ଗୁପ୍ତେଶ୍ଵର କଉଡିଆ ପାଇଁ ପ୍ରସ୍ତୁତି

ଜୟପୁର,୧୦/୭: ଆସନ୍ତା ୧୪ ତାରିଖରେ ଶ୍ରାବଣ ପ୍ରଥମ ସୋମବାର। ଗୁପ୍ତେଶ୍ୱର ପୀଠରେ ଜଳଲାଗି କରିବେ କାଉଡ଼ିଆ। କାଉଡ଼ି ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ପ୍ରସ୍ତୁତି ବୈଠକ ପରେ ଅଧିକାରୀମାନେ ପୀଠ ପରିଦର୍ଶନ କରିଛନ୍ତି। ପୂର୍ବରୁ ଥିବା ଦର୍ଶନ ଟିକଟ ବ୍ୟବସ୍ଥା ସ୍ଥଗିତ ରଖାଯାଇଛି। ନିୟମିତ ରାସ୍ତାରେ ବୋଲବମ୍ ଶ୍ରଦ୍ଧାଳୁମାନେ ଯାଇ ଶିରିବେଡ଼ା-ସୋରିଷପଦର ଦେଇ ରାମଗିରି ଛକକୁ ଫେରିବେ । ମନ୍ଦିର ଆଗରେ ଖୋଲାଯିବ କଣ୍ଟ୍ରୋଲ୍ ରୁମ୍ । ଘାଟିରାସ୍ତା ଏବଂ ସାବରୀ ଘାଟରେ ମୁତୟନ ହେବେ ଅଧିକ ସୁରକ୍ଷା କର୍ମଚାରୀ। ଘାଟରେ ଲଗାଯିବ ତାରଜାଲି ବୋଲି ଦେବୋତ୍ତର ବିଭାଗ ଅଧିକାରୀ ତଥା ଭାରପ୍ରାପ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ କହିଛନ୍ତି।
୨ ଦିନ ତଳେ ଉପଜିଲ୍ଲାପାଳ ଏ. ଶ୍ୟା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗଦେଇଥିଲେ ଏତି ପିଓ ପାର୍ଥ ଜଗଦୀଶ କଶ୍ୟପ । ବୋଲବମ୍ ଯାତ୍ରା ଲାଗି ବିଭିନ୍ନ ନିଷ୍ପଭି ନିଆଯାଇଥିଲା। ଦେବୋତ୍ତର ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ମହାଦେବଙ୍କ ଦର୍ଶନ ଲାଗି ନିଆଯାଉଥିବା ଟିକଟ ବ୍ୟବସ୍ଥା ସ୍ଥଗିତ
ଦର୍ଶନ ଟିକଟ ବ୍ୟବସ୍ଥା ସ୍ଥଗିତ, ମନ୍ଦିର ଆଗରେ କଣ୍ଟ୍ରୋଲ ରୁମ୍
ମନ୍ଦିର ଆଗରେ ଖୋଲିବାକୁ ଥିବା କଣ୍ଟ୍ରୋଲ ରୁମ୍ରେ ଅଧିକାରୀମାନେ ୨୪ ଘଣ୍ଟିଆ ସେବା ଯୋଗାଇବେ । ମନ୍ଦିର ଭିତରକୁ ଦୀପ ବାରଣ କରାଯାଇଛି । ଶିରିବେଡ଼ା ଛକରେ ପାର୍ଟି ପଏଣ୍ଟ କରାଯାଇଛି। ଟୋଲଗେଟ୍ରେ ବାଇକରୁ ୧୦, ଅଟୋରୁ ୨୦ ଏବଂ ଚାରିଚକିଆ ସହ ବଡ଼ଗାଡ଼ିରୁ ୫୦ ଟଙ୍କା ଲେଖାଏଁ ଆଦାୟ କରାଯିବ। ତୃତୀୟ ଏବଂ ଚତୁର୍ଥ ସୋମବାରରେ ଅଧିକ ସମାଗମ ସମ୍ଭାବନା ଥିବାରୁ ଶୁକ୍ଲନାଳ ଠାରୁ ମନ୍ଦିର ପର୍ଯ୍ୟନ୍ତ ଅଧିକ ଫୋର୍ସ ମୁତୟନ ହେବେ। ନିରବଛିନ୍ନ ବିଦ୍ୟୁତ ଯୋଗାଣ, ପିଇବା ପାଣି ଯୋଗାଣ, ପରିମଳ, ଶୌଚାଳୟ କାର୍ଯ୍ୟକ୍ଷମ, ସ୍ବାସ୍ଥ୍ୟସେବା ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ବୈପାରିଗୁଡ଼ା ବିଡ଼ିଓ ଶକ୍ତି ମହାପାତ୍ର, ତହସିଲଦାର ସ୍ନିଗ୍ଧା ଚୌଧୁରୀ, ଯୋଗାଣ ବିଭାଗ ଅଧିକାରୀ ସର୍ବେଶ୍ୱର ନାୟକ, ସ୍ଥାନୀୟ ଏଏଫ୍ଓ ସୁରେଶ କୁମାର ବାରିକ, ରାଜସ୍ବ ସୁପରଭାଇଜର ହରିହର ଶତପଥୀ, ଦିଲ୍ଲୀପ କୁମାର ପ୍ରଧାନ, ଦେବୋତ୍ତର ବିଭାଗର କୃଷ୍ଣଚନ୍ଦ୍ର ଦାଶ, ଶୁଭମ ମିଶ୍ର ପ୍ରମୁଖଙ୍କ ସହ ସବାୟତ, ମନ୍ଦିର କମିଟି, ବିଭିନ୍ନ ବିଭାଗ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ ।
ମୁତୟନ ହେବେ ଅଧିକ ସୁରକ୍ଷା କର୍ମଚାରୀ, ସାବରୀ ଘାଟରେ ଲାଗିବ ତାରଜାଲି
ଶିରିବେଡ଼ା–ସୋରିଷପଦର ଦେଇ ଫେରିବେ କାଉଡ଼ିଆ
ରଖାଯାଇଛି । ଶ୍ରଦ୍ଧାଳୁ ମାନେ ରାମଗିରି ଛକ-ଡୋକରିଘାଟି ଦେଇ ମୁଖ୍ୟରାସ୍ତାରେ ଗୁପ୍ତେଶ୍ଵର ଯିବେ। ଜଳଲାଗି ପରେ ସିରିବେଡ଼ା-ସୋରିଷପଦର – ହଳଦିକୁଣ୍ଡ
ଦେଇ ରାମଗିରି ବନବିଭାଗ କାର୍ଯ୍ୟାଳୟ ଛକକୁ ଫେରିବେ। ୧୦ ଆସ୍କା ଏବଂ ୩ ପାଓ୍ବାର ଲାଇଟ୍ ଲଗାଇବା ଲାଗି ଓଡ୍ରାଫ, ଅଗ୍ନିଶମ ବାହିନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।