
ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ରାଜ୍ୟସ୍ତରରେ ପୁରସ୍କୃତ
ରାଜ୍ୟସ୍ତରୀୟ ସମାରୋହ
ବିଶ୍ବ ଜନସଂଖ୍ୟା ଦିବସ-୨୦୨୫
୧୧ ଜୁଲାଇରୁ ୨୪ ଜୁଲାଇ
ଡାକ୍ତର ସୁମନ୍ତ ରାଉଳ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କଠା ଠାରୁ ପୁରସ୍କାର ଗ୍ରହଣ କରୁଛନ୍ତି।
ଉମରକୋଟ, ୧୧/୦୭
ବିଶ୍ବ ଜନସଂଖ୍ୟା ଦିବସରେ ନବରଙ୍ଗପୁର ଜିଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସୁମନ୍ତ ରାଉଳଙ୍କୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ବର ଜୟଦେବ ଭବନରେ ସମ୍ମାନିତ କରାଯାଇଛି। ବେଷ୍ଟ ସର୍ଜନ ଭାବେ ରାଜ୍ୟର ୧୫ ଜଣ ଡାକ୍ତରଙ୍କୁ ପୂରସ୍କୃତ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡ ବ୍ଳକରେ ୨୦୨୪-୨୫
ଆର୍ଥୀକ ଆଞ୍ଚ ବର୍ଷରେ ୨୩୬୦ ସ୍ତ୍ରୀ ଓ ପୁରୁଷଙ୍କ ପରିବାର କଲ୍ଯାଣ ଅସ୍ତ୍ରୋପଚାର କରିଥିଲେ। ଏଥିପାଇଁ ଡା. ରାଉଳଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଡା. ରାଉଳଙ୍କୁ ପୁରସ୍କୃତ କରିଛନ୍ତି। ଗର୍ଭବତୀମାନେ କିପରି ଉନ୍ନତ ସେବା ପାଇବେ ସେଥ୍ପ୍ରତି ଡାକ୍ତର ରାଉଳ ସବୁବେଳେ ଯତ୍ନବାନ୍ ରହିବା ସହ ଅଧିକରୁ ଅଧିକ ସରକାରୀ ସୁବିଧା ଯୋଗାଇବା ନେଇ ଧ୍ୟାନଦେବେ ବୋଲି କହିଛନ୍ତି।