DIstrictEducationNationNawarangpurOdisha

ପ୍ରଧାନଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ

ଡାବୁଗାଁ/ପାପଡାହାଣ୍ଡି,୯|୭: ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ମାନିଗାଁ ସରକାରୀ ଆଶ୍ରମ ଉଚ୍ଚବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମଙ୍ଗଳବାର ଅପରାହ୍ନରେ ହଷ୍ଟେଲ ପାଚେରି ଡେଇଁ ବାହାରକୁ ଆସିବା ଘଟଣାକୁ ନେଇ ତାତିଛନ୍ତି ଗ୍ରାମବାସୀ। ଆଜି ଗ୍ରାମବାସୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ହୃଷୀକେଶ ମିଶ୍ରଙ୍କୁ ଘେରିଥିଲେ । ବିଦ୍ୟାଳୟରେ ରହିଥିବା ଅବ୍ୟବସ୍ଥାକୁ ନେଇ ଆଲୋଚନା କରିଥିଲେ | ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଭଲ ଖାଦ୍ୟ ପ୍ରଦାନ, ପିଲାଙ୍କ ସୁରକ୍ଷା ପାଇଁ ପ୍ରଧାନଶିକ୍ଷକ ନବରଙ୍ଗପୁରରେ ରହିବା ବଦଳରେ ହଷ୍ଟେଲରେ ରହିବା, ଗ୍ରାମବାସୀ ଓ ଅଭିଭାବକଙ୍କୁ ପ୍ରଧାନଶିକ୍ଷକ ଭଲ ବ୍ୟବହାର କରିବା ଦିଗରେ ଧ୍ୟାନ ଦେବା ପାଇଁ କୁହାଯାଇଥିଲା। ଆଗକୁ ଯେମିତି ଏମିତି ଘଟଣା ଘଟିବ ନାହିଁ ସେଥିପ୍ରତି ସତର୍କ ରହିବାକୁ ବି କହିଥିଲେ। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ପୃଥକ୍ ୧୦୦ଶଯ୍ୟା ବିଶିଷ୍ଟ ହଷ୍ଟେଲ ରହିଛି| ପିଲାଙ୍କ ସୁରକ୍ଷାକୁ ଧ୍ୟାନ ନ ଦେଇ ପ୍ରଧାନଶିକ୍ଷକ ଚାଲି ଯାଉଛନ୍ତି। ହଷ୍ଟେଲରେ ରହୁଥିବା ପିଲାଙ୍କ ସୁରକ୍ଷା ଦାୟିତ୍ଵ ୱାର୍ଡନ ଓ କିଛି ପିଅନଙ୍କ ହାତରେ ରହୁଥିବାରୁ ଗ୍ରାମବାସୀ କ୍ଷୋଭ

ପ୍ରକାଶ କରିଥିଲେ । ଗାଁର ମଙ୍ଗଳ ଚରଣ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଯଶବନ୍ତ ନାୟକ, ସୁକଦେବ ମାଝୀ, ଡମ୍ବରୁଧର ମାଝୀ, ବେଲାଲ ରାଉତ, ଗଗନ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ଦେବିଡ କର୍କରା ଆଲୋଚନା ସମୟରେ ଉପସ୍ଥିତ ଥିଲେ |

ସରକାରୀ ଉଚ୍ଚ ବିଦ୍ୟାଳୟ । ମାନିଗାଁ

ସ୍ଥାପିତ – ୧୯୯୫

ସୂଚନାଯୋଗ୍ୟ, ଗତକାଲି ଉପରୋକ୍ତ ବିଦ୍ୟାଳୟର ହଷ୍ଟେଲ ଛାତ୍ର ଜଗା ନାୟକ ଅବ୍ୟବସ୍ଥା ଯୋଗୁଁ ପାଚେରି ଡେଇଁ ବାହାରକୁ ଚାଲି ଆସିଥିଲା | ୫କିମି ଚାଲିବା ପରେ ଡାବୁଗାଁରେ ରାତି ୯ଟାରେ ପହଞ୍ଚିଥିଲେ । ଡାବୁଗାଁର ସ୍ଵେଚ୍ଛାସେବୀ ରାଜେନ୍ଦ୍ର ମିଶ୍ର ସନ୍ଦେହରେ ପଚାରିବାରୁ ଛାତ୍ରଙ୍କ ପରିଚୟ ଜାଣିଥିଲେ। ଏହାପରେ ପରିବାରକୁ ଖବର ଦେବାରୁ ବାପା ଆସି ଘରକୁ ନେଇ ଯାଇଥିଲେ |

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button