ ହଳ କରାଇଲେ, ଗାଁରୁ ତଡ଼ିଦେଲେ ଗ୍ରାମବାସୀ

ପୁଣି କଙ୍ଗାରୁକୋର୍ଟର ଶିକାର ହେଲେ ଦୁଇ ନିରୀହ ଜୀବନ

କଲ୍ୟାଣସିଂହପୁର:11/7 ବଞ୍ଚିରହିଛି ରହିଛି ନିଷ୍ଠୁର ନିଷ୍ପ କଙ୍ଗାରୁକୋର୍ଟ ପରମ୍ପରା । ଗୋଟିଏ ବଂଶର ହୋଇଥିବାରୁ ମହଙ୍ଗା ପଡିଲା ପ୍ରେମୀଯୁଗଳଙ୍କୁ । ବିଲରେ ହଳ କରିବା ପରେ ତଡା ଖାଇଲେ |ଏବେ ଉଭୟଙ୍କ ଖୋଳ ଖବର ନାହିଁ । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରୁ । ସୋସିଆଲ ମିଡିଆରେ ଏକ ଭିଡ଼ି ଓ

ଭାଇରାଲ୍ ହେବାରେ ଲାଗିଛି । ଗ୍ରାମ ଦେବୀଙ୍କ ପାଖରେ ପୂଜାପାଠ କରାଇବା ପରେ ବଳଦ ସ୍ଥାନରେ ଗୋଟିଏ ପୁଅ ଓ ଝିଅର କାନ୍ଧରେ ଯୁଆଳି ପକେଇ କ୍ଷେତରେ ଚଷିବାକୁ ବାଧ୍ଯ କରାଯାଉଛି । ଉଭୟଙ୍କ ଅନିଚ୍ଛା ସତ୍ତ୍ୱେ ଧମକଚମକ ଦେଇ ହଳ କରାଉଛନ୍ତି ଗାଁ ଲୋକେ । ଏହାର ଅନୁସନ୍ଧାନରୁ ଜଣାପଡ଼ିଲାଯେ, ଗାଁ ଲୋକଙ୍କ ନିଷ୍ପରି ଅନୁସାରେ ଉଭୟଙ୍କୁ ଦଣ୍ଡ ଦିଆଯାଇ ଗାଁରୁ ତଡି ଦିଆଯାଇଛି । ଏମାନଙ୍କ ଭୁଲ ଥିଲା

ଉଭୟ ଗୋଟିରେ ଗାଟିରେ ବଂଶର ସମ୍ପର୍କରେ ଆତା (ପିଉସୀ ନାନୀ) ପୁତୁରା ଅଟନ୍ତି । ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶର ହୋଇଥିଲେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିବେ ନାହିଁ । କାରଣ ସେମାନେ ଭାଇ ଭଉଣୀ କିମ୍ବା ଆତା (ପିଉସୀ ନାନୀ) ପୁତୁରା ହୋଇଥାନ୍ତି ଯାହାକି ଗୋଟିଏ ରକ୍ତର ସମ୍ପର୍କ । ତେଣୁ ବିବାହ ହୋଇ ପାରିବ ନାହିଁ । କଞ୍ଜାମାଯୋଡ଼ି ଗାଁର ଲାକ ସାରକା ଓ କୋଡ଼ିଆ ସାରକାଙ୍କ ପ୍ରେମ ସମ୍ପର୍କ ରହିଥୁଲା । ଦିନେ ଉଭୟଙ୍କୁ ଏକତ୍ରିତ ଥିବା ଗାଁ ଲୋକେ ଦେଖୁ ଥିଲେ । ଏହାକୁ ନେଇ ଗାଁ କୁଟୁମ୍ବ ବୈଠକ ବସି ଉଭୟଙ୍କୁ ଏହି ଦଣ୍ଡ ଶୁଣାଇଥିଲେ । ଯାହା ତାଙ୍କ ପରମ୍ପରା ରହିଛି । କେବଳ ଏତିକିରେ ସୀମିତ ନଥୁଲା ଉଭୟଙ୍କୁ ଗାଁ ଛାଡ଼ି ବାକୁ ପଡ଼ିଲା ବର୍ତମାନ୍ ପ୍ରେମୀଯୁଗଳ କେଉଁଠାରେ ଅଛତ୍ତି କାହାରିକୁ ଜଣାନାହିଁ । ଏନେଇ କାହାର ପ୍ରତି କ୍ରି ୟା ମିଳି ପାରି ନାହିଁ । ତେବେ ଗାଁରେ ଯେ ଏବେ ନିଷ୍ଠୁର କଙ୍ଗାରୁକୋର୍ଟ ପରମ୍ପରା ବଞ୍ଚିଛି ତାହା ଏଥିରୁ ଅନୁ ଅନୁମେୟ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button