DIstrictEducationHealthNationNawarangpurOdishaPolitics

ଡାକ୍ତରଙ୍କ ବଦଳି ପ୍ରତିବାଦରେ ୬ଘଣ୍ଟା ଧାରଣା

ଡାକ୍ତରଙ୍କୁ ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ପୁନଃ ଅବସ୍ଥାପିତ ଦାବି

ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର ଚେତାବନୀ

ଆଜି ମନ୍ତ୍ରୀଙ୍କୁ ଦାବିପତ୍ର ଦେବେ ଆଶା କର୍ମୀ

ଉମରକୋଟ, ୧୦/୦୭: ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁମନ୍ତ ରାଉଳଙ୍କୁ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରାଯାଇଛି। ଏହାର ପ୍ରତିବାଦରେ ଗୁରୁବାର ସ୍ଥାନୀୟ ଆଶା କର୍ମୀ ଓ ଜନସାଧାରଣ ମଧ୍ୟାହ୍ନ ୧୨ଟାରୁ ୬ଘଣ୍ଟା ଧାରଣାରେ ବସିଥିଲେ। ଡାକ୍ତରଙ୍କ ବଦଳି ବାତିଲ କରି ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ପୁନଃ ଅବସ୍ଥାପିତ କରିବାକୁ ଦାବି ହୋଇଛି । ଏ ନେଇ ଶୁକ୍ରବାର ମନ୍ତ୍ରୀ ଧାରଣାରେ ବସିଥିବା ଆଶାକର୍ମୀ ଓ ସ୍ଥାନୀୟ ମହିଳା ।

ତଥା ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ଏକ ଦାବିପତ୍ର ଦିଆଯିବ। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରା‌ଯିବ ବୋଲି ଚେତାବନୀ ଦିଆଯାଇଛି।

ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ନବରଙ୍ଗପୁର ଜିଲାର ପ୍ରାୟ ୫ ବ୍ଳକ ଓ ଉମରକୋଟ ମ୍ୟୁନିସିପାଲଟିର ୪ ଲକ୍ଷରୁ ଊର୍ଦ୍ଧ୍ଵ ଲୋକେ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି। ମଙ୍ଗଳବାର ସ୍ବାସ୍ଥ୍ୟକେନ୍ଦ୍ର ସ୍ତ୍ରୀ ଓ ପ୍ରସୂତି

ବିଶେଷଜ୍ଞ ରାଉଳଙ୍କୁ ଜିଲାପାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରିଥିଲେ। ବଦଳିର ଚିଠି ପାଇବା ପରେ ଡାକ୍ତର ରାଉଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯୋଗ ଦେଇଥିବା ସୂଚନା ମିଳିଛି। ତେବେ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ୧୦୦ ଗର୍ଭବତୀ ଚିକିତ୍ସା ପାଇଁ ଆସିଥାନ୍ତି । ପ୍ରାୟ ୨୦ ମହିଳାଙ୍କ ପ୍ରସବ କରାଯାଇଥାଏ। ହାରାହାରି ପ୍ରାୟ ୫୦ ମହିଳା ଦୈନିକ ଅଲ୍‌ଟ୍ରସାଉଣ୍ଡ କରିଥାନ୍ତି। ଏହିଭଳି ସ୍ଥିତିରେ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ

ଏଠାରୁ ବଦଳି କରି ଜିଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା କେତେଦୂର ଯୁକ୍ତିଯୁକ୍ତ ବୋଲି ଆନ୍ଦେଳେନକାରୀମାନେ ପ୍ରଶ୍ନ କରିଛନ୍ତି । ବୁଧବାର ଡାକ୍ତର ରାଉଳଙ୍କ ଅନୁପସ୍ଥିରେ ଉପଖଣ୍ଡ ଚିକିତ୍ସାଳୟରୁ ପ୍ରାୟ ୬ ଜଣ ଗର୍ଭବତୀଙ୍କୁ ଜିଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଉପଖଣ୍ଡ ଚିକିତ୍ସାଳୟରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନ ରହିଲେ ଗର୍ଭବତୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଆନ୍ଦୋଳନରେ ବସିଥ‌ିବା ଆଶା କର୍ମୀ କହିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button