DistrictEducationEntertainmentHealthNationNawarangpurOdisha

ଦୁଗମ ଅଞ୍ଚଳ ର ପୁଣି ଜନନୀ ଯନ୍ତ୍ରଣା ରେ ବିରଳ ଚିତ୍ର ଖଟିଆ ରେ ବୁହା ହେଲେ ଗର୍ବ ବତୀ ମହିଳା

ଥୁଆମୂଳ ରାମପୁର, ୦୯/୦୭: ବାରମ୍ବାର ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ଯାଉଥିବା ଘଟଣ ସମ୍ମାକୁ ଆସୁଥିବା ବେଳେ ପୁଣି ଆଦିବାସୀ ଅଶ୍ରୁଷିତ ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣାର ବିକଳ ଚିତ୍ର ସମ୍ମାକୁ ଆସିଛି I ସବୁଦିନିଆ ରାସ୍ତା ଖଣ୍ଡେ ନଥିବା ଯୋଗୁଁ ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା I

ଏଭଳି ଏକ ଅଭାବନୀୟ ଘଟଣା ଦେଖୁବାକୁ ମି ଳି ଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧୀନରେ ଥ‌ିବା ସିନ୍ଧିପଦର ପଞ୍ଚାୟତର ବାର୍ଷିକୋଣା ଗ୍ରାମରେ ଗାଁର ମହେନ୍ଦ୍ର ମାଝୀଙ୍କ ସ୍ତ୍ରୀ ରଞ୍ଜିତା (୨୨) ପ୍ରସବ ଯନ୍ତ୍ରଣାରେ ଛଟପଟ ହେବା ଦେଖ୍ ପରିବାରର ଲୋକେ Rohit Pradhan ଙ୍କ ଆମ୍ବୁଲାନ୍ସ ସହିତ ଯୋଗାଯୋଗ

କରାଯାଇଥିଲା | ସୂଚନା ପାଇ ଆମ୍ବୁଲାନ୍ସ ଆସି ରାସ୍ତା ଖରାପ ଥିବା ଯୋଗୁଁ ଅଧାବାଟରେ ଥିବା ଇନ୍ଦ୍ରାବତୀ କେନାଲ ରାସ୍ତାରେ ଅପେକ୍ଷା କରିଥିଲା I ଆଗକୁ ରାସ୍ତା ଠିକ୍ ନଥୁବା ଯୋଗୁଁ ଆମ୍ବୁଲାନ୍ସ ଆଉ ଆଗକୁ ଯାଇ ପାରିଲା ନାହିଁ। ପରେ ଗ୍ରାମବାସୀଙ୍କ ସହାୟତାରେ ଖଟିଆରେ ବୁହାହୋଇ ପ୍ରାୟ ଦୁଇ କିଲୋମିଟର ଦୂରରେ ଅଟକି ଥିବା ଆମ୍ବୁଲାନ୍ସ ପାଖକୁ ନିଆଯାଇଥିଲା । ବର୍ତ୍ତମାନ ଗର୍ଭବତୀ ମହିଳାଙ୍କୁ କଲମପୁର ଡାକ୍ତରଖାନାରେ ଭର୍ଭି କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ବାର୍ଷିକୋଣା ଗାଁ ଥୁ ଆ ମୂଳ ରାମପୁର ବ୍ଲକ ହୋଇଥିଲେ ମଧ୍ୟ ଏଭଳି ଅନେକ ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହେଲେ ଲୋକେ ମାନେ କଲମପୁର ଏବଂ ଜୁନାଗଡ ବ୍ଲକ ଉପରେ

ପ୍ରାୟତଃ ନିର୍ଭର କରିବା ପାଇଁ ବାଧ୍ଯ ହେଉଛନ୍ତି । ଅତୀତରେ, ଅଳ୍ପକୁ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି ଏହି ବାର୍ଷିକୋଣା ବାସୀ ସେମାନଙ୍କୁ ପ୍ରାୟ ୫୦ କିଲୋମିଟର ଦୂର ନିଜ ପଞ୍ଚାୟତକୁ ଯିବାକୁ ହେଲେ ଜୁନାଗଡ ଅଞ୍ଚଳ ସୀମାଠାରୁ ବାହାରି କ ଲ ମ ପୁ ର ବ୍ଲ କ ଅତି କ୍ର ମ କଲାପରେ ବିପଦ ସଂକୁଳ ଅବସ୍ଥାରେ ଥିବା ସିଙ୍ଗାରୀ ଘାଟି ରାସ୍ତାରେ ଯିବାକୁ ପଡିଥାଏ । ଏମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅତୀତରେ ଭୋଟ୍ ବର୍ଜନ ଭଳି ମଧ୍ଯ ପନ୍ଥା ଅବଲମ୍ଵନ କରିଥିଲେ ସୁଦ୍ଧା ଆଜିବି ଏଭଳି ଦୟନୀୟ ଚିତ୍ର ଲିଭିବାର ନାଁଗନ୍ଧ ଧରିନାହିଁ। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button