
ଭୁବନେଶ୍ଵର,୧୦/୦୭: ଘରୋଇ ପୁଞ୍ଜି ନିବେଶରେ ଦେଶରେ ଏକ ନମ୍ବର ଓଡ଼ିଶା। ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ସଫଳତା। ରିପୋର୍ଟ ଅନୁସାରେ, ଏପ୍ରିଲରୁ ଜୁନ୍ ମଧ୍ୟରେ ୧ଲକ୍ଷ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିଛି ଓଡ଼ିଶା। ଏହି ସମୟରେ ଅନ୍ୟ ସମସ୍ତ ରାଜ୍ୟରେ ୨ ଲକ୍ଷ ୧୦ ହଜାର କୋଟି ଟଙ୍କାର ନିବେଶ ହୋଇଥିବା
ବେଳେ ଓଡ଼ିଶାରେ ୧ ଲକ୍ଷ ୪୦ ହଳାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। କେମିକାଲ, ପେଟ୍ରୋ କେମିକାଲ, ଟେକ୍ସଟାଇଲ, ଗ୍ରୀନ୍ ଏନର୍ଜି ଭଳି କ୍ଷେତ୍ରରେ ପୁଞ୍ଜି ନିବେଶ ଆସିଛି । ଶିଳ୍ପ ମନ୍ତ୍ରୀ କହିଛନ୍ତି, ସରକାରଙ୍କ ପ୍ରତି ନିବେଶକଙ୍କ ଭରସା ବଢ଼ିଛି ।ବର୍ଷକ ମଧ୍ୟରେ ୧ ଲକ୍ଷ ୭୮ ହଜାର କୋଟି ନିବେଶ
ହୋଇଥିବା ବେଳେ ତିନି ମାସରେ ୧ଲକ୍ଷ ୪୦ ହଜାର କୋଟି ଟଙ୍କାର ନିବେଶ ହୋଇଛି । ଖୋର୍ଦ୍ଧା, ଗୋପାଳପୁର ଓ ଯାଜପୁରରେ ଅନେକ ଶିଳ୍ପର ଗ୍ରାଉଣ୍ଡ ବ୍ରେକିଙ୍ଗ ହୋଇଛି । ଆଗାମୀ ଦିନରେ ଉତ୍କର୍ଷ ଓଡ଼ିଶାରେ ଆସିଥିବା ନିବେଶ ପ୍ରସ୍ତାବକୁ ସରକାର ଗ୍ରାଉଣ୍ଡିଙ୍ଗ ପାଇଁ ଯୋଜନା କରୁଛନ୍ତି ।