
ଭଞ୍ଜନଗର,୧୦/୦୭ : ଗଞ୍ଜାମ – କନ୍ଧମାଳ ସୀମାନ୍ତ ଭଞ୍ଜନଗର ଥାନା ଅଧୀନ ବାଇବାଲି ନିକଟସ୍ଥ ମୁନିଆକଣ ଜଙ୍ଗଲରୁ ଗୁରୁବାର ମାଟି ତଳୁ ଏକ ଅଜଣା ଗଳିତ ମୃତଦେହକୁ ପୁଲିସ ଜବତ କରିଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ମୃତ ଦେହଟି ଜଣେ ଯୁବକର ହୋଇଥିବା ଜଣାପଡିଛି।
ତେବେ କିଏ,କିଭଳି ଓ କେଉଁ ପରିସ୍ଥିତିରେ ମୃତଦେହ ଟି ଜଙ୍ଗଲର ମାଟି ତଳେ ପୋତିଲା ଜଣାପଡ଼ିନାହିଁ। ମାଜିଷ୍ଟ୍ରେଟ ଅବିନାଶ କୁମାର ମାହାରଙ୍କ ଉପସ୍ଥିତିରେ ଉକ୍ତ ମୃତ ଦେହ ଉଦ୍ଧାର କରାଯାଇଛି। ଏହାପରେ ମୃତଦେହଟି ସେଠାରୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ ଅଣାଯାଇଛି।
ଏନେଇ ୨୧/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ସହାୟତାରେ ଏସଡିପିଓ ଡ.ଦୀପକ କୁମାର ମିଶ୍ର,ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଏହି ଘଟଣାର ପ୍ରକୃତ କାରଣ ଜଣା ପଡିବ ବୋଲି ଏସଡିପିଓ ଡ. ମିଶ୍ର ପ୍ରକାଶ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଏସଆଇ ସମିର କୁମାର ସେଠି, ଲିପିନା ବିଶ୍ବାଳ, ଏଏସଆଇ ରୁଦ୍ର ପ୍ରତାପ କହଁର, ହାବିଲଦାର ଦିଲିପ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।